• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହୃତଘାତର ଶିକାର ହେଲେ ଓକିଲ, ଜୀବନ ବଞ୍ଚାଇଲେ ସାମ୍ବାଦିକ । କର୍ତ୍ତବ୍ୟକୁ ପଛ କରି ମାନବିକତାର ପରିଚୟ ଦେଲେ । ସୋସିଆଲ ମିଡିଆରେ ଏ ଭିଡିଓଟି ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଜଣେ ଓକିଲଙ୍କ ସାକ୍ଷାତକାର ନେଉଥିଲେ ସାମ୍ବାଦିକ, ସେତିକି ବେ‌ଳେ ହଠାତ୍ ଓକିଲ ଭୂମିରେ ଟଳି ପଡ଼ିଥିଲେ । ଆଉ ସାମ୍ବାଦିକ ଜଣକ ଓକିଲଙ୍କୁ ବଞ୍ଚାଇବାକୁ ବୁମ୍ ଛାଡ଼ି ତାଙ୍କର ଯତ୍ନ ନେଇଥିଲେ ଓ ତାଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା କରିଥିଲେ । ଠିକ ସମୟରେ ଓକିଲଙ୍କ ଚିକିତ୍ସା କରାଇବାରୁ ତାଙ୍କ ଜୀବନ ବଞ୍ଚିଯାଇଛି । ଏହି ଭିଡିଓଟିକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ସାମ୍ବାଦିକଙ୍କୁ ବେଶ ପ୍ରଶଂସା କରୁଛନ୍ତି ।

ବରିଷ୍ଠ ସାମ୍ବାଦିକ ରବିଶ କୁମାର ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ସାମ୍ବାଦିକ ଡକ୍ଟର ବିନୟ ଗୁପ୍ତା ଓକିଲଙ୍କ ସାକ୍ଷାତକାର ନେଉଛନ୍ତି । କିଛି ସମୟ ପରେ ଓକିଲ ଜଣକ ହୃଦଘାତର ଶିକାର ହେଉଛନ୍ତି । ଏହି ସମୟରେ ଡକ୍ଟର ଗୁପ୍ତା ନିଜେ କୌଶଳର ସହ ଓକିଲଙ୍କୁ ଧରି ପକାଇଥିବା ଦେଖିବାକୁ ମିଳୁଛି । ପରେ ଓକିଲଙ୍କ ଛାତି ଦବାଇବା ଆରମ୍ଭ କରିଥିଲେ ସାମ୍ବାଦିକ । କିଛି ସମୟ ପରେ ଚେତାଶୂନ୍ୟ ହୋଇ ପଡିଥିବା ଓକିଲଙ୍କ ଚେତା ଫେରିଥିଲା । ପରବର୍ତ୍ତୀ ସମୟରେ ତାଙ୍କର ଚିକିତ୍ସା ହେବାରୁ ସେ ସୁସ୍ଥ ହୋଇଛନ୍ତି ।

ଓକିଲଙ୍କ ଜୀବନ ବଞ୍ଚାଇଥିବା ସାମ୍ବାଦିକ ଡକ୍ଟର ବିନୟ ଗୁପ୍ତା ଡେଣ୍ଟାଲ ପାଠ ପଢ଼ିଛନ୍ତି । ହରିୟାଣାର ସଂସାର କ୍ରାନ୍ତି ଚା‌ନେଲ ସହିତ ଜଡିତ ଥିବା ଡକ୍ଟର ଗୁପ୍ତାଙ୍କ ଏପରି ମହାନ କାମକୁ ପ୍ରଶଂସା କରାଯାଉଛି । ଆଜିକାଲି ସାମ୍ୱାଦିକ ବୃତ୍ତିକୁ ନେଇ ସମାଜ ସବୁ ସମୟରେ ଅଙ୍ଗୁଳି ଉଠାଇବାକୁ ପଛାଇ ନଥାଏ । ହେଲେ ଏ କାହାଣୀ ଜାଣିଲେ ଲୋକଙ୍କର ଭାବାନ୍ତର ହେବ ବୋଲି ଆଶା କରାଯାଉଛି ।