/odishatv-khabar/media/post_attachments/uploadimage/library/16_9/16_9_0/s_1685503663.jpg)
Man Seen Doing Push-Ups On Top Of Moving Car In Gurugram
ନା ଜୀବନକୁ ଡର, ନା କାହାକୁ ଭୟ...ଚଳନ୍ତା କାର୍ର ଛାତ ଉପରେ ପୁଶ୍-ଅପ୍ ମାରିଲେ ଯୁବକ। ଖାଲି ଏତିକି ନୁହେଁ ଆଉ କିଛି ଯୁବକ ମଦ ପିଇବା ସହ ଡ୍ୟାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଗୁରୁଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି। ହେଲେ ଚଳନ୍ତା କାର୍ରେ ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି ମଉଜ ମସ୍ତି କରିବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଭିଡିଓ ଭାଇରାଲ୍ ପରେ ପୋଲିସ୍ କାର୍ ମାଲିକଙ୍କ ନାଁରେ ୬,୫୦୦ ଟଙ୍କା ଚାଲାଣ କାଟିବା ସହ ପୁଶ୍-ଅପ୍ ମାରୁଥିବା ଯୁବକଙ୍କୁ ଅଟକ ରଖିଥିଲା।
ଅଧିକ ପଢ଼ନ୍ତୁ: ବିଚ୍ ରାସ୍ତାରେ..ସାଇକେଲ୍ରେ ଓଲଟା ବସି ଷ୍ଟଣ୍ଟ୍ ଦେଖାଇଲେ ବୃଦ୍ଧ, ଯିବା ଲୋକ ବି ଅଟକିଗଲେ
ସୋସିଆଲ୍ ମିଡିଆରେ ଏହି ଘଟଣାର ୨ଟି ଭିଡିଓ ଭାଇରାଲ୍ ହେଉଛି। ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବକ ମଦ ପିଇ କାର୍ର ଛାତ ଉପରେ ବସିଛନ୍ତି। ତାଙ୍କର ଆଉ ୨ ଜଣ ସାଙ୍ଗ କାର୍ର ୱିଣ୍ଡୋ ପଟେ ମୁଣ୍ଡ ବାହାର କରି ମସ୍ତି କରୁଛନ୍ତି। କାର୍ ଛାତ ଉପରେ ବସିଥିବା ଯୁବକ ଜଣକ ହାତରେ ବୋତଲ ଧରିଛନ୍ତି, ଯେଉଁଥିରେ କିଛି ପାନୀୟ ଥିବା ଜଣାପଡ଼ୁଛି।
They have no fear of anyone's life and neither of Gurgaon trafficpolice @TrafficGGM
Vichle no HR72F6692@DC_Gurugram@TrafficGGM@cmohry@gurgaonpolicepic.twitter.com/pM2NeypUdR— Pradeepdubey (@dubey_100) May 30, 2023
ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି, କାର୍ର ଛାତ ଉପରେ ବସିଥିବା ଉକ୍ତ ଯୁବକ ଚଳନ୍ତା ଗାଡ଼ିରେ ପୁଶ୍-ଅପ୍ ମାରିବା ସହ ଡ୍ୟାନ୍ସ କରୁଛନ୍ତି। ଏହି ସମୟରେ ଅନ୍ୟ ୩ ଜଣ ଯୁବକ କାର୍ ୱିଣ୍ଡୋ ପଟେ ମୁଣ୍ଡ ବାହାର କରି ମସ୍ତି କରୁଛନ୍ତି। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ପୋଲିସ୍ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ନିୟମ ଖିଲାପକାରୀଙ୍କ ବିରୋଧରେ ୬,୫୦୦ ଟଙ୍କା ଚାଲାଣ କାଟିଛି। ଏହାସହ ନିଜ ଜୀବନ ଓ ଅନ୍ୟମାନଙ୍କୁ ଜୀବନକୁ ବିପଦରେ ନପକାଇବା ପାଇଁ ସିଟି ଟ୍ରାଫିକ୍ ପୋଲିସ୍ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି।
ଏହାସହ ପୋଲିସ୍ ଉକ୍ତ କାର୍କୁ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଚିହ୍ନଟ କରିଛି। ତାଙ୍କ ନାଁ ଲୋକେଶ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଡିଏଲ୍ଏଫ୍ ଫେଜ୍-୩ ପୋଲିସ୍ ଷ୍ଟେସନରେ ମାମଲା ରୁଜୁ ସହ ପୋଲିସ୍ ଘଟଣାର ତଦନ୍ତ କରୁଛି। ରାସ୍ତାରେ ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ ପୋଲିସ୍ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)