/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757605645.jpg)
Nano Banana Trend
ଦେଶ ଦୁନିଆ ହେଉ କି ଗାଁରୁ ସହର.. ସେଲିବ୍ରିଟି ହୁଅନ୍ତୁ ଅବା ପଲିଟିସିଆନ୍। ଏଆଇ ଥ୍ରୀଡି ଇମେଜ୍ ପାଇଁ ସବୁଠି କ୍ରେଜ୍। ସଭିଙ୍କ ହାତରେ ମୋବାଇଲ, ସଭିଙ୍କ ପାଖରେ ଏଆଇ ଟୁଲ୍ସ ଆଉ ସଭିଙ୍କ ପ୍ରିୟ ସୋସିଆଲ ମିଡିଆ। ସେଥିପାଇଁ ତ, ଗତ ତିନିଦିନ ହେବ ସବୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆପଣ ଏମିତି ହଜାର ହଜାର ଥ୍ରୀଡି ଇମେଜ୍ ଦେଖିବାକୁ ପାଉଥିବେ। ନିଜେ ବି ନିଜର ଫଟୋରୁ ଥ୍ରୀଡି ଏଆଇ ଇମେଜ୍ କରି ତାକୁ ଫେସବୁକ, ଇନଷ୍ଟାଗ୍ରାମ ଏବଂ ଏକ୍ସ ଭଳି ପ୍ଲାଟଫର୍ମରେ ସେୟାର କରିଥିବେ। ଏବେ ଏହା ଏକ ଗ୍ଲୋବାଲ ଟ୍ରେଣ୍ଡ ବନିସାରିଛି। ଠିକ୍ ଜାପାନି ଟେକ୍ନୋଲଜି ଘିବିଲି ଇମେଜ୍ ଷ୍ଟାଇଲ ପରି। ଏବେ କିନ୍ତୁ ବଜାର ନେଇଛି ନାନୋ ବାନାନା ଥ୍ରୀଡି ଇମେଜ୍। ଯାହାର କ୍ରେଜ୍ ଏବେ କାହିଁରେ କଣ। ସୋସିଆଲ ନେଟୱର୍କିଂ ସାଇଟ୍ ଗୁଗୁଲର ଜେମିନି ଏଆଇ ଟୁଲ୍ ୟୁଜ୍ କରି ୟୁଜର୍ସ ଏମିତି ଭିନ୍ନ ଭିନ୍ନ ଶୈଳୀରେ ଫଟୋ ଜେନେରେଟ୍ କରୁଛନ୍ତି।
କେବଳ ସୋସିଆଲ ମିଡିଆ ୟୁଜର୍ସ କାହିଁକି, ରାଜନେତା, ଅଭିନେତା , ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର ବି ଏଥିରୁ ବାଦ ପଡ଼ି ନାହାନ୍ତି। ଏହି ଯେମିତି ଆମ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ ମଧ୍ୟ ଏହି ଜେନ୍ ଜେଡ୍ ଜମାନାର ଟ୍ରେଣ୍ଡିଂରେ ଏଣ୍ଟ୍ରିଂ ମାରି ଜେନେରେଟ୍ କରିଛନ୍ତି ଏହି ଥ୍ରୀଡି ଇମେଜ୍ ଯାହାକୁ ସେ ଫେସବୁକରେ ସେୟାର କରିଛନ୍ତି। ସେହିଭଳି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେହିଭଳି ସୋସିଆଲ ମିଡିଆରେ ଜାତୀୟସ୍ତରର ନେତା ରାହୁଲ ଗାନ୍ଧି, ଆରଜେଡି ନେତା ତେଜସ୍ବୀ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଥ୍ରୀଡି ଇମେଜ୍ ଭାଇରାଲ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି। ଏପରିକି ଭାରତ ସରକାରଙ୍କ କୃଷି ଓ କୃଷକ ସଶକ୍ତ ବିଭାଗ ପକ୍ଷରୁ ମଧ୍ୟ ଏଭଳି ଥ୍ରୀଡି ଇମେଜ୍ କରି ପୋଷ୍ଟ କରାଯାଇଛି।
ଗୁଗଲର ଭାଇସ ପ୍ରେସିଡେଣ୍ଟଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ବିଶ୍ବବ୍ୟାପି ଦୁଇ ଶହ ମିଲିୟନରୁ ଅଧିକ ଏଡିଟେଡ୍ ଇମ୍ଜେ ଜେନେରେଟ୍ କରିଛନ୍ତି ୟୁଜର୍ସ। ସେମାନଙ୍କ ମଧ୍ୟରୁ ୧୦ ମିଲିୟନ ଲୋକେ ଜେମିନି ଆପ୍ କୁ ନୂଆ କରି ଆସିଛନ୍ତି ବା ଡାଉନଲୋଡ୍ କରିଛନ୍ତି। ଚାଟ୍ ଜିପିଟି, ଗ୍ରୋକ ଭଳି ଲୋକପ୍ରିୟ ପ୍ଲାଟଫର୍ମକୁ ଏବେ ଚ୍ୟାଲେଞ୍ଜ କରି ବେଶ୍ ଭାଇରାଲ ହେଉଛି ଗୁଗୁଲ ଜେମିନି ଏଆଇର ଏହି ନାନୋ ବାନାନା ଟ୍ରେଣ୍ଡ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)