Advertisment

Viral Video: ରିଲ୍ସ କରିବାର ଅଜବ ନିଶା; ସାଙ୍ଗକୁ ଚଳନ୍ତା କାର୍‌ରେ ଝୁଲେଇ ଦେଲେ

ଲୋକମାନେ ସୋସିଆଲ ମିଡିଆରେ ଷ୍ଟାର୍‌ ହେବା ନେଇ ଏବଂ କିଛି ସମୟ ମଧ୍ୟରେ ଲାଇକ୍ସ ଏବଂ ଫଲୋର୍ସ ବଢେଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ। କିଛି ଲୋକ ରିଲ୍ କରିବା ଚକ୍କରରେ ନିଜ ସାଙ୍ଗକୁ ଟେପ୍‌ ଏବଂ ପ୍ଲାଷ୍ଟିକରେ ଗୁଡ଼ାଇ ଚଳନ୍ତା କାର୍‌ର କବାଟରେ ଟାଙ୍ଗି ଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Man hangs from door of moving car in death defying reckless stunt

Man hangs from door of moving car in death defying reckless stunt

ଇଣ୍ଟରନେଟ୍ ଦୁନିଆ ବଡ ଅଦ୍ଭୁତ। ଏଠାରେ କେତେବେଳେ କ’ଣ ହେଇଯିବ ତାହା କହିପାରିବେ ନାହିଁ। ଲୋକମାନେ ସୋସିଆଲ ମିଡିଆରେ ଷ୍ଟାର୍‌ ହେବା ନେଇ ଏବଂ କିଛି ସମୟ ମଧ୍ୟରେ ଲାଇକ୍ସ ଏବଂ ଫଲୋର୍ସ ବଢେଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ।

Advertisment

ଭାଇରାଲ୍‌ ହେବା ଚକ୍କରରେ ବେଳେବେଳେ ଲୋକେ ଏମିତି କିଛି କରନ୍ତି ଯେ ସୋସିଆଲ ମିଡିଆରେ ଲୋକଙ୍କ କ୍ରୋଧକୁ ବଢାଇ ଦିଅନ୍ତି। ଅନେକ ସମୟରେ ଦେଖାଯାଏ ଯେ କିଛି ଲୋକ ମାରାତ୍ମକ ଷ୍ଟଣ୍ଟ୍‌ ମଧ୍ୟ କରନ୍ତି। ବର୍ତ୍ତମାନ ସେମିତି ଏକ ଭିଡିଓ ଭାଇରାଲ୍ ହେଉଛି।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ କିଛି ଲୋକ ରିଲ୍ କରିବା ଚକ୍କରରେ ନିଜ ସାଙ୍ଗକୁ ଟେପ୍‌ ଏବଂ ପ୍ଲାଷ୍ଟିକରେ ଗୁଡ଼ାଇ ଚଳନ୍ତା କାର୍‌ର କବାଟରେ ଟାଙ୍ଗି ଦେଇଛନ୍ତି। ଭିଡିଓ ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ଲୋକଙ୍କ କ୍ରୋଧ ଉଠିଛି। ଏଥିସହ କିଛି ଲୋକ ପୋଲିସ ପାଖରେ ଦାବି କରିଛନ୍ତି ଯେ ଏହି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Advertisment

ଏହି ଭିଡିଓ ଇନଷ୍ଟାଗ୍ରାମରେ @sumit_cool_dubey ନାମକ ହ୍ୟାଣ୍ଡେଲ୍‌ରେ ଏପ୍ରିଲ ୧୨ରେ ପୋଷ୍ଟ କରାଯାଇଥିଲା, ଯାହା ଜନସାଧାରଣଙ୍କ କ୍ରୋଧର କାରଣ ହୋଇଛି। ଏହି ଭିଡିଓ ଦେଖିବା ପରେ, ଆପଣ ମଧ୍ୟ ବୁଝିପାରିବେ ଯେ ପ୍ରସିଦ୍ଧ ହେବା ପାଇଁ ଲୋକମାନେ ନିଜ ଜୀବନକୁ ବିପଦରେ ପକାଇବାକୁ ବି ପଛାଉ ନାହାଁନ୍ତି।

ଭିଡିଓ ଦେଖିଥିବା ଲୋକମାନେ କହୁଛନ୍ତି, ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ କାହାର ଜୀବନକୁ ବିପଦରେ ପକେଇବା କେତେ ଦୂର ଠିକ୍? କିଛି ଲୋକ ଏହାକୁ ସମାଲୋଚନା କରୁଥିବା ବେଳେ କିଛି ଲୋକ ଏହାକୁ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ ବୋଲି ମଧ୍ୟ କହିଛନ୍ତି। ଏହା ସହିତ ସେମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ଅନୁରୋଧ କରୁଛନ୍ତି।

ତେବେ ଖବର ଲେଖାହେବା ବେଳକୁ ଏହି ଭିଡିଓ ୯୨.୨ ମିଲିୟନ ଭ୍ୟୁ ପାଇ ସାରିଥିବାବେଳେ ୨୧ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଥିଲେ। ଭିଡିଓ ପୋଷ୍ଟ କରିବାବେଳେ ଏହାର କ୍ୟାପ୍‌ସନ୍‌ରେ ଲେଖାଯାଇଛି, “ଭାଇଙ୍କୁ ଶୋଇ ଶୋଇ ଯିବାକୁ ପଡିଲା”।

Social Media Viral Video Daredevil Stunts Ajab Gajab
Advertisment
Advertisment