Advertisment

Viral Video: ଷ୍ଟଣ୍ଟ୍ ହେଲା କାଳ; ଏମିତି ଆସିଲା ବିପଦ

ଏବେ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସ୍କୁଟିରେ ଜଣେ ବ୍ୟକ୍ତି ଏକ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିଲେ। ଦେଖନ୍ତୁ କ’ଣ ହେଲା…

ଅଦ୍ୟତନ ହୋଇଛି
Man fall horribly while trying a dangerous bike stunt

Man fall horribly while trying a dangerous bike stunt

Advertisment

ସୋସିଆଲ୍ ମିଡିଆରେ ଅନେକ ଷ୍ଟଣ୍ଟ୍ ଭିଡିଓ ଭାଇରାଲ୍ ହେବାର ଦେଖାଯାଏ। କିନ୍ତୁ ଏମିତି ବି କିଛି ଭିଡିଓ ଅଛି ଆପଣ କେବେ ଦେଖି ନଥିବେ। ଏବେ ସୋସିଆଲ୍ ମିଡିଆ ରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

Advertisment

ସ୍କୁଟିରେ ଜଣେ ବ୍ୟକ୍ତି ଏକ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ବେଳେ ଅସାବଧାନତା ଯୋଗୁଁ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଭିଡିଓଟି @ Arslaan_99 ନାମକ ଜଣେ ବ୍ୟକ୍ତିଙ୍କ ଇନଷ୍ଟାଗ୍ରାମରେ ଶେୟାର ହୋଇଛି। ଖବର ଲେଖା ହେବା ବେଳକୁ ଏହାକୁ ୩.୩ ମିଲିୟନରୁ ଅଧିକ ଲୋକ ଦେଖିସାରିଥିଲେ।

ଏହି ଭାଇରାଲ ଭିଡିଓ ରେ ଜଣେ ଯୁବକ ସ୍କୁଟିରେ ଚଢି ଏକ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖାଯାଏ। କିଛି ସମୟ ପରେ, ଯୁବକ ଜଣଙ୍କ ଭାରସାମ୍ୟ ହରାଇ ତଳେ ପଡ଼ିଯାଇ କ୍ୟାମେରା ଆଗରେ ନିଜକୁ ଲଜ୍ଜିତ ଅନୁଭବ କରୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଅଜୟ ଦେବ୍‌ଗନ୍ ଷ୍ଟାଇଲ୍‌ରେ କରୁଥିଲେ ଷ୍ଟଣ୍ଟ୍‌,ଏବେ ଜେଲ୍‌ରେ କଟୁଛି ରାତି...

ଏହି ଭିଡିଓ ୬ ଦିନ ପୂର୍ବରୁ ପୋଷ୍ଟ କରାଯାଇଥିଲା ଏବଂ ସେହି ଦିନଠାରୁ ଖବର ଲେଖାହେବା ଯାଏ ଭିଡିଓଟି ୩.୩ ମିଲିୟନରୁ ଅଧିକ ଭ୍ୟୁ ପାଇସାରିଛି। ଏହି ପୋଷ୍ଟ୍‌ଟି ନେଟିଜେନ୍ସଙ୍କ ମତର ବନ୍ୟା ସୃଷ୍ଟି କରିଛି। ଲୋକେ କମେଣ୍ଟ୍ ବକ୍ସରେ ସେମାନଙ୍କର ହାସ୍ୟସ୍ପଦ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, “ଭଲ ଭାବରେ ଚେଷ୍ଟା କର ଭାଇ, କେହି ନା କେହି ଚାଲିଯାଇପାରେ, ସାହସ ହାରନି।”

Advertisment

ଅନ୍ୟ ଜଣେ ଲେଖିଛନ୍ତି ଯେ “ଆହୁରି ହିରୋ ହୁଅ… ଭାଇ କିଛି ବି କରିବା ପୂର୍ବରୁ ପ୍ରଥମେ ନିଜ ବାପା ମାଆଙ୍କ ବିଷୟରେ ତ ଚିନ୍ତା କର।”

ଏହାପୂର୍ବରୁ ଏହିପରି ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଠାରେ ଜଣେ ବ୍ୟକ୍ତି ବିପଜ୍ଜନକ ବାଇକ୍ ଷ୍ଟଣ୍ଟ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ବିଫଳ ହୋଇଥିଲେ। ଦେଖନ୍ତୁ ଏହି କ୍ଲିପ୍‌ଟି…

Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ