Advertisment

Viral Video: ମହିଳାଙ୍କ ନାଗିନ୍ ଡ୍ୟାନ୍ସ ଦେଖି ସମ୍ଭାଳି ପାରିଲେନି ୨ ବୃଦ୍ଧ; କଲେ ଏମିତି କାରନାମା

ପାର୍ଟିରେ ଡିଜେରେ ନାଗିନ୍ ଗୀତ ବାଜୁଥିଲା। ଜଣେ ମହିଳା ଏହି ଗୀତରେ ନାଚୁଥିଲେ। ମହିଳାଙ୍କ ନାଚ ଦେଖି ଦୁଇ ବୃଦ୍ଧ ନିଜକୁ ଆଉ ସମ୍ଭାଳି ପାରିଲେ ନାହିଁ। ସେମାନେ ମଧ୍ୟ ମହିଳାଙ୍କ ସହ ଯୋଗ ଦେଲେ।

ଅଦ୍ୟତନ ହୋଇଛି
Uncle Nagin Dance Viral Video

nagin dance uncle became snakes started rolling on ground

Advertisment

ବର୍ତ୍ତମାନ ଜନ୍ମଦିନ ପାର୍ଟିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ ଏହି ଭିଡିଓ ଭାଇରାଲ ହେବାର କାରଣ ଜନ୍ମଦିନ ପାର୍ଟି ନୁହେଁ ବରଂ ପାର୍ଟିରେ ଜଣେ ମହିଳାଙ୍କ ନାଗିନ୍ ଡ୍ୟାନ୍ସ। ଏହି ପାର୍ଟିରେ ଡିଜେରେ ନାଗିନ୍ ଗୀତ ବାଜୁଥିଲା। ଜଣେ ମହିଳା ଏହି ଗୀତରେ ନାଚୁଥିଲେ।

Advertisment

ମହିଳାଙ୍କ ନାଚ ଦେଖି ଦୁଇ ପୁରୁଷ ନିଜକୁ ଆଉ ସମ୍ଭାଳି ପାରିଲେ ନାହିଁ। ସେମାନେ ମଧ୍ୟ ମହିଳାଙ୍କ ସହ ଯୋଗ ଦେଲେ। ଜଣେ ତଳେ ଗଡି ସାପ ଭଳି ଚମତ୍କାର ଭଙ୍ଗିରେ ମହିଳାଙ୍କ ସହ ଜୋରଦାର୍ ନାଚିବା ଆରମ୍ଭ କଲେ।

ସେ କେତେବେଳେ ନିଜ ହାତକୁ ସାପ ଫଣା କରି ତଳେ ଗଡ଼ିଯାଉଛନ୍ତି ତ ପୁଣି କେତେବେଳେ ସେ ନିଜ ହାତରେ ବିନ୍ କରି କେଳା ହୋଇଯାଉଛନ୍ତି। ଲୋକମାନେ ଏହି ଦୁଇ ଅଙ୍କଲ୍‌ଙ୍କ ଏଭଳି ଢଙ୍ଗକୁ ଖୁବ ପସନ୍ଦ କରୁଛନ୍ତି, ଯେଉଁ କାରଣରୁ ଏହି ଭିଡିଓ ଇଣ୍ଟରନେଟରେ ତରଙ୍ଗ ସୃଷ୍ଟି କରୁଛି।

Advertisment

ଅଧିକ ପଢ଼ନ୍ତୁ: ଚିପ୍ସ ପ୍ୟାକେଟ୍‌ରେ ସଜାଯାଇଛି ବର ଗାଡ଼ି, ଚାଖଣା ବିକିବାକୁ ଆସିଛି କହିଲେ ୟୁଜର୍ସ

ଭାଇରାଲ ହେଉଥିବା ଏହି ଭିଡିଓରେ, ଆପଣ ଦେଖିପାରିବେ ଯେ ଜନ୍ମଦିନ ପାର୍ଟି ଚାଲିଛି ଏବଂ ଡିଜେରେ ବାଜୁଛି 'ମେନ୍ ନାଗିନ୍ ତୁ ସପେରା ...'। ଏହି ଗୀତରେ ଜଣେ ମହିଳା ନାଗିନ୍ ଡ୍ୟାନ୍ସ କରୁଥିବା ବେଳେ ଜଣେ ଅଙ୍କଲ୍ ଉତ୍ସାହିତ ହୋଇ ମହିଳାଙ୍କ ସାମ୍ନାରେ ନାଚିବା ଆରମ୍ଭ କରନ୍ତି। ମହିଳା ମଧ୍ୟ ତାଙ୍କ ସହିତ ତାଳ ଦେଇ ନାଚନ୍ତି।

Advertisment

ଏହି ସମୟରେ ଅନ୍ୟ ଜଣେ ଅଙ୍କଲ୍ ମଞ୍ଚ ଉପରେ ସାପ ପରି ଅଭିନୟ କରୁଛନ୍ତି ଏବଂ ମଞ୍ଚରେ ଗଡ଼ିଯାଉଛନ୍ତି। ତା’ପରେ ସମସ୍ତେ ଏକାଠି ମିଶି ଏକ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। ପାର୍ଟିରେ ଥିବା ସମସ୍ତ ଲୋକ ଏହି ତିନିଜଣଙ୍କ ଡ୍ୟାନ୍ସକୁ ବହୁତ ଧ୍ୟାନ ଦେଇ ଦେଖୁଛନ୍ତି ଏବଂ ମଜା ମଧ୍ୟ ନେଉଛନ୍ତି।

ଏହି ଭିଡିଓ ସୋସିଆଲ୍ ମିଡିଆ ଏକ୍ସରେ @Hi_Itsok ନାମକ ଜଣେ ଉପଭୋକ୍ତା ଶେୟାର କରିଛନ୍ତି। ସେ ଏଥିରେ କ୍ୟାପ୍‌ସନ୍ ଏଇ ଲେଖିଛନ୍ତି “ଏକ ହସିନା ଦୋ ଦିବାନା, ବହୁତ ସୁନ୍ଦର ଏବଂ ମଜାଳିଆ, ଦେଖନ୍ତୁ ଏବଂ ଉପଭୋଗ କରନ୍ତୁ, ଯଦି ଆପଣ ପସନ୍ଦ କରନ୍ତି, ଶେୟାର କରନ୍ତୁ।” ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟ୍‌ଫର୍ମରେ ବହୁଳ ଭାବରେ ଶେୟାର କରାଯାଉଛି।

ଖବର ଲେଖାହେବା ବେଳକୁ ଏହି ପୋଷ୍ଟକୁ ୨ ଲକ୍ଷ ପାଖାପାଖି ଭିୟୁ ମିଳିସାରିଥିଲା। ଜଣେ ଲେଖିଛନ୍ତି, ନାଗୁଣୀ କାମୁଡ଼ିବା ପରେ ବିଷାକ୍ତ ବୋଲି ଧରାଯିବ। ଅନ୍ୟ ଜଣେ ଲେଖିଛନ୍ତି - ନାଗମଣି ନେବା ପରେ ଯାଇ ଅଙ୍କଲ ଛାଡିବେ। ଆଉ ଜଣେ ଲେଖିଛନ୍ତି, ଏହି ତିନିଜଣ ବିଲୁପ୍ତ ହେବାକୁ ଯାଉଥିବା କଳାକୁ ଜୀବନ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ସ୍ମାର୍ଟ ଫୋନ ମାୟାରେ ବାୟା; ପରିବା ବଦଳରେ ଫ୍ରିଜରେ ପିଲାକୁ ରଖିଦେଲା ମା’...ଦେଖନ୍ତୁ ଭିଡିଓ

Viral Video Nagin Dance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ