• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପାନିପୁରୀ ବା ଗୁପଚୁପ । କହାକୁ ଟିକେ ରାଗ... କାହାକୁ ଟିକେ ଖଟା... ଆଉ କାହାକୁ ପୋଦିନାବାଲା ଖଟାପାଣି ବହୁତ ପସନ୍ଦ ହୋଇଥାଏ । ବିଶେଷକରି ଝିଅ ବା ମହିଳାମାନଙ୍କୁ ଗୁପ୍‌ଚୁପ୍‌ ଅନେକ ପସନ୍ଦ ଆସିଥାଏ । ଚଟପଟା ସ୍ୱାଦ ସାଙ୍ଗକୁ ବାସ୍ନାଭରା ଖଟାପାଣି ଗ୍ରାହକଙ୍କୁ ଆକୃଷ୍ଠ କରିଥାଏ ।

ଆପଣ ସାଧାରଣତଃ ଠେଲାରେ ବିକ୍ରି ହୋଉଥିବା ଗୁପ୍‌ଚୁପ୍‌ ଓ ଦହି ଗୁପ୍‌ଚୁପ୍‌ ଖାଇଥିବେ । ଯାହା ଆପଣଙ୍କୁ ବେଶ୍‌ ପସନ୍ଦ ଆସିଥିବ । ଖାଲି ସେତିକି ନୁହେଁ, ଗୁପ୍‌ଚୁପ୍‌ ବିକ୍ରି କରୁଥିବା ବ୍ୟବସାୟୀ ଜଣକ ଜଣେ ପୁରୁଷ ମଧ୍ୟ ହୋଇଥିବେ । ହେଲେ ବର୍ତ୍ତମାନ ଜଣେ ଯୁବତୀ ମସଲାଦାର ଗୁପ୍‌ଚୁପ୍‌ ବିକ୍ରି କରି ନିଜର ପରିଚୟ ସୃଷ୍ଟି କରିବା ସହ ଗ୍ରାହକଙ୍କୁ ନିଜର ପାନିପୁରୀ ସ୍ୱାଦରେ ବାନ୍ଧି ରଖିଛନ୍ତି ।

ଗୁପ୍‌ଚୁପ୍‌ ବ୍ୟବସାୟ କରୁଥିବା ଯୁବତୀଙ୍କ ନାଁ ତାପସୀ ଉପାଧ୍ୟାୟ । ତାଙ୍କ ବୟସ ୨୧ ବର୍ଷ । ବିଟେକ୍ ପାନିପୁରୀବାଲୀ ନାଁରେ ସେ ବର୍ତ୍ତମାନ ବେଶ୍‌ ଜଣାଶୁଣା  । ବିଟେକ୍‌ ପାସ୍‌ କରିବା ପରେ ତାପସୀ ଚାକିରି ପଛରେ ନଗୋଡାଇ ଗୁପଚୁପ୍‌ ବ୍ୟବସାୟ କରୁଥିବା କହିଛନ୍ତି । ଖାଲି ସେତିକି ନୁହେଁ, ତାପସୀଙ୍କ ଗୁପ୍‌ଚୁପ୍‌ ଷ୍ଟଲ କିଛି ଭିନ୍ନ ଧରଣର ହୋଇଥିବାବେଳେ ତାଙ୍କର ଏକ ୱେବ୍‌ସାଇଟ୍‌ ଥିବା ମଧ୍ୟ ଥିବା ସେ କହିଛନ୍ତି ।

ତାପସୀଙ୍କ ଗୁପ୍‌ଚୁପ୍‌ ଷ୍ଟଲ ସୁନ୍ଦର ଭାବେ ତିଆରି କରାଯାଇଛି । ଏକ ବୁଲେଟ ମଧ୍ୟ ସେଠାରେ ରହିଥିବା ଦେଖିବାକୁ ମିଳିଛି । ଯାହାକୁ ତାପସୀ ଚଳାଉଥିବା ଏକ ଭିଡିଓରେ ନଜର ଆସିଛନ୍ତି । ଇନଷ୍ଟାଗ୍ରାମ ପେଜ୍ @ are_you_hungry007ରେ ତାପସୀଙ୍କ ଏହି ଭିଡିଓ ଭାଇରାଲ ହେଉଛି ।

ଭିଡିଓ ମାଧ୍ୟମରେ ତାପସୀ ତାଙ୍କ ସଂଘର୍ଷର କଥା ବଖାଣିଛନ୍ତି । ପାନିପୁରୀ ବା ଗୁପ୍‌ଚୁପ୍‌ ବ୍ୟବସାୟ ଆରମ୍ଭ କରିବା ପରେ ତାଙ୍କ ପ୍ରତି ଲୋକମାନଙ୍କ ମନୋଭାବକୁ ଗୋଟିଗୋଟି କହିଛନ୍ତି ତାପସୀ । ଏହି ଭିଡିଓକୁ ଅନେକ ଦର୍ଶକ ପସନ୍ଦ କରିଥିବା ବେଳେ କିଛି ଦର୍ଶକ ତାଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି । ଖାଲି ସେତିକି ନୁହେଁ ଏହି ଭିଡିଓଟିକୁ ଅନେକ ଦର୍ଶକ ଦେଖିସାରିଥିବାବେଳେ ୩ଲକ୍ଷ ୬୦ହଜାରରୁ ଅଧିକ ଦର୍ଶକ ଲାଇକ୍‌ କରିଛନ୍ତି ।