Advertisment

Viral Video: ଗାଁରେ ପଶିଲା ବିରାଟକାୟ ସାପ; ଏକାବେଳେ ଗିଳିଦେବ ୫-୬ ମଣିଷ

ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ସାପର ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ଲୋକଙ୍କ ଶ୍ୱାସ ମଧ୍ୟ ଅଟକି ଯାଉଛି। ଖାଲି ଶ୍ୱାସ ଅଟକି ଯିବନି କଲିଜା ମଧ୍ୟ ହଲିଯିବ। ଏହି ଆଶ୍ଚର୍ଯ୍ୟଜନକ ଭାଇରାଲ ଭିଡିଓରେ, ଏକ ବିରାଟ ଅଜଗର ସାପ କାନ୍ଥ ଭାଙ୍ଗି ଭିତରକୁ ପ୍ରବେଶ କରୁଥିବାର ଦେଖାଯାଏ

ଅଦ୍ୟତନ ହୋଇଛି
Huge python snake found in village

Huge python snake found in village

Advertisment

ସାରା ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କେବଳ ସାପର ନାଁ ଶୁଣିଲେ ଭୟରେ ଥରି ଉଠନ୍ତି। ତେବେ ଥରେ ଭାବନ୍ତୁ ଏହି ଲୋକମାନେ ଯଦି ରାସ୍ତାରେ ଯିବା ସମୟରେ କେବେ ସେହି ସାପ ସହିତ ମୁହାଁମୁହିଁ ହୁଅନ୍ତି, ତେବେ ଅବସ୍ଥା କ’ଣ ହେବ!

Advertisment

ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ସାପର ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ଲୋକଙ୍କ ଶ୍ୱାସ ମଧ୍ୟ ଅଟକି ଯାଉଛି। ଖାଲି ଶ୍ୱାସ ଅଟକି ଯିବନି କଲିଜା ମଧ୍ୟ ହଲିଯିବ। ଏହି ଆଶ୍ଚର୍ଯ୍ୟଜନକ ଭାଇରାଲ ଭିଡିଓରେ, ଏକ ବିରାଟ ଅଜଗର ସାପ କାନ୍ଥ ଭାଙ୍ଗି ଭିତରକୁ ପ୍ରବେଶ କରୁଥିବାର ଦେଖାଯାଏ। ସାପଟି ଏତେ ବଡ ଯେ ଦେଖିଲେ ଲାଗିବ ଏକାବେଳେ ୫ରୁ ୬କୁ ମଣିଷ ଗିଳିଦେବ।

ଭିଡିଓଟିକୁ ଦେଖିଲେ ଅନୁମାନ କରାଯାଇପାରେ ଯେ ଏହା କୌଣସି ଗାଁର, ଯେଉଁଠାରେ ଏକ ବିରାଟ ଅଜଗର ମାଟି କାନ୍ଥ ଭାଙ୍ଗି ଭିତରକୁ ପ୍ରବେଶ କରୁଥିବା ଦେଖାଯାଉଛି। ପ୍ରଥମ ଦେଖିଲେ ଲାଗିବ ଯେ ଅଜଗରଟି ବୋଧେ କୌଣସି ଏକ ବଡ଼ ଶିକାର ଧରିଛି, ଯେଉଁଥି ପାଇଁ ଠିକ୍ ଭାବରେ ଗତି କରିପାରୁ ନାହିଁ।

Advertisment

ଅଧିକ ପଢ଼ନ୍ତୁ:ପାଣିରେ ପହଁରୁଛି ବିଶାଳ ଆନାକୋଣ୍ଡା; ଭିଡିଓ ଦେଖି ଶ୍ୱାସ ଅଟକିଯିବ!

ଭାଇରାଲ୍ ଭିଡିଓଟିକୁ ଆଗକୁ ଦେଖିଲେ ଲାଗିବ ଯେପରି ଅଜଗରଟି ସାଂଘାତଇଅକ ଭାବରେ ସଂଘର୍ଷ କରୁଛି। ହୁଏତ ଏହି କାରଣରୁ ଏହି ଭିଡିଓକୁ ଏତେ ଦେଖାଯାଉଛି। ପରେ ଭିଡିଓରେ, ଅଜଗରଟିକୁ ଏକ ରଶିରେ ବନ୍ଧା ହୋଇଥିବା ଦେଖାଯାଉଛି। ଲାଗୁଛି ଗାଁ ଲୋକେ ଏହାକୁ ଧରିବା ପାଇଁ କୌଣସି ପ୍ରକାରେ ବାନ୍ଧି ଥାଇପାରନ୍ତି।

ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ @AMAZlNGNATURE ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି। ମାତ୍ର ୩୦ ସେକେଣ୍ଡର ଏହି ଭିଡିଓଟିକୁ ଖବର ଲେଖାହେବା ଭିତରେ ୫.୪ ମିଲିୟନ ଲୋକ ଦେଖିସାରିଥିବା ବେଳେ ୧୬ ହଜାରରୁ ଅଧିକ ଲୋକ ଭିଡିଓଟିକୁ ଲାଇକ୍ କରିଥିଲେ। ଭିଡିଓଟି ଦେଖିଥିବା ଲୋକମାନେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

Advertisment

ଜଣେ ଲେଖିଛନ୍ତି - ଏହା ଏପରି ମନେ ହେଉଛି ଯେପରି ଏହା କୌଣସି ଏକ ପୂଆ ସମ୍ପ୍ରଦାୟକୁ ଗିଳି ଦେଇଛି। ଆଉ ଜଣେ ଲେଖିଛନ୍ତି - ଏହାକୁ ଦେଖିଲେ ଲାଗୁଛି ଯେପରି ଏହା ସହଜରେ ଗୋଟେ ମଣିଷକୁ ପୂରା ଗିଳି ପାରିବ। ଅନ୍ୟ ଜଣେ ଲେଖିଛନ୍ତି - ସାପଟି ବୋଧେ କିଛି ବହୁତ ବଡ ଜିନିଷ ଗିଳି ଦେଇଛି।

ଆଉ ଜଣେ ଲେଖିଛନ୍ତି - ଏହାକୁ ଦେଖି ଲାଗୁଛି ଯେପରି ସମଗ୍ର ଗାଁ ସାପ ଭିତରେ ପଶିଯାଇଛି। ଅନ୍ୟ ଜଣେ ଲେଖିଛନ୍ତି - ଲୋକେ ଏହାକୁ କାହିଁକି ବାନ୍ଧି ରଖିଛନ୍ତି ମୁଁ ଜାଣିନାହିଁ। ମତେ ଲାଗୁଛି ସେମାନଙ୍କ ପାଖରେ ଉତ୍ତର ଥିବ। ସେ ବୋଧେ କିଛି ଖାଇଦେଇଛି।

ଅଧିକ ପଢ଼ନ୍ତୁ:ସ୍କୁଲ୍ ହେଲା ଆଖଡାଶାଳ; ପ୍ରିନ୍ସିପାଲ୍‌-ଲାଇବ୍ରେରିଆନ୍‌ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

Viral Video Indian Python Python Giant Python
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ