Advertisment

Viral Video: ବିବାହ ମଣ୍ଡପରେ ୪ ଜଣ କନ୍ୟାଙ୍କ ମଥାରେ ସିନ୍ଦୂର ଦେଲେ ଯୁବକ; ଲୋକେ ଯାହା ଇଛା ତାହା କହିଲେ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିରେ ଜଣେ ଯୁବକ ଚାରିଜଣ ଝିଅଙ୍କୁ ବିବାହ କରୁଥିବା ଦେଖାଯାଉଛି। ଏହି ଭିଡିଓ ଦେଖି ଲୋକେ ଯାହା ଇଛା ତାହା କହୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
In viral video groom married 4 brides in temple

In viral video groom married 4 brides in temple

ବିବାହ ହେଉଛି ସାତ ଜନ୍ମର ସାଥୀ। ଲୋକମାନେ ନିଜ ଝିଅମାନଙ୍କ ପାଇଁ ଏପରି ବର ଖୋଜନ୍ତି, ଯାହାଙ୍କ ସହିତ ସେମାନେ ନିଜ ଜୀବନକୁ ଖୁସିରେ ବିତାଇପାରିବେ। ଭାରତରେ ବିବାହକୁ ଏକ ପବିତ୍ର ରୀତି ଭାବେ ଗ୍ରହଣ କରାଯାଏ। ଗୋଟିଏ ମଣ୍ଡପରେ ଜଣେ ବର ଆଉ ଜଣେ କନ୍ୟା ସହିତ ୭ ଜନ୍ମର ସାଥୀ ହେବାପାଇଁ ଶପଥ ନେଇଥାନ୍ତି।

Advertisment

କିନ୍ତୁ କେହି କ’ଣ ନିଜ ଝିଅକୁ ସେହି ପୁରୁଷ ସହିତ ବିବାହ କରିପାରିବ ଯିଏ ଏକାଥରକେ ୪ ଜଣ କନ୍ୟାଙ୍କ ମଥାରେ ସିନ୍ଦୂର ଦେବାକୁ ଚାହୁଁଥିବ? ଏମିତି ବୋଧେ କେହି ଚାହିଁବେ ନାହିଁ। ବର୍ତ୍ତମାନ କିନ୍ତୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏହି ଭିଡିଓରେ ଜଣେ ବର ଚାରି ଜଣ କନ୍ୟାଙ୍କ ମଥାରେ ସିନ୍ଦୂର ଦେଉଥିବା ଦେଖିବାକୁ ମିଳେ।

ତେବେ ପ୍ରଥମ ଏବଂ ତୃତୀୟ କନ୍ୟାଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି, କାରଣ ସେମାନେ ଝିଅ ପରି ନୁହଁନ୍ତି, ବରଂ ପୁଅ ପରି ଦେଖାଯାଉଛନ୍ତି। ଆପଣ ମଧ୍ୟ ଭଲ ଭାବେ ଦେଖନ୍ତୁ, ଜାଣିପାରିବେ। କେତେକ ଲୋକ ସେମାନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଥିବାବେଳେ ଆଉ କିଛି କହିଛନ୍ତି ଯେ ବିବାହ ଏକ ମଜ୍ଜା ହୋଇଯାଇଛି। ଏ ସମସ୍ତ ଘଟଣା ମନ୍ଦିର ଭିତରେ ହେଉଛି, ଯେଉଁଠାରେ ଚାରିଜଣ କନ୍ୟା ଏକାଠି ବସିଛନ୍ତି।

Advertisment

ଏଥିରେ ବର ହସୁଛି ଆଉ ଟିପେ ଟିପେ ସିନ୍ଦୁର ନେଇ ସମସ୍ତଙ୍କ ସିନ୍ଥିରେ ଦେଉଛି। କିନ୍ତୁ ଆପଣ ଯଦି ଭଲ ଭାବରେ ଏହି ଭିଡିଓକୁ ଦେଖିବେ ତେବେ ଜାଣିପାରିବେ ଏହି ଭିଡିଓ ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି।

ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ପାଖାପାଖି ୪୦ ହଜାର ଲୋକ ପସନ୍ଦ କରିଥିବାବେଳେ ପାଖାପାଖି ୪ ହଜାର ଲୋକ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓଟି ଲକ୍ଷ ଲକ୍ଷ ଭ୍ୟୁ ମଧ୍ୟ ପାଇଛି।

ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ବ୍ରଜେଶ ତିୱାରୀ, ଯିଏ ନିଜକୁ ଅଭିନେତା ବୋଲି କହୁଛନ୍ତି। ଯେତେବେଳେ ଆମେ ତାଙ୍କ ପ୍ରୋଫାଇଲ୍ ଚେକ୍ କଲୁ, ଆମେ ଜାଣିଲୁ ଯେ ସେ ଇନଷ୍ଟାଗ୍ରାମରେ ବିବାହ ସହ ଜଡିତ ଅନେକ ଭିନ୍ନ ଭିନ୍ନ ଭିଡିଓ ପୋଷ୍ଟ୍‌ କରିଛନ୍ତି। କେବଳ ଏତିକି ନୁହେଁ, ତାଙ୍କର ସବୁ ଭିଡିଓ ଲକ୍ଷ ଲକ୍ଷ ଭ୍ୟୁ ମଧ୍ୟ ପାଇଛି।

ଏଥି ସହିତ ୩ ଲକ୍ଷରୁ ଅଧିକ ଲୋକ ମଧ୍ୟ ବ୍ରଜେଶଙ୍କୁ ଫଲୋ କରୁଛନ୍ତି। ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠେ ଯେ ବିବାହ ପରି ଏକ ପବିତ୍ର ବନ୍ଧନକୁ ପରିହାସ କରିବା ଠିକ୍ କି? ତଥାପି, ଲୋକମାନେ ପ୍ରତ୍ୟେକ ଭିଡିଓରେ ଏହି ବ୍ୟକ୍ତିଙ୍କୁ କ୍ଲାସ୍ କରୁଥିବା ଦେଖାଯାଏ।

ଶୁଭମ୍ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ “ଏହି ଲୋକମାନେ ବିବାହକୁ ଏକ ପରିହାସ କରିଦେଇଛନ୍ତି।” ସେହିପରି ଆଲିଆ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ “ ସବୁ କନ୍ୟା ମିଶି ଏଭଳି ବରର ଗଳା ଚିପିଦେବା ଉଚିତ୍। ତା’ପରେ ପ୍ରେମ ଅମର ହୋଇଯିବ।” ସେହିପରି ନୀତୀଶ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ “ବିଷ ଖାଇବା ପାଇଁ କେହି ଟଙ୍କା ଦେଇ ଦିଅନ୍ତୁ ଭାଇ”।

ତେବେ ଅନ୍ୟ ଜଣେ ବ୍ୟକ୍ତି କିନ୍ତୁ ତୃତୀୟ କନ୍ୟାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି, କାରଣ ସେ ପୁଅ ପରି ଦେଖାଯାଉଛନ୍ତି। ଏହି ସମୟରେ ସୋନିଆ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ “ମୋ ଦୃଷ୍ଟିକୋଣରୁ, ସେମାନେ କେହି ଝିଅ ନୁହଁନ୍ତି, ବରଂ ସମସ୍ତେ କିନ୍ନର।”

Viral Video Marriage
Advertisment
Advertisment