• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିବାହ ଭୋଜି ପାଲଟିଲା ରଣକ୍ଷେତ୍ର । ମଟନ ବିରିୟାନୀ ପାଇଁ ମହାଭାରତ । ବିରିୟାନୀରେ ମଟନ ନଥିବାରୁ ଅତିଥିଙ୍କ ମଧ୍ୟରେ ମାଡ଼ଗୋଳ । ସ୍ଥିତି ଏମିତି ଅସମ୍ଭାଳ ହେଲା ଯେ ପରସ୍ପର ଉପରେ ଚେୟାର ଫୋପାଡ଼ିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓଟି ପାକିସ୍ତାନର । ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ବିବାହ ମଣ୍ତପରେ ଲୋକେ ରାଉଣ୍ତ ଟେବୁଲ୍‌ରେ ବସି ବିରିୟାନୀ ଖାଉଛନ୍ତି ଏବଂ ମଣ୍ତପର ମଝିରେ କପଡ଼ା ଟଙ୍ଗାଯାଇଛି । ଉଭୟ ପାର୍ଶ୍ୱରେ ପୁରୁଷ ଓ ମହିଳା ବସି ଭୋଜି ଖାଉଛନ୍ତି । ହଠାତ୍‌ କିଛି ଅତିଥି ପାଟିଟୁଣ୍ତ ହୋଇ ପରସ୍ପର ମାରପିଟ୍‌ ଲାଗିଲେ । ପରେ ସ୍ଥିତି ଏମିତି ହେଲା ଯେ ତାହା ରଣକ୍ଷେତ୍ର ପାଲଟିଲା । ଚାରିଆଡ଼େ ଖାଲି ଚେୟାର ଉଡୁଥିବାର ଦେଖିବାକୁ ମିଳିଲା । ଯିଏ ଯାହାକୁ ପାଇଲା ଚେୟାର ଉଠାଇ ମାରିଲା । ଭୋଜିରେ ଉପସ୍ଥିତ ଥିବା ମହିଳା ଝଗଡ଼ା ଅଟକାଇବାକୁ ଚେଷ୍ଟା ମଧ୍ୟ କରିଥିଲେ । ହେଲେ କେହି ଶୁଣିବା ଅବସ୍ଥାରେ ନଥିଲେ । 

 

ଭିଡ଼ିଓରୁ ଜାଣିବାକୁ ମିଳିଥିଲା ଯେ ଏହି ଝଗଡ଼ାଟି ମଟନ ବିରିୟାନୀ ପାଇଁ ହୋଇଥିଲା । ଅତିଥି ମଟନ ବିରିୟାନୀ ଖାଉଥିବା ବେଳେ ସେଥିରୁ ମଟନ ନ ବାହାରିବାରୁ ପାଟିଟୁଣ୍ତ ଲାଗିଲା । ଆଉ ପରେ ଏମିତି ମାରପିଟ୍‌ ହେଲେ ଯେ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓଟି ଏକ୍ସ ରେ ‘ଘର କେ କଲେଶ’ ପେଜ୍‌ରେ ସେୟାର କରାଯାଇଛି । ଏହାକୁ ୩ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଲେଣି । ଲୋକେ ଅନେକ ହାସ୍ୟାତ୍ମକ କମେଣ୍ଟ ମଧ୍ୟ ଦେଇଥିବାର ଦେଖିବାକୁ ମିଳିଛି ।