Advertisment

Viral Video: ଭୋଜପୁରୀ ଗୀତରେ ଅଣ୍ଟା ହଲେଇ ନାଚିଲେ ପୋଲିସ୍ ବାବୁ; ଲୋକେ କହିଲେ…

ଆଜିକାଲି ଜଣେ ପୋଲିସ୍ ବାବୁ ସୋସିଆଲ୍ ମିଡିଆରେ ବେଶ୍ ନାଁ କମେଇଛନ୍ତି। ଆପଣ ଭାବୁଥିବେ ସେ ତାଙ୍କ ପୋଲିସଗିରିରେ ଏହି ନାଁ କମେଇଛନ୍ତି। କିନ୍ତୁ ନା… ସେ ଡ୍ୟାନ୍ସ ମାଧ୍ୟମରେ ଲୋକଙ୍କ ମନ କିଣୁଛନ୍ତି। ଦେଖନ୍ତୁ ତାଙ୍କ ଜବରଦସ୍ତ ନାଚ…

author-image
Pramod Behera
ଅଦ୍ୟତନ ହୋଇଛି
Mumbai police officer amol kamble dance Bhojpuri song choliya ke hook raja ji

Mumbai police officer amol kamble dance Bhojpuri song choliya ke hook raja ji

ଆଜିର ଏ ସୋସିଆଲ ମିଡିଆ ଯୁଗରେ ସମସ୍ତେ ଫେମସ୍‌ ହେବାକୁ ଇଛା କରନ୍ତି। ଅନେକ ରାତାରାତି ନାମ ଅର୍ଜନ କରିବାକୁ ଚାହାଁନ୍ତି। ସେଥିପାଇଁ ସେମାନେ ସୋସିଆଲ୍ ମିଡିଆରେ କିଛି ବି କଣ୍ଟେଣ୍ଟ ତିଆରି କରିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି। ସୋସିଆଲ ମିଡିଆ ମଧ୍ୟ ଲୋକଙ୍କୁ ନିରାଶ କରି ନାହିଁ। ସେମାନଙ୍କୁ ଏପରି ଏକ ପ୍ଲାଟଫର୍ମ ଦେଇଛି ଯେଉଁଠାରେ ଟିକିଏ କଠିନ ପରିଶ୍ରମ କରି ଲୋକେ ଉଭୟ ଟଙ୍କା ଏବଂ ଖ୍ୟାତି ଅର୍ଜନ କରିପାରୁଛନ୍ତି।

Advertisment

ଏହି କାରଣରୁ ଏହା ମନୋରଂଜନର ସମୁଦ୍ର ମେଲେଇ ଦେଇଛି। ନାଚ, ଗୀତ, ଅଭିନୟ ଏବଂ ବେଳେବେଳେ ଅଜବ ଭିଡିଓ ସବୁକିଛି ଦେଖିବାକୁ ମିଳୁଛି। ସେ ଡାକ୍ତର ହୁଅନ୍ତି କି ଓକିଲ ବା ପୋଲିସ୍ ସମସ୍ତେ ଏହାର ଫାଇଦା ନେଉଛନ୍ତି। ଆଜିକାଲି ଜଣେ ପୋଲିସ୍ ମଧ୍ୟ ସୋସିଆଲ୍ ମିଡିଆରେ ବେଶ୍ ନାଁ କମେଇଛନ୍ତି। ସେ ଡ୍ୟାନ୍ସ ମାଧ୍ୟମରେ ଲୋକଙ୍କ ମନ କିଣୁଛନ୍ତି।

ଏହି ପୋଲିସ ଅଫିସର୍ ଜଣକ ହେଲେ ଅମୋଲ କାମ୍ବଲେ। ସେ ମୁମ୍ବାଇ ପୋଲିସର ଜଣେ ଅଧିକାରୀ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ୧.୮ ଲକ୍ଷ ଲୋକ ତାଙ୍କୁ ଫଲୋ କରୁଛନ୍ତି। ନିକଟରେ ସେ ଭୋଜପୁରୀ ଗୀତରେ ନାଚୁଥିବା ବେଳେ ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି ଯାହା ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଭିଡିଓରେ ସେ ଭୋଜପୁରୀ ଗାୟକ ତଥା ଅଭିନେତା ଅରବିନ୍ଦ ଅକେଲା କଲୁଙ୍କ ଗୀତ- "ଲଗାଇ ଦିହି ଚୋଲିଆ..." ରେ ନାଚୁଥିବା ନଜର ଆସିଛନ୍ତି। ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି- “ବିହାର ଏବଂ ଉତ୍ତରପ୍ରଦେଶକୁ ଢେର ସାରା ଭଲ ପାଇବା।”

ଏହି ଭିଡିଓରେ ଅମୋଲ ଛାତ ଉପରେ ଅଛନ୍ତି। ସେ ୟୁନିଫର୍ମ ଛାଡି ଜିନ୍ସ-ଟି-ସାର୍ଟର କୁଲ ଲୁକ୍‌ରେ ନଜର ଆସିଛନ୍ତି। ସେ ଭୋଜପୁରୀ ଗୀତରେ ତାଙ୍କ ଅଣ୍ଟା ହଲେଇ ନାଚୁଥିବା ନଜର ଆସନ୍ତି। ତାଙ୍କୁ ପ୍ରଥମ ଥର ଦେଖି କେହି ଭାବି ପାରିବେ ନାହିଁ ଯେ ସେ ଏତେ ଭଲ ନାଚି ପାରିବେ ବୋଲି, କିନ୍ତୁ ଯେତେବେଳେ ସେ ନାଚିବା ଆରମ୍ଭ କରନ୍ତି, ସେତେବେଳେ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି।

ଭିଡିଓଟି ଲକ୍ଷ ଲକ୍ଷ ଭ୍ୟୁ ପାଇଛି। ତାଙ୍କ ଭିଡିଓ ଉପରେ ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି। ଅନେକ ଲୋକ ତାଙ୍କୁ ପ୍ରଶଂସା କରୁଛନ୍ତି ଏବଂ ଅନେକ ଲୋକ ମଧ୍ୟ ତାଙ୍କୁ ପରିହାସ କରୁଛନ୍ତି। ଜଣେ କହିଛନ୍ତି- "ସାର୍, ମୁଁ FIR ଲେଖିବାକୁ ଆସିଥିଲି, ଠିକ ଅଛି, ମୁଁ ପରେ ଆସିବି।" ଆଉ ଜଣେ କହିଛନ୍ତି- "ଦେଖୁଛ ବିନୋଦ, ଭୋଜପୁରୀ ଗୀତର କମାଲ।" ଆଉ ଜଣେ ମଜ୍ଜା କରି କହିଛନ୍ତି ଯେ “ଅମୋଲ ଏତେ ଭଲ ନାଚୁଛନ୍ତି, ତାଙ୍କର ପ୍ରମୋସହ କରିଦିଆଯାଉ।”

ତେବେ ଏହି ଗୋଟିଏ ନୁହେଁ, ତାଙ୍କ ପେଜ୍‌ରେ ତାଙ୍କର ଅନେକଗୁଡିଏ ଡ୍ୟାନ୍ସ ଭିଡିଓ ଅଛି।

Social Media Viral Video
Advertisment
Advertisment