Advertisment

VIDEO : ମେଟ୍ରୋରେ ସବୁ ସମ୍ଭବ...ଲାଜସରମ ଭୁଲି ପ୍ୟାଣ୍ଟ୍‌ ସାର୍ଟ ଖୋଲିଦେଲ ଯୁବକ, ତା’ପରେ...

ସମସ୍ତଙ୍କ ସାମ୍ନାରେ ପୋଷାକ ଖୋଲି ମେଟ୍ରୋରେ ଗାଧୋଇଲେ ଯୁବକ । ଏହା ଦେଖି ପାଖରେ ବସିଥିବା ମହିଳା ଓ ଜଣେ ବ୍ୟକ୍ତି ସେଠାରୁ ଉଠି ଚାଲିଯିବାକୁ ବାଧ୍ୟ ହେଲେ ।

ଅଦ୍ୟତନ ହୋଇଛି
Metro Train Viral Video

viral video

Advertisment

ଇଣ୍ଟରନେଟ୍ ଦୁନିଆରେ ପ୍ରତିଦିନ ନୂଆ ନୂଆ ଭିଡିଓ ବାହାରକୁ ଆସୁଛି । କିନ୍ତୁ କିଛି ଦିନ ହେଲା ମେଟ୍ରୋରେ ଭିଡିଓ ତିଆରି କରିବା ଯେପରି ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ନିକଟରେ ଦିଲ୍ଲୀ ମେଟ୍ରୋରେ ବିକିନି ଗର୍ଲର ଏକ କ୍ଲିପ୍ ଭାଇରାଲ ହୋଇଥିଲା । ବର୍ତ୍ତମାନ ଆମେରିକାର ନ୍ୟୁୟର୍କ ସିଟିରୁ ସେହିପରି ଜଣେ ଯୁବକଙ୍କର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଯୁବକ ହଠାତ୍ ନିଜର ପୋଷାକ ଖୋଲି ମେଟ୍ରୋରେ ଗାଧୋଇବା ଆରମ୍ଭ କରିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆ ରେ ଭୟଙ୍କର ଭାବରେ ଭାଇରାଲ ହେବାରେ ଲାଗିଛି ।

Advertisment

ଭାଇରାଲ ଭିଡିଓ ରେ ଦେଖିବାକୁ ମିଳୁଛି, ଧଳା ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧିଥିବା ଜଣେ ଯୁବକ ମେଟ୍ରୋରେ ଯାତ୍ରା କରୁଛନ୍ତି । ତାଙ୍କ ପାଖରେ ଜଣେ ମହିଳା ବସିଛନ୍ତି । ଆଉ ସେହି ସମୟରେ ଯୁବକ ଜଣକ ହଠାତ୍ ନିଜ ସିଟ୍‌ରୁ ଉଠି ସାର୍ଟ ଖୋଲି ଦେଲେ । ତା’ପରେ ପ୍ୟାଣ୍ଟ୍ ବି ଖୋଲି ଦେଲେ। ଆଉ ସାମ୍ନାରେ ରଖାଯାଇଥିବା ସୁଟକେସ୍ ଖୋଲି ଏକ ବୋତଲ ପାଣି ବାହାର କରି ନିଜ ଉପରେ ଢ଼ାଳି ଦେଲେ। ପରେ ପରେ ଏକ ବଡ ହଳଦିଆ ସ୍ପଞ୍ଜରେ ଘଷି ହୋଇ ଗାଧୋଇବା ଆରମ୍ଭ କଲେ।

ଅଧିକ ପଢ଼ନ୍ତୁ: ବିକିନୀ, ପେପର ସ୍ପ୍ରେ ଓ କପଲ୍‌ କିସ୍‌...ଦିଲ୍ଲୀ ମେଟ୍ରୋର ଏହି ୫ ଭିଡିଓ ଏବେ ଚର୍ଚ୍ଚାରେ

Advertisment

ଖାଲି ସେତି କୁହେଁ, ଗାଧୋଇବା ପରେ ସୁଟକେସ ଭିତରୁ ଏକ ଟାୱେଲ ବାହାର କରି ଶରୀରକୁ ପୋଛିବା ଆରମ୍ଭ କଲେ। ସେତେ ଯେମିତି ସେ ତାଙ୍କ ବାଥ୍‌ରୁମ୍‌ରେ ଗାଧଉଛନ୍ତି । ଏହି ଦୃଶ୍ୟ ଦେଖି ପାଖରେ ବସିଥିବା ମହିଳା ଓ ବ୍ୟକ୍ତି ସେଠାରୁ ଉଠି ଯିବାକୁ ବାଧ୍ୟ ହେଲେ । ଯୁବକଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଭିଡିଓ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ