/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727184039.jpg)
Kid cries hard due to rigorous training but people praise trainer
ଏକ ସମୟ ଥିଲା ଯେତେବେଳେ ବାପାମାଆଙ୍କ ଅନୁଶାସନକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଉଥିଲା। ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଶୃଙ୍ଖଳିତ ରଖିବା ପାଇଁ ଚାପ ପକାଇବାକୁ ପଛଘୁଞ୍ଚା ଦେଉ ନଥିଲେ। ତଥାପି, ସମୟ ବଦଳିବା ସହିତ ବାପାମାଆଙ୍କ ତରିକା ମଧ୍ୟ ବହୁତ ବଦଳିଗଲା, ପିଲାମାନଙ୍କ ଉପରେ କଠୋର ହେବା ପରିବର୍ତ୍ତେ ଲୋକମାନେ ସେମାନଙ୍କୁ ବୁଝାସୁଝା କରି କାମ ଆଦାୟ କରିବାକୁ ଲାଗିଲେ।
ଏହାରି ଭିତରେ ମଧ୍ୟ କେଉଁଠି ନା କେଉଁଠି ଅନୁଶାସନ ରହିଛି। ପିଲାମାନଙ୍କୁ ଏକ ଉଚିତ ରାସ୍ତାରେ ନେବା ପାଇଁ ସେମାନଙ୍କୁ ଶାସନ କରାଯାଉଛି ଆଉ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ନେଇ ସେମାନଙ୍କୁ କଷ୍ଟ ଯନ୍ତ୍ରଣା ମଧ୍ୟ ସହିବାକୁ ପଡୁଛି।
ଅଧିକ ପଢ଼ନ୍ତୁ: Viral Video: କୋଲ୍ଡ ଡ୍ରିଙ୍କ୍ସ୍ ବୋତଲରେ ତିଆରି ହେଲା ସୁନ୍ଦର ଘର; ଆରାମରେ ରହିପାରିବେ ବଡ଼ ପରିବାର
ତେବେ, ବର୍ତ୍ତମାନ ଏକ ଛୋଟ ଶିଶୁର କଡା ଅନୁଶାସନର ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଭିଡିଓରେ ଯେଉଁଭଳି ଭାବେ ଏକ ଛୋଟ ପିଲାଟିକୁ ଅନୁଶାସନର ଶିକ୍ଷା ଦିଆଯାଉଛି ତାହା ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ। ଆଜିର ସମୟରେ ଏଭଳି ଚିତ୍ର ଦେଖିବା ଅତ୍ୟନ୍ତ ବିରଳ, ଏହା ମଧ୍ୟ କୌତୁହଳର ବିଷୟ ଯେ ଲୋକମାନେ ଏହି ଭିଡିଓକୁ ନେଇ ନକରାତ୍ମକ ପ୍ରତିକ୍ରିୟା ଦେଉ ନାହାଁନ୍ତି।
ଆଶ୍ଚର୍ଯ୍ୟ କରିବ କଠୋର ତାଲିମ୍:
ଭାଇରାଲ ହେଉଥିବା ଭିଡିଓରେ, ଆପଣ ଦେଖିପାରିବେ ଯେ ୬-୭ ବର୍ଷର ଏକ କୁନି ପିଲାକୁ ଦୁଇଟି କାଠ ଗଣ୍ଡି ଉପରେ ବସାଯାଇଛି ଏବଂ ତା’ ପିଠି ଉପରେ ଏକ ମୋଟା କାଠଗଡ଼ ଲଦାଯାଇଛି, ଯାହାକୁ ସେ ନିଜ ହାତରେ ଧରିଛି।
ପିଲାଟି ଯନ୍ତ୍ରଣାରେ କାନ୍ଦୁଛି, କିନ୍ତୁ ସେଠାରେ ଥିବା ତା’ ପ୍ରଶିକ୍ଷକ ତାଙ୍କୁ ଆହୁରି ଉତ୍ସାହିତ କରିବାରେ ଲାଗିଛନ୍ତି। ପିଲାଟିର ଚିତ୍କାର ଦ୍ୱାରା ସେ ଆଦୌ ବିଚଳିତ ହେଉନାହାଁନ୍ତି ଏବଂ ତାଙ୍କୁ ସେମିତି ରହିବାକୁ ଛାଡିଦେଇଛନ୍ତି।
ଲୋକେ କହୁଛନ୍ତି - 'ଏହା ହେଉଛି ଜୀବନର ଟ୍ରେନିଂ':
ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ one_sports999 ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଲେଖା ପ୍ରସ୍ତୁତି ହେବା ସମୟରେ ଏହି ଭିଡିଓକୁ ୭୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବାବେଳେ ୩ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିଲେ।
ଅଧିକ ପଢ଼ନ୍ତୁ: Viral Video: ମିଡ୍-ଏୟାରରେ ଜନ୍ମଦିନ ପାଳିଲେ ପାକିସ୍ତାନୀ ସୁନ୍ଦରୀ; ଭାଇରାଲ୍ ହେଲା ଫଟୋ-ଭିଡିଓ
ଭିଡିଓ ଉପରେ ମତ ଦେଇ ଲୋକମାନେ ଲେଖିଛନ୍ତି - ଏସୀୟ ଦେଶମାନଙ୍କରେ ଏଭଳି କଠୋର ଅନୁଶାସନର ଶିକ୍ଷା ଦିଆଯାଏ ଯେ ପିଲାମାନେ ବଡ଼ ହୋଇ ଜୀବନକୁ ଚାଲେଞ୍ଜର ସହ ବଞ୍ଚନ୍ତି। ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି – ଏହିଭଳି ପିଲା ହିଁ ଜ୍ୟାକି ଚାନ୍ ଏବଂ ବ୍ରୁସ୍ ଲି ହୁଅନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)