• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭାଇ-ଭଉଣୀର ସମ୍ପର୍କ ଅତି ପବିତ୍ର...ସମସ୍ତେ ଜାଣନ୍ତି ଏଇ ସମ୍ପର୍କ ସୁନ୍ଦର ଯେତିକି ସ୍ନେହଭରା ବି ସେତିକି । ଯେତେ ଝଗଡ଼ ହେଉ କି ଯାହା ହେଉ ମାତ୍ର କେଇ ମୁହୂର୍ତ୍ତରେ ପୁଣି ଥରେ ହସ ଖୁସିରେ ସମୟ ବିତାନ୍ତି ଏମାନେ । ଭାଇ-ଭଉଣୀଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ବି ଭାଇରାଲ ହୁଏ । ଠିକ୍‌ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି ଭାଇ-ଭଉଣୀଙ୍କ ମଧ୍ୟରେ ଚାଲିଛି କଥାବାର୍ତ୍ତା । ଆଉ ଏହି ସମୟର ଭିଡିଓକୁ ଏଇ ଭାଇଭଉଣୀଙ୍କ ମାଆ ହିଁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । ସୋସିଆଲ ମିଡିଆ ବ୍ୟବହାରକାରୀ ସୁମନ ଚୌଧୁରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ଏଇ ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା । ଭିଡିଓରେ ୧୮ମାସର ଅବିରା ଓ ୧୧ବର୍ଷର ବିହାନଙ୍କ କଥାବାର୍ତ୍ତାକୁ ଯିଏ ଦେଖୁଛି ସିଏ ହସିହସି ବେଦମ ହେବା ସହିତ ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ଭଲପାଇବା ଏଥିରୁ ସ୍ପଷ୍ଟ ବୋଲି କହୁଛନ୍ତି ।

ଭାଇରାଲ ହେଉଥିବା ଏଇ ଭିଡିଓରେ ଦେଖିବାକୁ ମିଳୁଛି କି, ଅବିରା ବଡ଼ ଭାଇକୁ ବାରମ୍ବାର କ୍ଷମା ମାଗୁଛି । କାନ ଧରି ଭାଇ .. ଏ ଭାଇ.. ମୋର ଭୁଲ ହୋଇଯାଇଛି ବୋଲି କହୁଛି । କିନ୍ତୁ ତା’ ଭାଇ କୁନି ଭଉଣୀର କୌଣସି କଥା ଶୁଣୁନାହିଁ । ଏଥିରେ ଭଉଣୀ ରାଗି ଯାଇ ମାଡ଼ ମାରିବାକୁ ଧମକ ବି ଦେଉଛି । ବାସ୍‌ ଏହି ସମୟର ଭିଡିଓକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ତାଙ୍କ ମାଆ...ତେବେ ଏଇ ଭିଡିଓ ଦେଖିବା ପରେ ଆପଣ ବି ଦିଅନ୍ତୁ କମେଣ୍ଟ ।

 

OTV is now on Whatsapp

Join and get latest news update delivered to you via whatsapp

Join Now