/odishatv-khabar/media/post_attachments/uploadimage/library/16_9/16_9_0/s_1686381331.jpg)
Man sitting inside the coffee shop orders Starbucks coffee worth Rs 400 for Rs 190
ଆଜିକାଲି ସବୁଠି ଟେକ୍ନୋଲୋଜିର ବହୁଳ ବ୍ୟବହାର ହେଉଛି। ବିଭିନ୍ନ ପ୍ରକାରର ଟେକ୍ନୋଲୋଜିକୁ ବ୍ୟବହାର କରି କିପରି ଏହାର ଫାଇଦା ଉଠାଇ ପାରିବେ ଏହା ଉପରେ ଲୋକେ ଗୁରୁତ୍ୱ ଦେଉଛନ୍ତି। ନିକଟରେ ଜଣେ ବ୍ୟକ୍ତି ଏମିତି ଏକ ଘଟଣା ଶେୟାର କରିଛନ୍ତି, ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସମ୍ପୃକ୍ତ ବ୍ୟକ୍ତି ଷ୍ଟାର୍ବକ୍ସ କଫି ଶପ୍ରେ ବସି ୪୦୦ ଟଙ୍କାର କଫି ଅର୍ଡର କଲେ ଓ ସେଇଠି ବସି ପିଇଲେ। ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଏହି କଫି ପାଇଁ ସେ ୪୦୦ ଟଙ୍କା ବଦଳରେ ୧୯୦ ଟଙ୍କା ଦେଲେ। ଏହା ଜାଣିବା ପରେ ଆପଣମାନେ ଭାବୁଥିବେ ଏହା କିପରି ସମ୍ଭବପର ହୋଇପାରିଲା। ବ୍ୟକ୍ତି ଜଣକ ବୁଦ୍ଧି ଖଟାଇ ଏମିତି କିଛି ଟୋକ୍ନୋଲୋଜିର ବ୍ୟବହାର କଲେ, ଯେଉଁଠି କଫି ପାଇଁ ତାଙ୍କୁ ଅଧା ଦାମ୍ ଦେବାକୁ ପଡ଼ିଲା।
ଉକ୍ତ ବ୍ୟକ୍ତି ଅନ୍ଲାଇନ୍ ଫୁଡ୍ ଡେଲିଭରି ଆପ୍ ଜୋମାଟୋରୁ ଷ୍ଟାର୍ବକ୍ସ କଫି ଅର୍ଡର କରି କମ୍ ଦାମ୍ରେ ଏହାର ଫାଇଦା ଉଠାଇଥିଲେ। ଏହି କଫିର ଡିମାଣ୍ଡ୍ ଯେତିକି ଏହାର ଦାମ୍ ମଧ୍ୟ ସେତିକି ଅଧିକ। କଫିର ଦାମ୍ ପାଖାପାଖି ୩୦୦-୪୦୦ ଟଙ୍କା ମଧ୍ୟରେ ରହିଥାଏ। ତେବେ ଅନ୍ଲାଇନ୍ ଫୁଡ୍ ଡେଲିଭରି ଆପ୍ ଜୋମାଟୋ, ସ୍ୱିଗିରେ ଅଧିକାଂଶ ସମୟରେ ଡିସ୍କାଉଣ୍ଟ କୁପନ୍ ଥାଏ। ଯଦି ଆପଣ ଗୋଲ୍ଡ ସବ୍ସ୍କ୍ରାଇବର, ତା’ହେଲେ ମାଗଣାରେ ଫୁଡ୍ ଡେଲିଭରିର ଫାଇଦା ଉଠାଇ ପାରିବେ।
୪୦୦ ଟଙ୍କାରେ ଅର୍ଡର କଲେ କଫି, ୧୯୦ ଟଙ୍କା ଦେଲେ... କେମିତି ୪୦୦ ଟଙ୍କାର ଷ୍ଟାର୍ବକ୍ସ କଫିକୁ ୧୯୦ ଟଙ୍କାରେ ଅର୍ଡର କଲେ ଏନେଇ ସନ୍ଦୀପ ମଲ୍ଲ ଟ୍ୱିଟରରେ ଶେୟାର କରିଛନ୍ତି। ଆଉ କିପରି ଭାବେ ଡେଲିଭରି ବୟ କଫି ଆଣି ଷ୍ଟାରବକ୍ସରେ ତାଙ୍କ ଟେବୁଲ୍ରେ କଫି ଦେଇଥିଲେ, ପୁରା କାହାଣୀ ସେ କହିଛନ୍ତି। ସନ୍ଦୀପଙ୍କ କହିବା ଅନୁସାରେ, ‘ଷ୍ଟାର୍ବକ୍ସରେ ବସି ସେ ୪୦୦ ଟଙ୍କାର କଫି ଅର୍ଡର କରିଥିଲେ। ହେଲେ ଜୋମାଟୋରେ ଏହାର ଦାମ୍ ୧୯୦ ଟଙ୍କା। ଏହାପରେ ଷ୍ଟାର୍ବକ୍ସ ଠିକଣାରେ ସେ କଫି ଅର୍ଡର କଲେ। ଜୋମାଟୋ ବୟ ଅର୍ଡର ପିକ୍ କରି ଷ୍ଟାର୍ବକ୍ସରେ ମୋ ଟେବୁଲ୍ରେ କଫି ଦେଇଥିଲେ।’
ଜଣେ ୟୁଜର ସନ୍ଦୀପଙ୍କୁ ପଚାରି ଥିଲେ ଏନେଇ ଡେଲିଭରି ବୟ ରିଆକ୍ସନ କ’ଣ ଥିଲା। ଏନେଇ ସେ କହିଥିଲେ, ଡେଲିଭରି ବୟ ଜାଣିଥିଲେ ଯେ, କାଫେ ଭିତରେ ବସି ହିଁ ଗ୍ରାହକ ଜଣକ ଅର୍ଡର କରିଛନ୍ତି। ତେଣୁ ସେ ଆଶ୍ଚର୍ଯ୍ୟ ହୋଇନଥିଲେ। ତେବେ ସନ୍ଦୀପଙ୍କ ଏଭଳି ଆଇଡିଆକୁ ୟୁଜର୍ସ ପ୍ରଶଂସା କରିବା ସହ ଟଙ୍କା ସଞ୍ଚୟ କରିବାର ଏହା ଏକ ବହୁତ ଭଲ ଉପାୟ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)