• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଜିକାଲି ସୋସିଆଲ ମିଡିଆରେ ଅନେକ କିଛି ଭିଡିଓ ଫଟୋ ଭାଇରାଲ ହେଉଥିବା ଆମେ ସମସ୍ତେ ଦେଖୁଛନ୍ତି । କିଏ କିଏ ଏମିତି ଭାଇରାଲ କଣ୍ଟେଟ୍‌ରେ କମେଣ୍ଟ ଦିଅନ୍ତି ନହେଲେ କିଏ ସ୍କିପ୍‌ କରିଦିଅନ୍ତି । କିନ୍ତୁ ଏବେ ସୋସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହେଉଛି ତାହାକୁ ନେଇ ଚାଲିଛି ଚର୍ଚ୍ଚା...କାରଣ ଗୋଟିଏ କୁକୁଡାକୁ ରଙ୍ଗ କରି ଶୁଆ କରିଦେଇଛନ୍ତି କିଛି ଲୋକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋଟି ପାକିସ୍ତାନର ବୋଲି କୁହାଯାଉଛି । ଏମିତିକି ଗୋଟିଏ କୁତୁଡାକୁ ସବୁଜ ରଙ୍ଗ ଦେଇ ଶୁଆ କହି ବିକ୍ରି କରାଯାଇଥିବା ନେଇ ସାଙ୍ଘାତିକ ଅଭିଯୋଗ ବି ଆସିଛି । କରାଚିର ଜଣେ ଦୋକାନୀ ପ୍ରଥମେ କୁକୁଡ଼ାକୁ ସବୁଜ ରଙ୍ଗ କରିଥିଲେ। ରଙ୍ଗ ପରେ କୁକୁଡାର ଫଟୋ ଉଠାଇଥିଲେ । ଖାଲି ଫଟୋ ଉଠାଇଥିଲେ ତାହା ନୁହେଁ ବରଂ ତାକୁ ଓଏଲଏକ୍ସରେ ପୋଷ୍ଟ କରିବା ସହିତ ବିରଳ ଶୁଆ ବୋଲି କହିଥିଲେ । ଆଉ ଲେଖିଥିଲେ, ଶୁଆ ଖୁବଶୀଘ୍ର ବୋଲ ମାନିବ ଆଉ କଥା କହିବ । ଆଉ ଶୁଆର ଦାମ୍‌ ଥିଲା ୬ ହଜାର ୫ ଶହ ଟଙ୍କା ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଫଟୋକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଗୋଟିଏ କୁକୁଡାକୁ ଶୁଆ କହି ଯେମିତି ବିକ୍ରି କରିଯିବାର ଯୋଜନା କରାଯାଇଛି ତାହାକୁ ନେଇ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।