• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ତମନ୍ନାଙ୍କ ଗୀତରେ ଠୁମ୍‌କା ଲଗାଇଲେ କୁନିଝିଅ । କାଭାଲା ଗୀତରେ ତମନ୍ନା ଭାଟିଆଙ୍କ ଚମତ୍କାର ଅଭିନୟ ପରେ ଖୁବ୍‌ ଭାଇରାଲ ହେବାରେ ଲାଗିଛନ୍ତି ଏହି କୁନିଝିଅ । ବର୍ତ୍ତମାନ ଇନଷ୍ଟାଗ୍ରାମ୍‌ ରିଲ୍ସରେ ଏହି ଗୀତ ଟ୍ରେଣ୍ଡରେ ରହିଥିବାବେଳେ ଖୁବ୍‌ ଭାଇରାଲ ହେଉଛନ୍ତି କ୍ୟୁଟି କୁନିଝିଅ । ଅଭିନେତ୍ରୀ ତମନ୍ନା ଏହି ଗୀତରେ କରିଥିବା ଡ୍ୟାନ୍ସକୁ ଯୁବପିଢ଼ି ନକଲ କରି ରିଲ୍ସ ବନାଉଛନ୍ତି । ଯାହାକୁ ଦର୍ଶକମାନେ ଖୁବ୍‌ ପସନ୍ଦ କରୁଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Aruna Srikanth Vyda (@cutiepie_riva)

ସେହିପରି କାଭାଲା ଗୀତରେ ଏବେ ଖୁବ୍‌ ଭାଇରାଲ ହେଉଛନ୍ତି କ୍ୟୁଟି କୁନିଝିଅ । ତାଙ୍କର ଡ୍ୟାନ୍ସ ସାଙ୍ଗକୁ ପ୍ରତିଟି ଷ୍ଟେପ୍‌ ଯେମିତି ଲୋକଙ୍କୁ ବାନ୍ଧି ରଖିଛି । ଗୀତର ତାଳେ ତାଳେ ଠୁମ୍‌କା ଲଗାଉଛି କୁନିଝିଅ । ଆଉ କୁନିଝିଅଟିର ଏହି ହ୍ୟାନ୍ସକୁ ସମସ୍ତେ ପସନ୍ଦ କରୁଛନ୍ତି । ଗୀତର ପ୍ରତିଟି ବିଟ୍‌ରେ ସୁନ୍ଦର ଭାବେ ନାଚୁଛି ଝିଅଟି ।

ଇନଷ୍ଟାଗ୍ରାମ୍‌ରେ cutiepie_riva ନାମକ ଏକ ଆକାଉଣ୍ଟରେ ଏହି ଭିଡିଓଟି ସେୟାର କରାଯାଇଛି । ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୧ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଥିବାବେଳେ ୬ ହଜାରରୁ ଅଧିକ ୟୁଜର୍ସ ନିଜର ମତାମତ ରଖିଛନ୍ତି । ସେହିପରି ଭିଡିଓଟିକୁ ୯ଲକ୍ଷରୁ ଅଧକ ଲୋକ ଲାଇକ୍‌ କରିଥିବା ଦେଖିବାକୁ ମିଳିଛି । କମେଣ୍ଟ ବକ୍ସରେ ମତାମତ ଦେଇଥିବା କିଛି ୟୁଜର୍ସ କୁନିଝିଅକୁ ଖୁବ୍‌ ପ୍ରାଶଂସା କରିଛନ୍ତି ।