Advertisment

Viral Video: ଚାଲିଥିଲା ହଳଦୀ ସେରିମୋନି, ହଠାତ୍‌ ଟଳି ପଡ଼ିଲେ...

ବିବାହ ପାଇଁ ହଳଦୀ ସେରିମୋନି ଚାଲିଥିବା ବେଳେ ଏଥିରେ ଯୋଗ ଦେଇଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ଅଦ୍ୟତନ ହୋଇଛି
Viral Video: Man Dies During Haldi Ceremony

Man dies of cardiac arrest during haldi ceremony video goes viral

Advertisment

ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେ ନାହିଁ। ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ହସଖୁସିର ମାହୋଲରେ ହଠାତ୍‌ ଶୋକର ଛାୟା ଖେଳି ଯାଇଛି। ବିବାହ ପାଇଁ ହଳଦୀ ସେରିମୋନି ଚାଲିଥିବା ବେଳେ ଏଥିରେ ଯୋଗ ଦେଇଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଯାହାର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ୍‌ ହୋଇଛି। ସୂଚନା ଅନୁସାରେ, ହାଇଦ୍ରାବାଦର କାଲା ପଟ୍ଟରରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ମହମ୍ମଦ ରବାନି।

Advertisment

ଅଧିକ ପଢ଼ନ୍ତୁ: ‘ସରକାରୀ ଚାକିରିର ପାୱାର’: ୱେଡିଂ ଷ୍ଟେଜ୍‌ରେ ସୁନ୍ଦରୀ କନ୍ୟାକୁ ଦେଖି ବର ଦିଲ୍‌ ଖୁସ୍‌, ହେଲେ କନ୍ୟା ଦୁଃଖୀ...

ମିଳିଥିବା ସୂଚନା ଅନୁସାରେ, ହଳଦୀ ସେରିମୋନିରେ ସାମିଲ ହେବା ପାଇଁ ରବାନି ନିଜ ସମ୍ପର୍କୀୟଙ୍କ ବାସଭବନକୁ ଯାଇଥିଲେ। ହଳଦୀ ସେରିମୋନି ପାଇଁ ପୁରା ଖୁସିର ମାହୋଲ ଥିଲା। ଆଉ ବର ଦେହରେ ହଳଦୀ ଲଗାଇବା ପାଇଁ ସମ୍ପୃକ୍ତ ବ୍ୟକ୍ତି ହସ ହସ ମୁହଁରେ ବର ସାମ୍ନାରେ ଆସି ବସିଥିଲେ। ଏହି ସମୟରେ ହଳଦୀ ପ୍ଲେଟ୍‌ରୁ ହଳଦୀ ଆଣି ଲଗାଇବାକୁ ଯାଉଥିବା ବେଳେ ହଠାତ୍‌ ଟଳି ପଡ଼ିଥିଲେ। ଭାଇରାଲ୍‌ ଭିଡିଓ ରେ ଏହା ଦେଖିବାକୁ ମିଳିଛି।

Advertisment

ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହସଖୁସିର ମାହୋଲ ଭିତରେ ଏଭଳି ଅଭାବନୀୟ ଘଟଣାକୁ ନେଇ ଶୋକର ଛାୟା ଖେଳି ଯାଇଛି। 

Advertisment
Viral Video Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ