Advertisment

ବିଚ୍‌ ରାସ୍ତାରେ..ସାଇକେଲ୍‌ରେ ଓଲଟା ବସି ଷ୍ଟଣ୍ଟ୍‌ ଦେଖାଇଲେ ବୃଦ୍ଧ, ଯିବା ଲୋକ ବି ଅଟକିଗଲେ

ବିଚ୍‌ ରାସ୍ତାରେ..ସାଇକେଲ୍‌ରେ ଓଲଟା ବସି ଷ୍ଟଣ୍ଟ୍‌ ଦେଖାଇଲେ ବୃଦ୍ଧ । ଯିବା ଲୋକ ବି ଅଟକିଗଲେ, ଭାଇରାଲ ହେଲା ଭିଡିଓ

author-image
Sarbeswar
ଅଦ୍ୟତନ ହୋଇଛି
Elderly man’s impressive stunt on cycle

Elderly man’s impressive stunt on cycle

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ବି ଚମିକି ପଡିବେ । ଆଉ କହିବେ ବିଚ୍‌ ରାସ୍ତାରେ ବୃଦ୍ଧ ଜଣକ ଏମିତି କାହିଁକି ଷ୍ଟଣ୍ଟ୍‌ କରୁଛନ୍ତି ? ଯଦି କିଛି ଦୁର୍ଘଟଣା ହୋଇଯାଏ ତେବେ ଦାୟୀ କିଏ ହେବ ? କିଛି ଏମିତି ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ ନିଶ୍ଚୟ । ହେଲେ ଏମିତି ପ୍ରଶମିତ ପ୍ରଶ୍ନକୁ ଖାତିର ନକରି ରାଜପଥରେ ସାଇକେଲ୍‌ ଉପରେ ଚଢି ଷ୍ଟଣ୍ଟ୍‌ କରୁଛନ୍ତି ବୃଦ୍ଧ ଜଣକ ।

Advertisment

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଦେଖିବା ପରେ ୟୁଜର୍ସମାନେ ବି ଚମିକି ପଡିଥିଲେ । କାରଣ ରାସ୍ତା ଉପରେ ଏମିତି ଷ୍ଟଣ୍ଟ୍‌ କରୁଥିବା ବେଳେ ବୃଦ୍ଧଙ୍କୁ ଦେଖି ଅଟକିଯାଇଥିଲେ ଅନେକ ଗାଡି ଚାଳକ । ଖାଲି ଅଟକିଥିଲେ ତାହା ନୁହେଁ ବରଂ ଫୋନ୍‌ରେ ଷ୍ଚଣ୍ଟର ପୂରା ଭିଡିଓକୁ ରେକର୍ଡ କରିଥିଲେ । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି ବୃଦ୍ଧ ଜଣକ ସାଇକେଲ୍‌ରେ ଓଲଟାବସି ଷ୍ଟଣ୍ଟ କରିବାରେ ପୂରା ବ୍ୟସ୍ତ ଅଛନ୍ତି । ଆଉ କାହାକୁ ଖାତିର କରୁନାହାନ୍ତି...

ବୃଦ୍ଧଙ୍କ ଷ୍ଟଣ୍ଟ ଭିଡିଓ ଭାଇରାଲ ହେବା ପରେ ୟୁଜର୍ସମାନେ ବି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଏ କିଏ ଏମିତି ବିପଦପୂର୍ଣ୍ଣ ଷ୍ଟଣ୍ଟ ନକରିବାକୁ ପରାମର୍ଶ ଦେଉଥିବା ବେଳେ ଆଉ କିଏ କିଏ ବୃଦ୍ଧଙ୍କ ଜଲୱା ଦେଖି ଫିଦା ହୋଇଛନ୍ତି । କିନ୍ତୁ ଦର୍ଶକବନ୍ଧୁ ଆପଣ କେବେ ବି ରାସ୍ତାରେ ଏମିତି ଷ୍ଟଣ୍ଟ କରିବାରୁ ଉଦ୍ୟମ କରନ୍ତୁ ନାହିଁ । କାରଣ ଏମିତି ବିପଦପୂର୍ଣ୍ଣ ଷ୍ଟଣ୍ଟ ଆପଣଙ୍କ ବିପଦରେ ପକାଇପାରେ ।'

Advertisment

Viral Video
Advertisment
Advertisment