Advertisment

Burial Ceremony of Car: ଗାଡ଼ି ପ୍ରତି ଅଗାଢ଼ ପ୍ରେମ ! ୧୨ ବର୍ଷ ପୂରୁଣା କାର୍‌କୁ ଦେଲେ ସମାଧି, ଖର୍ଚ୍ଚ କଲେ ୪ଲକ୍ଷ

ଭାରତରେ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଏକ କାର ହେଉଛି ଏକ ସ୍ୱପ୍ନ, ଯାହା ପୂରଣ କରିବାରେ ଥାଏ ଭାବପ୍ରବଣତା । ଭବିଷ୍ୟତରେ ଜଣେ ବ୍ୟକ୍ତି ଯେତେ ଧନୀ ହୁଅନ୍ତୁ ନା କାହିଁକି, ପ୍ରଥମ କାର୍ ତାଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର।

author-image
Sonali Ojha
ଅଦ୍ୟତନ ହୋଇଛି
Burial Ceremony

Burial Ceremony

ଭାରତର ମଧ୍ୟବିତ୍ତ ଶ୍ରେଣୀ ପାଇଁ ଏକ କାର୍ ହେଉଛି ଏକ ସ୍ୱପ୍ନ, ଯାହା ପୂରଣ କରିବାରେ ଥାଏ ଅତ୍ୟନ୍ତ ଭାବପ୍ରବଣତା । ଭବିଷ୍ୟତରେ ଜଣେ ବ୍ୟକ୍ତି ଯେତେ ଧନୀ ହୁଅନ୍ତୁ ନା କାହିଁକି, ପ୍ରଥମ କାର୍ ତାଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର। ଅନେକ ଲୋକ ପଶୁପକ୍ଷୀଙ୍କୁ ଭଲ ପାଆନ୍ତି। ସେମାନଙ୍କ ପ୍ରତି ଭଲ ପାଇବା ଦର୍ଶାଇବା ପାଇଁ ସେମାନେ ଅନେକ କାମ କରନ୍ତି। ଏପରିକି ସେମାନଙ୍କ ଅନ୍ତିମ ସଂସ୍କାର ବି କରନ୍ତି। ହେଲେ ଘର ଓ ଅନ୍ୟାନ୍ୟ ବସ୍ତୁକୁ ଭଲ ପାଉଥିବା ବ୍ୟକ୍ତି ସେମାନଙ୍କ ଭଲ ପାଇବା କିପରି ଦର୍ଶାଇବେ ? ଗାଡିକୁ ନେଇ ଏପରି ଏକ ଘଟଣା ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯାହା ଦେଖିଲେ ଆପଣ ବି ଭାବିବେ ସତରେ କଣ ଏପରି ହୋଇପାରେ...

Advertisment

ଆପଣ ସାଧୁସନ୍ଥଙ୍କ ସମାଧି ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ଗାଡିର ସମାଧି ବିଷୟରେ ଶୁଣିଛନ୍ତି କି? ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୁଜରାଟର ଏକ ପରିବାର ସେମାନଙ୍କ ୧୨ ବର୍ଷ ପୁରୁଣା କାରକୁ ସମାଧି ଦେଇଛନ୍ତି। ଆମ୍ରେଲିର ଏକ ପରିବାର ଗଭୀର ଗାତ ଖୋଳି ନିଜ ଭାଗ୍ୟଶାଳୀ କାରର ‌ଅନ୍ତିମ ସଂସ୍କାର କରିଛନ୍ତି। ହିନ୍ଦୁ ରୀତିନୀତି ଅନୁଯାୟୀ ଗାତ ଖୋଳି ପୋତିବା ସହ ୧୫୦୦ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ ମଧ୍ୟ କରିଛନ୍ତି। ତେବେ ଏଥିପାଇଁ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

Advertisment

ଗୁରୁବାର ଲାଥୀ ତାଲୁକା ଅନ୍ତର୍ଗତ ପାଦର୍ଶିଙ୍ଗା ଗାଁର ସଞ୍ଜୟ ପୋଲାରା ଏବଂ ତାଙ୍କ ପରିବାର ସେମାନଙ୍କ ଲକି କାର୍‌କୁ ସମାଧି ଦେଇଛନ୍ତି। ଏହି ସମାରୋହରେ ସାଧୁ ତଥା ଆଧ୍ୟାତ୍ମିକ ନେତାଙ୍କ ସମେତ ପ୍ରାୟ ୧୫୦୦ ଲୋକ ଯୋଗ ଦେଇଥିଲେ।ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ପୋଲାରା ଏବଂ ତାଙ୍କ ପରିବାର ଫାର୍ମରେ ରୀତିନୀତି ଅନୁଯାୟୀ ୧୨ ବର୍ଷର Wagon R କାର୍‌କୁ ୧୫ ଫୁଟର ଗଭୀର ଗାତ ଖୋଳି ସେଥିରେ ସମାଧି ଦେଇଛନ୍ତି। ଫୁଲ ଏବଂ ହାରରେ ସଜାଯାଇଥିବା କାର୍‌କୁ ସବୁଜ କପଡ଼ାରେ ଆଚ୍ଛାଦିତ କରି ଏବଂ ପରିବାର ସଦସ୍ୟମାନେ ପୂଜାପାଠ କରିବା ସହ ପୁରୋହିତମାନଙ୍କ ମନ୍ତ୍ରପାଠ ସହ ଗୋଲାପ ଫୁଲର ପାଖୁଡା ପକାଇ ବିଦାୟ ଦେଇଥିଲେ।

ସୁରଟରେ ଏକ ନିର୍ମାଣ ବ୍ୟବସାୟ ଥିବା ପୋଲାରା କହିଛନ୍ତି ଯେ ସେ କିଛି ଅଲଗା କରିବାକୁ ଚାହୁଁଛନ୍ତି ଯାହା ଦ୍ୱାରା ଭବିଷ୍ୟତ ପିଢି ସେମାଙ୍କର ଭାଗ୍ୟବାନ କାରକୁ ମନେ ରଖିବେ। ସେ କହିଛନ୍ତି, "ମୁଁ ପ୍ରାୟ ୧୨ ବର୍ଷ ପୂର୍ବେ ଏହି କାର କିଣିଥିଲି ଏବଂ ଏହା ପରିବାର ପାଇଁ ସମୃଦ୍ଧତା ଆଣିଥିଲା। ବ୍ୟବସାୟରେ ସଫଳତା ବ୍ୟତୀତ ମୋ ପରିବାର ମଧ୍ୟ ସମ୍ମାନ ପାଇଥିଲେ। ଏହି ଗାଡି ମୋ ଏବଂ ମୋ ପରିବାର ପାଇଁ ମୂଲ୍ୟବାନ ସଂପତ୍ତି। । ଭାଗ୍ୟଶାଳୀ କାରକୁ ଗଛ ମୂଳରେ ପୋତି ଦିଆଯାଇଥିବା ବେଳେ ଭବିଷ୍ୟତ ପିଢି ଯେପରି ଏହାକୁ ମନେ ରଖିବେ ସେଥିପାଇଁ ସେହି ସମାଧିସ୍ଥଳରେ ବୃକ୍ଷ ରୋପଣ କରିବାକୁ ଯୋଜନା କରିଛନ୍ତି।

Gujarat Burial
Advertisment
Advertisment