ଏଣିକି ହ୍ୱାଟ୍‌ସଆପ୍‌ରେ ସୁରକ୍ଷିତ ରହିବ ଡକ୍ୟୁମେଣ୍ଟ, ଆସିଲା ନୂଆ ଫିଚର

ଭିନ୍ନ ଉପାୟରେ ମେସେଜ୍‌ ସେଭ୍‌ କରିବାକୁ ଚାହୁଁଥିଲେ, ୟୁଜର ଅନ୍ୟ ଜଣଙ୍କୁ ସେହି ମେସେଜ୍‌ ପଠାଉଥିଲା ଏବଂ ଆବଶ୍ୟକ ପଡ଼ିଲେ ସେହିଠାରୁ ହିଁ ପୁଣି ମେସେଜ୍‌ ଦେଖୁଥିଲା ।

Whatsapp New Feature

ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ ପୁଣି ଆଣୁଛି ନୂଆ ଫିଚର । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍‌ ସବୁଠୁ ଆଗରେ। ଅନେକ ସମୟରେ ଏହି ମେସେଜିଂ ଆପ୍‌, ୟୁଜରଙ୍କ ପାଇଁ ନୂଆ, ସହଜ ଏବଂ ସରଳ ଫିଚର ଆଣିବା ଲାଗି କାମ କରିଥାଏ । ତେଣୁ ବାରମ୍ବାର ହ୍ୱାଟ୍ସଆପ୍ ଟେକ୍ନୋଲୋଜିକୁ ନେଇ ଖବର ପ୍ରସାରିତ ହୋଇଥାଏ । ନିୟମିତ ବ୍ୟବଧାନରେ ଏହି ମଲ୍ଟି ମିଡିଆ ମେସେଜିଂ ଆପ୍‌କୁ ନେଇ ଚର୍ଚ୍ଚା ଲାଗି ରହିଥାଏ ।

ତେବେ ଏଥର ଏହି ଆପ୍‌ ଯେଉଁ ନୂଆ ଫିଚର ଲଞ୍ଚ କରିଛି, ତାହା ୟୁଜରଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ପୂର୍ବରୁ କୌଣସି ଘଟଣା କିମ୍ବା କୌଣସି ମେସେଜ୍‌କୁ ଯଦି ୟୁଜର ସେଭ୍ କରି ରଖିବାକୁ ଚାହୁଁଥିଲା, ତେବେ ତାହା କରିପାରୁ ନଥିଲା । ଆଉ ଭିନ୍ନ ଉପାୟରେ ମେସେଜ୍‌ ସେଭ୍‌ କରିବାକୁ ଚାହୁଁଥିଲେ, ୟୁଜର ଅନ୍ୟ ଜଣଙ୍କୁ ସେହି ମେସେଜ୍‌ ପଠାଉଥିଲା ଏବଂ ଆବଶ୍ୟକ ପଡ଼ିଲେ ସେହିଠାରୁ ହିଁ ପୁଣି ମେସେଜ୍‌ ଦେଖୁଥିଲା ।

ଅଧିକ ପଢ଼ନ୍ତୁ: ସାବଧାନ୍ ହ୍ୱାଟସଆପ୍‌ ୟୁଜର୍‌ !!! ୫୦୦ ମିଲିୟନ୍‌ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଡାଟା ଲିକ୍‌

ତେବେ ଏହା ଦ୍ୱାରା ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । କେତେବେଳେ କାହାକୁ କେଉଁ ମେସେଜ୍‌ ଦିଆଯାଇଛି ତାହା ୟୁଜରଙ୍କ ମନେ ରହୁନଥିଲା। କିନ୍ତୁ ହ୍ୱାଟ୍ସଆପ୍‌ ଏବେ ଯେଉଁ ନୂଆ ଫିଚର ଆଣିଛି, ତାହା ଜାଣିଲେ ଆପଣଙ୍କୁ ଅତ୍ୟନ୍ତ ଖୁସି ଲାଗିବ । ଆଉ ଆପଣ ଏବେ କୌଣସି ବି ମେସେଜ୍‌ ସେଭ୍‌ କରିପାରିବେ । ଏମିତିକି କେଉଁଠି ସେହି ମେସେଜ୍‌କୁ ସେଭ୍‌ କଲେ ତାହା ଭୁଲିବେ ନାହିଁ । ଆଉ ଆବଶ୍ୟକ ପଡ଼ିଲେ ସହଜରେ ପାଇପାରିବେ ।

ସେହି ନୂଆ ଫିଚର୍‌ଟି ହେଲା ହ୍ୱାଟ୍ସଆପ୍‌ର ପ୍ରତ୍ୟେକ ୟୁଜର ଏବେ ନିଜେ ନିଜକୁ ମେସେଜ କରିପାରିବେ । ଯାହା ଦ୍ୱାରା ସେମାନେ ଚାହୁଥିବା ଗୁରୁତ୍ୱପୂର୍ଣ୍ଣ ଲେଖାକୁ ସେଭ୍‌ କରିପାରିବେ । ଆଉ ନିଜ ଆଇଡି ଖୋଲିଲେ ସେହିଠାରୁ ହିଁ ପାଇପାରିବେ ମେସେଜ୍ । ଏଥିରେ ସେ କାହାକୁ ପଠାଇଥିଲେ ତାହା ଭୁଲିବାର ପ୍ରଶ୍ନ ମଧ୍ୟ ଉଠୁନାହିଁ । ଏହି ନୂଆ ଫିଚରକୁ ନେଇ ବହୁ ପୂର୍ବରୁ ଟେଷ୍ଟିଂ ମଧ୍ୟ ହୋଇସାରିଛି ।

ଏହି ଫିଚର ଉଭୟ ଆଣ୍ଡରଏଡ୍‌ ଏବଂ iOS ପାଇଁ ଉପଲବ୍ଧ । ଯଦି ଏବେ ସୁଦ୍ଧା ଆପଣଙ୍କ ମୋବାଇଲ୍‌ରେ ଏହି ପିଚର ଉପଲବ୍ଧ ହେଉ ନାହିଁ ତେବେ ତୁରନ୍ତ ଅପଡେଟ୍‌ କରନ୍ତୁ । ଅପ୍‌ଡେଟ୍‌ କରିବା ପରେ ବି ଯଦି ଫିଚର ଦେଖାଯାଉ ନାହିଁ, ତେବେ ଏହା ଆପଣଙ୍କ ଅଞ୍ଚଳ ପାଇଁ ଉଦ୍ଧିଷ୍ଟ ହୋଇନାହିଁ । କିନ୍ତୁ ଖୁବ୍‌ଶୀଘ୍ର ଏହା ଉପଲବ୍ଧ ହେବ । 

ଏବେ ଆସନ୍ତୁ ଜାଣିବା କେମିତି କରିବେ ଚେକ୍ ?

Step 1: ଅପ୍‌ଡେଟ୍‌ ପରେ ହ୍ୱାଟ୍‌ସଆପ୍‌ ଖୋଲନ୍ତୁ ।

Step 2: ପରେ କ୍ରିଏଟ୍‌ ନିଉ ଚାଟ୍‌ ଉପରେ କ୍ଲିକ୍‌ କରନ୍ତୁ ।

Step 3: ଏବେ ଆପଣ ନିଜ କଣ୍ଟାକ୍ଟ ନମ୍ବର ଲିଷ୍ଟର ଟପ୍‌ରେ ଦେଖିବାକୁ ପାଇବେ । ଯଦି ଫିଚର ଦେଖାଯାଉନାହିଁ ତେବେ କିଛି ଦିନ ଅପେକ୍ଷା କରନ୍ତୁ ।

Step 4: ଯେତେବେଳେ ଏହି ଅପ୍‌ଡେଟ୍‌ ବା ନୂଆ ପିଚର ଆପଣଙ୍କ ପାଇଁ ଉପଲବ୍ଧ ହେବ ସେତେବେଳେ ଆପଣ ନିଜକୁ ମେସେଜ୍ କରି ଲେଖା ବା ଡକ୍ୟୁମେଣ୍ଟ ଫଟୋ ଇତ୍ୟାଦି ସେଭ୍‌ କରିପାରିବେ ।