Advertisment

Viral Video: ଦୁଇଟି ଗୋଡ ଥିବା ବାଛୁରୀକୁ ଜନ୍ମ ଦେଇ ପର କରିଦେଲା ଗାଈ; ଯତ୍ନ ନେଉଛନ୍ତି ଗରିବ କୃଷକ

ବାଛୁରୀକୁ ଜନ୍ମ ଦେଇ ଛୁଆକୁ ଅଣଦେଖା କରିଥିଲା ଗାଈ। ତାକୁ ଖାଇବାକୁ ଦେଇ ନଥିଲା। କାରଣ ଏହି ବାଛୁରୀ ଅସ୍ୱାଭାବିକ ଭାବେ ଜନ୍ମ ହୋଇଥିଲା। ଏହାର କେବଳ ଦୁଇଟି ପଛ ଗୋଡ ଥିଲା। ମା ଗାଈର ତା’ ଛୁଆ ପ୍ରତି ଏଭଳି ଆଚରଣ ଦେଖି ଜଣେ କୃଷକ ସାଜିଛନ୍ତି ଭରସା।

author-image
Pramod Behera
ଅଦ୍ୟତନ ହୋଇଛି
Viral Video

Kind-hearted farmer cares for calf born with just two limbs

ସେ ସିନା ଗରିବ ହେଲେ ଭାରି ଦୟାଳୁ। ତାଙ୍କ ପାଖରେ ଟଙ୍କା ନାହିଁ ସିନା, ହେଲେ ଭଗବାନ ଏକ ସୁନ୍ଦର ହୃଦୟ ଦେଇଛନ୍ତି। ଫେବୃଆରୀ ୧ ରେ ଦକ୍ଷିଣ ଭାରତର ବିଜୟପୁରା ନିକଟ ରେଭଥଗାଓଁ ଗାଁରେ ଏକ ପୁରୁଷ ବାଛୁରୀକୁ ଜନ୍ମ ଦେଇଥିବା ମା’ ଗାଈ ତା’ ଛୁଆକୁ ଅଣଦେଖା କରିଥିଲା। ତାକୁ ଖାଇବାକୁ ଦେଇ ନଥିଲା। କାରଣ ଏହି ବାଛୁରୀ ଅସ୍ୱାଭାବିକ ଭାବେ ଜନ୍ମ ହୋଇଥିଲା। ଏହାର କେବଳ ଦୁଇଟି ପଛ ଗୋଡ ଥିଲା। ମା ଗାଈର ତା’ ଛୁଆ ପ୍ରତି ଏଭଳି ଆଚରଣ ଦେଖି ଏହି ଦୟାଳୁ କୃଷକ ଜଣକ ତା’ର ଯତ୍ନ ନେଉଛନ୍ତି।

Advertisment

ଏହି କୃଷକ ଜଣଙ୍କ ହେଲେ କାଲାପ୍ପା ଶିବାନିଙ୍ଗପ୍ପା କୁମ୍ବର। ସେ କୁହନ୍ତି ଯେ “ଯଦି ଆମେ ବାଛୁରୀଟିକୁ ତା’ ମା ପାଖକୁ ନେବାକୁ ଚେଷ୍ଟା କରୁଛୁ ତେବେ ସେ ଆଶ୍ଚର୍ଯ୍ୟ ହୋଇ ଦୂରକୁ ପଳାଉଛି।” ତେଣୁ କାଲାପ୍ପା ଏକ କ୍ଷୀର ବୋତଲ ସହିତ ବାଛୁରୀକୁ ଖାଇବାକୁ ଦେଉଛନ୍ତି।

“ବାଛୁରୀକୁ ଏକ ମାସ ପାଇଁ କେବଳ କ୍ଷୀର ଖାଇବାକୁ ଦିଆଯିବ। ମୁଁ ଏହାକୁ ଖାଇବାକୁ ଦେବି” ବୋଲି ସେ କୁହନ୍ତି। କାଲାପ୍ପା ବାଛୁରୀର ଖୁବ ଯତ୍ନ ମଧ୍ୟ ନିଅନ୍ତି। ପାଟି ଏବଂ ନାକରେ ମାଟି ଲାଗିଗଲେ ସେ ବାରମ୍ବାର ସଫା କରିଦିଅନ୍ତି। ବାଛୁରୀଟି ଚାଲିବାକୁ ସକ୍ଷମ ହେବା ନେଇ ସେ ତାକୁ ମସାଜ୍ କରିଦିଅନ୍ତି ଏବଂ କିଛି ବ୍ୟାୟାମ ମଧ୍ୟ କରାନ୍ତି। ତାଙ୍କୁ ଚଲାଇବାକୁ ଚେଷ୍ଟା କରନ୍ତି।

Advertisment

ସେ କୁହନ୍ତି ଯେ “ମୁଁ ଏହି ଭଳି ଏକ ବାଛୁରୀ ପଛ ଗୋଡରେ ଚାଲୁଥିବାର ଏକ ଭିଡିଓ ଦେଖିଛି। ଏହି ବାଛୁରୀ ଏହାର ଦୁଇ ଗୋଡ ଉପରକୁ ଉଠଠେବାକୁ ଚେଷ୍ଟା କରୁଛି, କିନ୍ତୁ ସନ୍ତୁଳନ ପାଇବାରେ ଅସମର୍ଥ ହେଉଛି। କିଏ ଜାଣେ, ଭବିଷ୍ୟତରେ ଏହା ମଧ୍ୟ ଚାଲିପାରିବ।”

ଏହି ବାଛୁରୀଟି ଏବେ ସ୍ଥାନୀୟ ଅଞ୍ଚଳରେ ଏକ ଆକର୍ଷଣ ପାଲଟିଛି ଏବଂ ନିକଟସ୍ଥ ଗାଁର ଅନେକ ଲୋକ ଏହାକୁ ଦେଖିବାକୁ ଆସୁଛନ୍ତି। ତାଙ୍କର ବନ୍ଧୁମାନେ କୁହନ୍ତି ଯେ ବାଛୁରୀଟି ନିଶ୍ଚିତ କାଲାପ୍ପା ଉପରେ ଏକ ବୋଝ ହୋଇପାରେ।

କାଲାପ୍ପା ମଧ୍ୟ ଏନେଇ ଚିନ୍ତିତ। ତାଙ୍କ ପାଖରେ ଖୁବ କମ ପରିମାଣର ଚାଷ ଜମି ଅଛି। ସେ କୁହନ୍ତି ଯେ “ମୋର ଅଳ୍ପ ରୋଜଗାରରେ ମୋର ବୃଦ୍ଧ ପିତାମାତା ଏବଂ ପତ୍ନୀଙ୍କୁ ମୋର ପୋଷିବାର ଅଛି। କିନ୍ତୁ ବାଛୁରୀ ମୋର ଦାୟିତ୍ୱ ଏବଂ ମୁଁ ଏହାର ଯତ୍ନ ନେବାକୁ ଚେଷ୍ଟା କରିବି।”

Social Media Viral Video Ajab Gajab Ajab Gajab News
Advertisment
Advertisment