/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687702445.jpg)
Indore couple done romantic dance on road in drizzling rain
ମୌମୁସୀର ଆଗମନ ହୋଇଛି, ଚାରିଆଡେ ବର୍ଷା ଛେଚୁଚି। ମଧ୍ୟପ୍ରଦେଶ ମଧ୍ୟ ଏଥିରୁ ମୁକୁଳି ନାହିଁ। ଲୋକମାନେ ଗ୍ରୀଷ୍ମର ଦାଉରୁ ମୁକ୍ତି ପାଇଛନ୍ତି। ଇନ୍ଦୋର ରାସ୍ତା ପ୍ରବଳ ବର୍ଷାରେ ବୁଡିଯାଇଛି। ଏହାକୁ ଖାତିର ନକରି ଏକ ପ୍ରେମୀ ଯୋଡି ଭିଜି ଭିଜି ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ନିଜ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରି ଭିଡିଓ ଉପରେ ପ୍ରତିକ୍ରିୟା କରୁଛନ୍ତି।
ଇନ୍ଦୋରରେ କ୍ରମାଗତ ଦୁଇ ଦିନ ହେବ ବର୍ଷା ହେଉଛି। ଏଭଳି ପରିସ୍ଥିତିରେ ଇନ୍ଦୋରର ଭୱର କୁଆଁ ଅଞ୍ଚଳରେ BRTS ଅଞ୍ଚଳର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ଷା ଛେଚୁଥିବା ବେଳେ ଏକ ପ୍ରେମୀ ଯୋଡି ରୋମାଣ୍ଟିକ ହୋଇପଡିଛନ୍ତି ଆଉ ଭିଜି ଭିଜି ନାଚୁଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଏହି ଯୋଡି ପରସ୍ପରର ହାତ ଧରି ବାହୁରେ ବାହୁ ଲଗାଇ ରାସ୍ତାରେ ସମସ୍ତଙ୍କ ସାମ୍ନାରେ ଓଦାହୋଇ ନାଚୁଛନ୍ତି।
ଏହି ରୋମାଣ୍ଟିକ ଡ୍ୟାନ୍ସ ଦେଖି ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ସୋସିଆଲ ମିଡିଆରେ କିଛି ସେମାନଙ୍କ ଏହି ରୋମାଣ୍ଟିକ୍ ଡ୍ୟାନ୍ସକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଟ୍ରୋଲ୍ କରୁଛନ୍ତି। ସମାଜର ଏକ ଗୋଷ୍ଠୀ କୁହନ୍ତି ଯେ ରାସ୍ତା ମଝିରେ ଏଭଳି ନାଚ ଠିକ୍ ନୁହେଁ।
इंदौर में तो ग़ज़ब ही हो रिया है… भैया
pic.twitter.com/UMnICoyqaB— 🇮🇳Sandeep Singh संदीप सिंह “📝सहर” (@Sandeep_1Singh_) June 25, 2023
ଦୁଇ ଦିନ ଧରି ଲଗାତାର ବର୍ଷା ହେତୁ ଅନେକ ଲୋକ ଘରୁ ବାହାରକୁ ବାହାରୁ ନାହାନ୍ତି। କିନ୍ତୁ ଏହାରି ଭିତରେ ପ୍ରେମୀ ଯୋଡିଙ୍କ ଏଭଳି ରୋମାଣ୍ଟିକ୍ ନାଚ ଇନ୍ଦୋରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ଜୋରଦାର୍ ଭାଇରାଲ ହେବାରେ ଲାଗିଥିବା ଏହି ଭିଡିଓରେ ଲକ୍ଷ ଲକ୍ଷ ଭିୟ୍ୟ୍ ସହିତ ପ୍ରତିକ୍ରିୟା ମିଳୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)