• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଚା...ସକାଳ ହେଉକି ସଂଜ...ଆମ ସମସ୍ତଙ୍କର ଦରକାର । ଏମିତିକି ରାସ୍ତା କଡରେ ଆମେ ଅନେକ ସମୟରେ ଗାଡି ରଖି ଚା ପିଅନ୍ତି । କିଏ କିଏ ରାସ୍ତା କଡ ଦୋକାନରୁ ଚା ନପିଇ ବଡବଡ ରେଷ୍ଟୁରାଂଟରୁ ବି ଚା’ ପିଅନ୍ତି । ହେଲେ କେବେ ଦେଖିନଥିବେ ଅଡି କାର୍‌ରେ ବିକ୍ରି ହେଉଛି ଚା’ । ଇଏ ପୁଣି ଏମିତି ସେମିତି କାର୍‌ ନୁହେଁ ବରଂ ଅଡି କାର୍‌ରେ । ଘଟଣା ଶୁଣିବା ପରେ ସାମାନ୍ୟ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଦୃଶ୍ୟ ଦେଖିବା ପରେ ଚମକି ପଡିବେ ।

 

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ଯୁବକ ବିଳାସପୂର୍ଣ୍ଣ କାରରେ ଚା’ ଷ୍ଟଲ କରି ଚା’ ବିକ୍ରି କରୁଛନ୍ତି । ଆଉ ଏହି କାର୍‌ ଅଡି ବୋଲି ସ୍ପଷ୍ଟ ଦେଖାଯାଉଛି । ତେଣୁ ଏଇ ଚା ବାଲାଙ୍କୁ ଲୋକ ଅଡି ଚାଏବାଲା ବୋଲି ସମ୍ବୋଧନ କରୁଛନ୍ତି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇର ଅମିତ କଶ୍ୟପ ଏବଂ ମନୁ ଶର୍ମା ନାମକ ଦୁଇ ଯୁବକ ଏମିତି ଅଡିରେ ବୁଲିବୁଲି ଚା ବିକ୍ରି କରିବା ଆରମ୍ଭ କରିଥିଲେ । ଆଉ ତାହାର ନାଁ ଦେଇଥିଲେ ଅନ୍ ଡ୍ରାଇଭ୍ ଟି’ । ମୁମ୍ବାଇର ଏହି ‘ଅଡି ଚାଏବାଲା’ଙ୍କ ଭିଡିଓ ଏବେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ନିଜ ଅଡି କାର ପାଖରେ ଚା’ ପ୍ରସ୍ତୁତ କରୁଛନ୍ତି ଏଇ ଯୁବକମାନେ । ଚା ପ୍ରସ୍ତୁତି ପାଇଁ ଗାଡ଼ି ଡିକିରେ ସବୁ ସାମଗ୍ରୀ ରହିଛି । ତେଣୁ ଯେଉଁଠି ଇଚ୍ଛା ସେହିଠାରେ ଗାଡି ପାର୍କିଂ କରିବା ସହିତ ବିକୁଛନ୍ତି ଚା ।