Advertisment

Viral Video: ଏହି ରାସ୍ତାରେ ମିଳୁଛି 'ଆଲ୍‌କହଲ୍‌-କବାବ'; ଲୋକେ ଖୁସି

ବର୍ତ୍ତମାନ ଏକ ଭିଡିଓ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍‌ ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓ କୋଲକାତାର ଜଣେ ଷ୍ଟ୍ରିଟ୍‌ ଭେଣ୍ଡରଙ୍କ। ଏଥିରେ ଜଣେ ଭେଣ୍ଡର 'ଆଲ୍‌କହଲ୍‌-କବାବ' ତିଆରି କରୁଥିବା ଦେଖିବାକୁ ମିଳେ।

author-image
Pramod Behera
ଅଦ୍ୟତନ ହୋଇଛି
Kolkata Street Vendor Sells 'Alcohol Kebab'

Kolkata Street Vendor Sells 'Alcohol Kebab'

ଦେଶର ପ୍ରତ୍ୟେକ କୋଣରେ ଖାଦ୍ୟକୁ ନେଇ ବିଭିନ୍ନ ସମୟରେ ପରୀକ୍ଷଣ କରାଯାଉଛି। ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। କିଛି ଭିଡିଓକୁ ଲୋକେ ବହୁତ ପସନ୍ଦ କରୁଥିବା ବେଳେ ଆଉ କେତେକଙ୍କୁ ଖୁବ୍ ଟ୍ରୋଲ୍ କରନ୍ତି। ବର୍ତ୍ତମାନ କୋଲକାତାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍‌ ହେଉଛି।

Advertisment

ଭାଇରାଲ ହେଉଥିବା ଏହି ଭିଡିଓ କୋଲକାତାର ଜଣେ ଷ୍ଟ୍ରିଟ୍‌ ଭେଣ୍ଡରଙ୍କ। ଏଥିରେ ଜଣେ ଭେଣ୍ଡର 'ଆଲ୍‌କହଲ୍‌-କବାବ' ତିଆରି କରୁଥିବା ଦେଖିବାକୁ ମିଳେ। ଲୋକେ ଏହି ଭିଡିଓ ଦେଖିବା ପରେ ଏହା ଉପରେ ନିଜ ନିଜ ପ୍ରତିକ୍ରିୟା ଦେଉଛନ୍ତି। ଅନେକ ନେଟେନିଜେନ ଏହି ଷ୍ଟ୍ରିଟ୍‌ ଭେଣ୍ଡରଙ୍କୁ ପରିହାସ ମଧ୍ୟ କରୁଛନ୍ତି। ସେହିପରି ଅନେକ ତାଙ୍କର ଏହି ନୂଆ ଡିସ୍‌କୁ ପ୍ରଶଂସା ମଧ୍ୟ କରୁଛନ୍ତି।

ତେବେ ଏହି କବାବ କିପରି ଲାଗୁଥିବ ତାହା କଳ୍ପନା କରିବା କଷ୍ଟକର। ଭିଡିଓରରୁ, ଇଣ୍ଟରନେଟ୍‌ରେ ଅଧିକାଂଶ ଲୋକ ଅନୁମାନ କରିଛନ୍ତି ଯେ କବାବରୁ ପର୍ଯ୍ୟାପ୍ତ ପରିମାଣର ମଦ୍ୟର ସ୍ୱାଦ ଆସିବ। ଅବଶ୍ୟ, ବିକ୍ରେତା ଅନ୍ୟାନ୍ୟ ଚିକେନ୍ ଥାଳି ପରି ଏହି କବାବ୍‌କୁ ଏମିତି ସଜ୍ଜେଇ ଥିଲେ ଯେ ଏହାର ସ୍ୱାଦ କ’ଣ କଳ୍ପନା କରିବା କଷ୍ଟକର ହୋଇଯାଏ।

Advertisment

ତେତେ ସେ ସ୍ୱାଦ ଯାହା ହେଉନା କାହିଁକି, ଇଣ୍ଟରନେଟ୍‌ରେ ମଦ୍ୟପ ବ୍ୟକ୍ତିମାନେ ଅତ୍ୟଧିକ ଆନନ୍ଦିତ ଯେ କେହି ତ ଜଣେ ସେମାନଙ୍କ ମନ କଥା ବୁଝି ଏମିତି ତିଆରି କରିଛି।

ଅନେକ ତ ଫ୍ଲାନ କରିସାରିଲେଣି ଏହି ଦୋକାନୀଙ୍କ ପାଖକୁ ଯିବେ ଆଉ ତାଙ୍କର ଏହି ସ୍ୱତନ୍ତ୍ର କବାବ୍‌ର ଟିକିଏ ସ୍ୱାଦ ନେବେ।


— Suresh reddy (@Sureshr21896580) June 29, 2023


— Sudip Ganguly (@guttuganguly) June 29, 2023


— Pablo Chaterji (@pablochaterji) June 29, 2023

Social Media Viral Video
Advertisment
Advertisment