Advertisment

ଚାଲୁଥିଲା ଟ୍ରେନ୍‌, ହଠାତ୍‌ ଡୋର୍‌ ଖୋଲି ଡେଇଁ ପଡ଼ିଲେ...ତା’ପରେ ଯାହା ଘଟିଲା ଜାଣିଲେ ତାଜୁବ ହେବେ

ଜଣେ ବ୍ୟକ୍ତି ଚଳନ୍ତା ମେଟ୍ରୋ ଡୋର୍‌ ଖୋଲି ସିଧା ପ୍ଲାଟ୍‌ଫର୍ମକୁ ଡେଇଁ ପଡ଼ୁଛନ୍ତି। ଏହାପରେ ଯାହା ଘଟିଥିଲା, ତାହା ଦେଖିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man jumping after opening the gate of the moving metro

Man jumping after opening the gate of the moving metro

ରିଲ୍ସ କରିବା ନିଶା ଆଜିକାଲିର ଯୁବପିଢ଼ିଙ୍କୁ ଏତେ ମାତ୍ରାରେ ଘାରିଛି ଯେ, ଜୀବନକୁ ବିପଦ ମୁହଁକୁ ଠେଲି ଲୋକମାନେ ଭିଡିଓ କରୁଛନ୍ତି। କେତେବେଳେ ଅଳ୍ପକେ ଜୀବନ ବଞ୍ଚି ଯାଉଛି ତ ଆଉ କେତେବେଳେ ଜୀବନ ଚାଲି ଯାଉଛି। ସୋସିଆଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଥିରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ଚଳନ୍ତା ମେଟ୍ରୋ ଡୋର୍‌ ଖୋଲି ସିଧା ପ୍ଲାଟ୍‌ଫର୍ମକୁ ଡେଇଁ ପଡ଼ୁଛନ୍ତି। ଏହାପରେ ଯାହା ଘଟିଥିଲା, ତାହା ଦେଖିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ। 

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ବ୍ୟକ୍ତି ଜଣକ ଚଳନ୍ତା ମେଟ୍ରୋ ଟ୍ରେନ୍‌ର ଡୋର୍‌ ‌ଖୋଲିବା ପାଇଁ ପ୍ରୟାସ କରିଥିଲେ ଓ ଏଥିରେ ସେ ସଫଳ ମଧ୍ୟ ହୋଇଥିଲେ। ହେଲେ ଡୋର୍‌ ଖୋଲିବା ମାତ୍ରେ ସେ ପ୍ଲାଟ୍‌ଫର୍ମକୁ ଡେଇଁ ପଡ଼ିଥିଲେ ଓ ତଳେ ପଡ଼ି ଯାଇଥିଲେ। ଏହି ଦୃଶ୍ୟକୁ ଦେଖିଲେ ଆପଣ ମଧ୍ୟ ଭୟଭୀତ ହୋଇଯିବେ ଓ କହିବେ ପୃଥିବୀ ପୃଷ୍ଠରେ ଏମିତି ଲୋକ ବି ଅଛନ୍ତି। 

Advertisment

ହେଲେ ଏଭଳି ଷ୍ଟଣ୍ଟ୍‌ କରିବା ଯୋଗୁ କେତେବେଳେ ବି ଆପଣଙ୍କ ଜୀବନ ଯାଇପାରେ। ତେଣୁ ନିଜ ଜୀବନକୁ ବିପଦରେ ପକାଇ ଏଭଳି ଷ୍ଟଣ୍ଟ କରିବାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। 

Viral Video
Advertisment
Advertisment