/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684403124.jpg)
Mother-Daughter Cabin Crew
୪ ଦିନ ତଳେ ସାରା ବିଶ୍ୱ ପାଳନ କରିଛି ମାତୃତ୍ୱ ଦିବସ । ଏଇ ଦିନକୁ ମାଆଙ୍କ ଲାଗି ଉତ୍ସର୍ଗ କରାଯାଇଥିଲା । କାରଣ ଏଇ ଦିନଟି ପ୍ରତ୍ୟେକ ମାଆଙ୍କ ଲାଗି ସ୍ୱତନ୍ତ୍ର...ହେଲେ ମଦର୍ସ ଡେ’ର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।
ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସେୟାର କରାଯାଇଥିବା ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା । ଭିଡିଓରେ ଦେଖିବାକୁ ମିଳିଛି କି, ବିମାନ ଭିତରେ ମାଆଙ୍କୁ ମାତୃ ଦିବସର ଅଭିନନ୍ଦନ ଜଣାଇଥିଲେ ଝିଅ । ଖାଲି ଅଭିନନ୍ଦନ ଜଣାଇଥିଲେ ତାହା ନୁହେଁ ମାଆଙ୍କୁ ନିଜର ପ୍ରେରଣା ବୋଲି କହିଥିଲେ । ବାସ୍ ଏତିକି ଶୁଣିବା ପରେ ବିମାନରେ ଥିବା ସବୁ ଯାତ୍ରୀମାନେ ତାଙ୍କୁ ପ୍ରଶଂସା ବି କରିଥିଲେ ।
ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଗୋ ବିମାନରେ ଉଭୟ ମାଆ-ଝିଅ କ୍ରୁ ସଦସ୍ୟ ଅଟନ୍ତି । ଏମିତିକି ମଦର୍ସ ଡେ’ରେ ଉଭୟେ ବିମାନରେ ଉପସ୍ଥିତ ଥିଲେ ଆଉ ନିଜ ମାଆଙ୍କୁ ପ୍ରେରଣା ବୋଲି କହିଥିଲେ । ତେବେ ଏହି ସମୟର ଭିଡିଓଟି ଇଣ୍ଡିଗୋ ପକ୍ଷରୁ ଟ୍ୱିଟ୍ କରାଯାଇଛି । ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୭୫ ହଜାରରୁ ଅଧିକ ୟୁଜର୍ସ ଦେଖି ସାରିଛନ୍ତି ଏବଂ ଶହ ଶହ ଲୋକ ଲାଇକ୍ ମଧ୍ୟ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି- ମା ପରି କେହି ହୋଇପାରିବେ ନାହିଁ ।
Happy Mother's Day to the one who's always had my back, on the ground and in the air. #HappyMothersDay#goIndiGo#IndiaByIndiGopic.twitter.com/gHLZBZRmra
— IndiGo (@IndiGo6E) May 14, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)