• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସୋସିଆଲ ମିଡିଆରେ ଆମେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଥିବାର ଦେଖିଥାଆନ୍ତି । କିଏ ନିଜର ଅଜବ ହରକତ୍‌ ପାଇଁ ତ ଆଉ କିଏ କିଛି ନିଆରା କରି ଟ୍ରେଣ୍ଡିଂରେ ଥାଆନ୍ତି । ବାହାଘରଠୁ ବ୍ରତଘର...ଅନେକ ସାମାଜିକ ମଉଜ ବେଳର ଭିଡିଓ ଭାଇରାଲ ହେଉଥିବାର ଦେଖାଯାଏ । ଏବେ ସୋସିଆଲ ମିଡିଆରେ ଏକ ବାହାଘରର ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଷ୍ଟେଜ୍‌ ସଜା ହୋଇଛି । ଆଉ ସେଇଠି ଜମାଣିଆ ଡ୍ୟାନ୍ସ କରୁଛନ୍ତି ଦମ୍ପତ୍ତି । ଡ୍ୟାନ୍ସରେ ସେମାନେ ଏମିତି ମଜିଯାଇଛନ୍ତି ଯେ କିଛି ଦେଖିବା ପରିସ୍ଥିତିରେ ନାହାନ୍ତି । ହେଲେ ଏତିକି ବେଳେ ହଠାତ୍‌ କନିଆଁ ଜଣକ ତଳେ ପଡିଯାଉଛନ୍ତି । କିନ୍ତୁ କାହିଁକି ତଳେ ପଡିଗଲେ ଆଉ ଉଠିଲେନି ସେନେଇ କିଛି ଜଣାପଡିନଥିବା ବେଳେ ପାଖରେ ଥିବା ବର କିନ୍ତୁ କୌଣସି ପ୍ରତିକ୍ରିୟା ନଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଭିଡିଓରେ ଦେଖିବାକୁ ମିଳୁଛି କି, ପ୍ରଥମେ କନିଆଁ ପଡିଯିବା ପରେ ବର ତାଙ୍କୁ ଅନେଇଲେ ହେଲେ ପରବର୍ତ୍ତୀ ସମୟରେ ଚୁପ୍‌ ରହିଲେ । ଯାହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି । କିନ୍ତୁ ଘଟଣା ପଛରେ କାରଣ କଣ ସେନେଇ କିଛି ସୂଚନା ଆମର ହସ୍ତଗତ ହୋଇନାହିଁ । ହେଲେ ଭିଡିଓକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି । ତେବେ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ମନୁ ଚୌଧୁରୀ ନାମକ ଜଣେ ବ୍ୟକ୍ତି ସେୟାର କରିଛନ୍ତି । ଯାହା ଏବେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇକୁ ଘୂରି ବୁଲୁଛି ।