Advertisment

ଆଜି ସକାଳେ ହଜିଗଲା ମୋ ମୃତ୍ୟୁ ପ୍ରମାଣପତ୍ର...

ମୋ ଡେଥ ସାର୍ଟିଫିକେଟ ହଜି ଯାଇଛି। ୨୦୨୨ ସେପ୍ଟେମ୍ବର ୭ ତାରିଖ ସକାଳ ୧୦ଟା ସମୟରେ ଏହା ଲମ୍‌ଡିଙ୍ଗ ବଜାରରେ ହଜିଯାଇଛି।’ ଆଶ୍ଚର୍ଯ୍ୟ ହଉଛନ୍ତି କି ? ଏକଥା ଆମେ କହୁନୁ। ଏମିତି ବିଜ୍ଞାପନ ଭାଇରାଲ ହୋଇଛି ସୋସିଆଲ ମିଡ଼ିଆରେ ।

author-image
Minati Mishra
I lost my death certificate

I lost my death certificate

‘ମୋ ଡେଥ ସାର୍ଟିଫିକେଟ ହଜି ଯାଇଛି। ୨୦୨୨ ସେପ୍ଟେମ୍ବର ୭ ତାରିଖ ସକାଳ ୧୦ଟା ସମୟରେ ଏହା ଲମ୍‌ଡିଙ୍ଗ ବଜାରରେ ହଜିଯାଇଛି।’ ଆଶ୍ଚର୍ଯ୍ୟ ହଉଛନ୍ତି କି ? ଏକଥା ଆମେ କହୁନୁ। ଏମିତି ବିଜ୍ଞାପନ ଭାଇରାଲ ହୋଇଛି ସୋସିଆଲ ମିଡ଼ିଆରେ । ସୋସିଆଲ ମିଡିଆରେ ବେଳେବେଳେ ଏମିତି ଆଶ୍ଚର୍ଯ୍ୟଜନକ ଖବର ସବୁ ଭାଇରାଲ ହୋଇଥାଏ। କେତେବେଳେ ନୂଆ ନୂଆ କୁକିଂ ହ୍ୟାକ୍‌ ତ କେତେବେଳେ ପ୍ରାଣୀମାନଙ୍କୁ ନେଇ ଅଜବ ଭିଡିଓ। ପୁଣି କେତେବେଳେ ଅଦ୍ଭୁତ ବିବାହ ନିମନ୍ତ୍ରଣପତ୍ର। ହେଲେ ନିଜ ମୃତ୍ୟୁ ପ୍ରମାଣପତ୍ର ହଜିଯାଇଥିବା ବିଜ୍ଞାପନ କିଏ ସୋସିଆଲ ମିଡିଆରେ ଦେ-ଏହା କ’ଣ ବିଶ୍ୱାସଯୋଗ୍ୟ ? ବିଶ୍ୱାସ ନ ହେଲେ ବି ଏମିତି ଏକ ପୋଷ୍ଟ ଭାଇରାଲ ହୋଇଛି।

Advertisment

ଆଇପିଏସ ରୁପିନ ଶର୍ମା ରବିବାର ଏକ ପ୍ରିଣ୍ଟ ବିଜ୍ଞାପନ ତାଙ୍କ ଟୁଇଟର ହାଣ୍ଡେଲରେ ଶେୟାର କରିଛନ୍ତି। ଏହି ବିଜ୍ଞାପନରେ ରଞ୍ଜିତ ନାମକ ଜଣେ ବ୍ୟକ୍ତି ନିଜ ମୃତ୍ୟୁ ପ୍ରମାଣପତ୍ର ହଜି ଯାଇଥିବା ଉଲ୍ଲେଖ କରିଛନ୍ତି। ମୃତ୍ୟୁ ସାର୍ଟିଫିକେଟ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ହିଁ ବାହାରେ। ହେଲେ ବ୍ୟକ୍ତି ଜଣକ ନିଜ ମୃତ୍ୟୁ ସାର୍ଟିଫିକେଟ ଆସାମର ଲମଡିଙ୍ଗ ବଜାରରେ ହଜିଯାଇଥିବା ବିଜ୍ଞାପନରେ ଲେଖିଛନ୍ତି। ଏପରିକି ବିଜ୍ଞାପନରେ ମୃତ୍ୟୁ ସାର୍ଟିଫିକେଟର ରେଜିଷ୍ଟ୍ରେନ ନମ୍ବର ଏବଂ ସିରିଏଲ ନମ୍ବର ମଧ୍ୟ ଉଲ୍ଲେଖ ରହିଛି।

ପୋଷ୍ଟ ତଳେ ଆଇପିଏସ ଶର୍ମା ଲେଖିଛନ୍ତି, ଏମିତି କେବଳ ଭାରତରେ ହିଁ ହୋଇଥାଏ।

ଯାହା ବି ହେଉ, ଫଟୋଟି ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହୋଇଛି। ଏହି ପୋଷ୍ଟକୁ ନେଇ ଅନେକ ମଜାଦାର କମେଣ୍ଟ ୟୁଜର୍ସ ଦେଇଛନ୍ତି। ଜଣେ କହିଛନ୍ତି ‘ଏହାକୁ ପାଇବା ପରେ ଯେଉଁଠି ସେ ପହଞ୍ଚିବା କଥା ସାର୍ଟିଫିକେଟ ସେଇଠି ରହିଛି। ଅନ୍ୟଜଣେ କହିଛନ୍ତି, ଯଦି କେହି ତାଙ୍କ ମୃତ୍ୟୁ ସାର୍ଟିଫିକେଟ ପାଇବେ ତେବ ତାଙ୍କୁ ଫେରାଇ ଦେବ। ଏଆକୁ ଅତି ଜରୁରୀ ବୋଲି ଭାବିବେ । ନ ହେଲେ ଭୂତ ରାଗିଯିବ।’ ଆଉ ଜଣେ ୟୁଜର୍ସ ଲେଖିଛନ୍ତି ‘ପ୍ରଥମ ଥର ପାଇଁ ଜଣେ ନିଜର ମୃତ୍ୟୁ ସାର୍ଟିଫିକେଟ ହଜାଇ ଦେଇଛି।’

Advertisment
Twitter Viral Post
Advertisment
Advertisment