Whale Swallowed Youth Viral Video: ବାପା କରୁଥିଲେ ଭିଡିଓ ରେକର୍ଡ଼ିଂ; ପୁଅକୁ ଜୀଅନ୍ତା ଗିଳିଦେଲା ତିମି ଆଉ ତା'ପରେ...

ସମୁଦ୍ର ଭିତରେ ଦେଖିବାକୁ ମିଳିଛି ଅତ୍ୟନ୍ତ ଭୟଙ୍କର ଦୃଶ୍ୟ । ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ବାପାଙ୍କ ସହିତ ସମୁଦ୍ରରେ କାୟାକିଂର ମଜା ନେବା ସମୟରେ ଏକ ହମ୍ପବ୍ୟାକ ତିମି ଯୁବକଙ୍କୁ ଜୀଅନ୍ତା ଗିଳିବାର ଦୃଶ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହାପରେ ଘଟିଛି କିଛି ଚମତ୍କାର ଘଟଣା ।

ସମୁଦ୍ର ଭିତରେ ଗିଳିଦେଲା ତିମି!

ମୃତ୍ୟୁକୁ ଖାତିର ନ କରି ପିତାମାତା ସନ୍ତାନର ଜୀବନ ବଞ୍ଚେଇବାର ଘଟଣା ଆପଣ ଅନେକ ଶୁଣିଥିବେ । ଅଭିଭାବକମାନେ ନିଜ ପୁଅ ଝିଅଙ୍କ ଜୀବନ ବଞ୍ଚେଇବାକୁ ଯାଇ ଅନେକ ସମୟରେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦିଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଅଭାବନୀୟ ଘଟଣା କହିବୁ, ଯେଉଁଠି ନିଜ ପୁଅକୁ ବଞ୍ଚେଇବା ପାଇଁ ବାପାର ବଳ ହାର୍ ମାନିଥା'ନ୍ତା ନିଶ୍ଚିତ । କିନ୍ତୁ କଥାରେ ଅଛି ମୃତ୍ୟୁର ସମୟ ପୂର୍ବରୁ ସ୍ଥିର ହୋଇଥାଏ । ସେହି ସମୟ ନଆସିବା ପର୍ଯ୍ୟନ୍ତ ମୃତ୍ୟୁ ହୁଏନାହିଁ ।

ବୋଧହୁଏ ସେଥିପାଇଁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଯାଇଛି ପୁଅର ଜୀବନ । ସମୁଦ୍ର ଭିତରେ ଦେଖିବାକୁ ମିଳିଛି ଅତ୍ୟନ୍ତ ଭୟଙ୍କର ଦୃଶ୍ୟ । ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ବାପାଙ୍କ ସହିତ ସମୁଦ୍ରରେ କାୟାକିଂର ମଜା ନେବା ସମୟରେ ଏକ ହମ୍ପବ୍ୟାକ ତିମି ଯୁବକଙ୍କୁ ଜୀଅନ୍ତା ଗିଳିବାର ଦୃଶ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହାପରେ ଘଟିଛି କିଛି ଚମତ୍କାର ଘଟଣା । ଯୁବକଟିକୁ କିଛି ସେକେଣ୍ଡ ପରେ ପାଟିରୁ କାଢିଦେବା ଫଳରେ ବଞ୍ଚିଯାଇଛି ଯୁବକଙ୍କ ଜୀବନ । ଏହି ଭୟଙ୍କର ଘଟଣାର ଭିଡିଓ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଯୁବକଙ୍କ ବାପା ନିଜେ ରେକର୍ଡ କରିଛନ୍ତି ।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

ଏହି ଭୟଙ୍କର ଘଟଣାଟି ଚିଲିର ଦକ୍ଷିଣ ପାଟାଗୋନିଆ ଅଞ୍ଚଳର ମାଗେଲାନ୍ ପ୍ରଣାଳୀର ସାନ୍ ଇସିଡ୍ରୋ ଲାଇଟହାଉସ୍ ନିକଟରେ ଘଟିଥିଲା । ବାପା ଡେଲଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଭିଡିଓରେ ଦେଖାଯାଇଛି ସେ ହମ୍ପବ୍ୟାକ ସମୁଦ୍ରରେ ଖେଳୁଥିବା ସମୟରେ ପାଖରେ ଥିବା ତାଙ୍କ ପୁଅ କାୟାକିଂ କରୁଥଲେ । ଠିକ୍‌ ଏହି ସମୟରେ ତିମିଟି ଆଡ୍ରିଆନକୁ ଜୀଅନ୍ତା ଗିଳି ଦେଇଥିଲା ଏବଂ କିଛି ସେକେଣ୍ଡ ପରେ ତାଙ୍କୁ ଛାଡି ଦେଇଥିଲା । ତିମି ଆଡ୍ରିଆନଙ୍କୁ ଛାଡି ଦେବା ପରେ ବାପା ଡେଲ ତାଙ୍କ ପୁଅକୁ ଶାନ୍ତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ଆଡ୍ରିଆନ ଭାବିଥିଲେ ସେ ବଞ୍ଚିପାରିବେ ନାହିଁ । ସେ ଭାବିଲେ ତିମି ତାଙ୍କୁ ଖାଇ ଦେଇଛି ଏବଂ ସେ ମରିଯିବେ । କିନ୍ତୁ ଭଗବାନଙ୍କ ଦୟାରୁ ତିମି ତାଙ୍କୁ ପାଟିରୁ କାଢି ଦେଇଥିଲା ଏବଂ ପରେ ଉଭୟ ବାପ ପୁଅ କୂଳକୁ ସୁରକ୍ଷିତ ଭାବେ ଆସିବାକୁ ସକ୍ଷମ ହୋଇଥିଲେ ।

ଅଧିକ ପଢ଼ନ୍ତୁ: ବିବାହ ଉତ୍ସବରେ ନାଚି ନାଚି କାହିଁକି ଟଳିପଡ଼ିଲେ ଯୁବତୀ ?