/odishatv-khabar/media/post_attachments/uploadimage/library/16_9/16_9_0/s_1686028821.jpg)
Minor boy placing stones on railway track in Karnataka video goes viral
ନିକଟରେ ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ଛାତିଥରା ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୧୧ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏସବୁ ଭିତରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। କର୍ଣ୍ଣାଟକର ଏକ ରେଲ୍ୱେ ଟ୍ରାକ୍ରେ ଜଣେ ନାବାଳକ ଛୋଟ ଛୋଟ ପଥର ରଖିଥିବା ଘଟଣା ସାମ୍ନାକୁ ଆସିଛି। ସୋମବାର ଦିନ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ନାବାଳକ ଜଣକ ରେଲ୍ୱେ ଟ୍ରାକ୍ ଉପରେ ବହୁତ ଦୂର ଯାଏ ପଥର ସବୁ ରଖିଥିଲା। ହେଲେ ଲୋକମାନେ ତାକୁ ଧରିବା ସହ ପ୍ରଶ୍ନ କରିଥିଲେ। ଜଣେ ବ୍ୟକ୍ତି ନାବାଳକର ହାତକୁ ଧରି ତାକୁ ଟାଣି ଟାଣି ନେଇ ଟ୍ରାକ୍ରୁ ପଥର ସବୁ ହଟାଉ ଥିବା ଦେଖିବାକୁ ମିଳିଛି। କାହିଁକି ସେ ଟ୍ରାକ୍ରେ ପଥର ସବୁ ରଖୁଛନ୍ତି ଓ କେବେଠୁ ସେ ଏଭଳି କରୁଛନ୍ତି ଲୋକମାନେ ସମ୍ପୃକ୍ତ ନାବାଳକକୁ ପଚାରିଥିଲେ। ତେବେ ପ୍ରଥମ ଥର ସେ ଏଭଳି କରିଥିବା ନାବାଳକ ଜଣକ କହିଥିଲା। ଏପରି କରିବାକୁ ତାକୁ କେହି କହି ନଥିବା ମଧ୍ୟ ସେ କହିଥିଲା।
ଯେତେବେଳେ ଜଣେ ବ୍ୟକ୍ତି କହିଥିଲେ ନାବାଳକକୁ ପୋଲିସ୍ ହସ୍ତାନ୍ତର କରିବା ପାଇଁ, ସଙ୍ଗେସଙ୍ଗେ ସେ ତାଙ୍କ ଗୋଡ଼ ଧରି ନେଇଥିଲେ ଓ ଏପରି ନକରିବା ପାଇଁ କହିଥିଲେ। ଅରୁଣ ପୁଡୁର ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ଏହି ଭିଡିଓ ଶେୟାର କରିଛନ୍ତି। ଘଟଣା ପ୍ରତି ଦୃଷ୍ଟି ଦେବା ଲାଗି ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।
⚠️ Shocking: Another #TrainAccident Averted.
An underage boy was caught sabotaging the railway Track this time in #Karnataka.
We have tens of thousands of Kms of railway tracks and forget adults now even kids are being used for sabotaging and causing deaths.
This is a serious… pic.twitter.com/URe9zW4NgG
— Arun Pudur (@arunpudur) June 5, 2023
ଭିଡିଓ ଟ୍ୱିଟ୍ କରି ଅରୁଣ କହିଛନ୍ତି, ‘ଏହା ଏକ ଗମ୍ଭୀର ପ୍ରସଙ୍ଗ। ଜଣେ ନାବାଳକ କର୍ଣ୍ଣାଟକରେ ରେଲ୍ୱେ ଟ୍ରାକ୍ରେ ପଥର ରଖୁଥିବା ବେଳେ ଧରାପଡ଼ିଥିଲା। ତେବେ ଛୋଟ ଛୋଟ ପିଲାଙ୍କୁ ଏଭଳି ଅଘଟଣ ଘଟାଇବା ପାଇଁ ବ୍ୟବହାର କରାଯାଉଥିବା ଚିନ୍ତାର କାରଣ ପାଲଟିଛି। ଏମାନଙ୍କୁ କିଏ ଟ୍ରେନିଂ ଦେଉଛି ? ବୋଲି ସେ ପ୍ରଶ୍ନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)