/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708095896.jpg)
Companies With Free Food
ଦରମା ୪୩ ଲକ୍ଷ ତଥାପି ଦରକାର ମାଗଣା ଖାଦ୍ୟ । ଏକଥା ଆମେ କହୁନୁ ଏକଥା କହୁଛନ୍ତି ଜଣେ କର୍ମଚାରୀ । ଏଭଳି କଥା କହି ଖାଲି ସୋସିଆଲ ମିଡ଼ିଆ ନୁହେଁ ବରଂ ସାରା ଭାରତ ବର୍ଷରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କ କଥା ମଧ୍ୟ ବର୍ତ୍ତମାନ କାମ କରୁଥିବା କମ୍ପାନୀର ମାଲିକଙ୍କର ଦୃଷ୍ଟି ଆର୍କଷଣ ହୋଇଛି । ଯାହାର ସ୍କ୍ରିନସଟ୍ ସେୟାର କରିଛନ୍ତି କମ୍ପାନୀର ପ୍ରତିଷ୍ଠାତା ।
ଚାକିରି ଖୋଜୁଥିବା ବ୍ୟକ୍ତିଜଣକ ପ୍ରଶ୍ନ କରି ଲେଖିଛନ୍ତି ଯେ, “ଭଲ ପ୍ରୋଟିନ୍ ଖାଦ୍ୟ ମିଳୁଥିବା କମ୍ପାନୀରେ ମୁଁ ଯୋଗଦେବାକୁ ଚାହୁଁଛି । ଯେମିତି ସେମାନେ ମୋର ସମସ୍ତ ୪ଟି ଖାଇବା ଯୋଗାଇ ଦେବେ । ମୁଁ ଗୁଗୁଲ୍ରେ ଇନ୍ଟର୍ଭ୍ୟୁ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛି । ଏମିତି କୌଣସି କମ୍ପାନୀ ଅଛି କି, ଯାହାକୁ ମୁଁ ଟାର୍ଗେଟ୍ କରିପାରିବି ? ’’
ଅନ୍ୟପଟେ କମ୍ପାନୀର ମାଲିକ ଏହାର ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି ଯେ, “ସେ ଜଣେ ପ୍ରତ୍ୟେକ ଦିନ୍ ଜିମ୍ ଯାଉଥିବା ବ୍ୟକ୍ତି ଯାହାର ବାର୍ଷିକ ଦରମା ୪୩ ଲକ୍ଷରୁ ଅଧିକ ରହିଛି ଏବଂ ସାଢେ ଚାରି ବର୍ଷର ଅଭିଜ୍ଞତା ମଧ୍ୟ ରହିଛି । ତାଙ୍କର ମାସିକ ଖାଦ୍ୟ ମୂଲ୍ୟ ଏତେ ଅଧିକ ହୋଇ ଯାଉଛି ଯେ ସେ ଏମିତି ଏକ କମ୍ପାନୀ ଖୋଜୁଛନ୍ତି ଯେମିତି ତାଙ୍କର ଚାରିଟି ଖାଦ୍ୟ ଯୋଗାଇ ଦେବେ । ’’
I rarely see people with so much clarity about their priorities and future choices
His reason to get his next job is simple: good food
Whole discussion is quite good, 68 comments : https://t.co/XEBIOcNDeepic.twitter.com/1nHNWt0Qvr
— Saumil (@OnTheGrapevine) February 15, 2024
ତ୍ରିପାଠୀଙ୍କ ଦ୍ବାରା ସେୟାର ହୋଇଥିବା ଏହି ପୋଷ୍ଟରେ ୮୧ ହଜାରରୁ ଅଧିକ ଭ୍ୟୁ ହୋଇ ସାରିଲାଣି । ଅନେକ ଲୋକ ସେମାନଙ୍କ ମତ ମଧ୍ୟ ପ୍ରକାଶ କରୁଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, “ବ୍ୟକ୍ତିର ବର୍ତ୍ତମାନର ଦରମା ଓ ତାଙ୍କର ଚିନ୍ତା ମୋତେ ମୋ ଜୀବନ ପସନ୍ଦ ଉପରେ ପ୍ରଶ୍ନ କରୁଛି । ଅନ୍ୟ ଜଣେ କହିଛନ୍ତି, ସେ ଜୋମାଟରେ ଯୋଗଦେବା ଭଲ ହେବ, କାରଣ ସେ ମାଗଣା ଖାଦ୍ୟ ପାଇପାରିବେ । ଅନ୍ୟ ଜଣେ ପ୍ରଶ୍ନ କରିଛନ୍ତି ଯେ ସେ ଏତେ ପରିମାଣର ଦରମା ନେବା ସତ୍ତ୍ୱେ ତାଙ୍କ ଖାଦ୍ୟ ନିଜେ କେମିତି ଖାଇ ପାରୁ ନାହିଁନ୍ତି ? ’’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)