Advertisment

ରାସ୍ତାକଡ଼ରେ ଖୋଲିଛି ଦୋକାନ, ଟଙ୍କା ଦେଇ ଲୋକ କିଣୁଛନ୍ତି କ୍ୟାନ୍ସର: ଫଟୋ ଭାଇରାଲ

ଗୁଟ୍‌ଖା ସ୍ୱାସ୍ଥ୍ୟପକ୍ଷେ ହିତକର ନୁହେଁ। ଏକଥା ସମସ୍ତେ ଜାଣନ୍ତି। ତଥାପି କାହିଁକି କେଜାଣି ଗୁଟ୍‌ଖାର ମୋହରେ ସମସ୍ତେ ଏମିତି ବାନ୍ଧି ହୋଇଥାନ୍ତି। କିଏ ଅଭ୍ୟାସ ବୋଲି କହି ଛାଡ଼ିପାରେନି, କିଏ ଏନର୍ଜି ବୁଷ୍ଟର କହି ଛାଡ଼ି ପାରେନି ।

author-image
Minati Mishra
ଅଦ୍ୟତନ ହୋଇଛି
shops name the cancer hub

shops name the cancer hub

ଗୁଟ୍‌ଖା ସ୍ୱାସ୍ଥ୍ୟପକ୍ଷେ ହିତକର ନୁହେଁ। ଏକଥା ସମସ୍ତେ ଜାଣନ୍ତି। ତଥାପି କାହିଁକି କେଜାଣି ଗୁଟ୍‌ଖାର ମୋହରେ ସମସ୍ତେ ଏମିତି ବାନ୍ଧି ହୋଇଥାନ୍ତି। କିଏ ଅଭ୍ୟାସ ବୋଲି କହି ଛାଡ଼ିପାରେନି, କିଏ ଏନର୍ଜି ବୁଷ୍ଟର କହି ଛାଡ଼ି ପାରେନି । ଗୁଟ୍‌ଖା ଏମିତି ଏକ ଜିନିଷ ଯାହାକୁ ସରକାର ନ ଖାଇବାକୁ ସଚେତନ କରାନ୍ତି ଆଉ ଖାଇବା ପାଇଁ ଯୋଗାଇ ଦିଅନ୍ତି। ଏ ଗୁଟ୍‌ଖାର ଗୁଣ ଯେତେ ଗାଇଲେ ସରିବନି। ଗୁଟ୍‌ଖା ଖାଇବାର ନିଶା ପାଖରେ ସବୁ କଟକଣା ଫେଲ। ସର୍ବସାଧାରଣ ଜାଗାରେ ଗୁଟ୍‌ଖା ଖାଇବାକୁ ବାରଣ ଥିଲେ ହେଁ ବସ୍‌, ଟ୍ରେନ, ଅଫିସ ସବୁଠି ସହଜରେ ମିଳୁଥିବା ଜିନିଷଟି ହେଉଛି ଗୁଟ୍‌ଖା।

Advertisment

ଗୁଟ୍‌ଖା ଖାଇ ଲୋକେ ନିଜର ସ୍ୱାସ୍ଥ୍ୟ ଖରାପ କରିବା ସହ ଏଣେତେଣେ ଛେପ ପକାଇ ପରିବେଷକୁ ଅପରଷ୍କାର କରନ୍ତି। କିନ୍ତୁ ତମାଖୁ ବିକ୍ରି କରୁଥିବା ଲୋକର ଏସବୁ ସ୍ଥିତି ସହ କିଛି ଲେନ ଦେନ ନ ଥାଏ। କାରଣ ତମାଖୁ ବିକ୍ରି ତାଙ୍କର ଜୀବିକା। ଅନ୍ୟ ଅର୍ଥରେ କହିଲେ, କ୍ୟାନ୍ସର ବିକ୍ରି କରି ସେମାନେ ରୋଜଗାର କରିଥାନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏକ ତମାଖୁ ଦୋକାନର ଫଟୋ ଭାଇରାଲ ହୋଇଛି। ଏହି ଫଟୋଟିକୁ ସମସ୍ତେ ପସନ୍ଦ କରିଛନ୍ତି ଆଉ ଏହାର ମାଲିକଙ୍କୁ ବି ପ୍ରଶଂସା କରିଛନ୍ତି। କାରଣ ଦୋକାନୀ ଜଣକ ଅତ୍ୟନ୍ତ ସଚ୍ଚୋଟତାର ସହ ଏହାର ନାମକରଣ କରିଛନ୍ତି। ଖାଲି ଗ୍ରାହକ ନୁହଁନ୍ତି ଅନ୍ୟ ଦୋକାନୀମାନେ ବି ଏହାର ଖୁବ ପ୍ରଶଂସା କରିଛନ୍ତି।

ସୋସିଆଲ ମିଡିଆ ଲିଙ୍କ୍‌ଡଇନ୍‌ରେ ଡା.ମୟିଲଭେଲ୍‌ନାଥନ୍‌ ବିବେକନାନ୍ଥନ୍‌ ନାମକ ଜଣେ ବ୍ୟକ୍ତି ଏହି ମଜାଦାର ଫଟୋକୁ ସେୟାର କରିଛନ୍ତି। ଏହି ଫଟୋ ଏକ ଗୁଟ୍‌ଖା ବା ତମାଖୁ ଦୋକାନର। ଏହି ଫଟୋ ତଳେ ୟୁଜର୍ସ ଲେଖିଛନ୍ତି ‘ସବୁଠାରୁ ସଚ୍ଚୋଟ ଦୋକାନ।’

Advertisment

ତେବେ କ’ଣ ଏହି ଦୋକାନର ନାଁ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ? ଭଲ କରି ଏହି ଫଟୋଟିକୁ ଦେଖନ୍ତୁ। ରାସ୍ତା କଡରେ ଦୋକନଟିଏ। ଗୁଟ୍‌ଖା ପ୍ୟାକେଟର ମାଳ ଲମ୍ବିଛି। ତଳେ ଲେଖାଯାଇଛି ଦୋକାନର ନାଁ ‘ ଦ୍‌ କ୍ୟାନ୍ସର ହବ୍‌’। ଅର୍ଥାତ୍‌ ଏହି ଦୋକାନରେ କ୍ୟାନ୍ସର ମିଳିଥାଏ। ବାସ୍ତବତା ହେଉଛି, ଗୁଟ୍‌ଖା କ୍ୟାନ୍ସର ହିଁ ଦେଇଥାଏ। ତେଣୁ ଦୋକାନୀ ଠିକ ତାହା ହିଁ ଲେଖିଛନ୍ତି। ଯାହା ବି ହେଉ, ଦୋକାନୀଙ୍କ ଏପରି ନାମକରଣକୁ ବେଶ ପ୍ରଶଂସା କରାଯାଇଛି।

ଏହି ଫଟୋକୁ ନେଇ ବେଶ ମଜାଦାର ପ୍ରତିକ୍ରିୟା ମିଳିଛି। ଦୋକାନୀ ଜଣକ ଖୁବ୍‌ ସଚ୍ଚୋଟ ହୋଇଥିବା ପରି ମନେହେଉଛି। ଅନ୍ୟ ଜଣେ କହିଛନ୍ତି, ଏହା ଅତି ନିଷ୍ଠୁର ସତ୍ୟ ଯେ, ଗୁଟ୍‌ଖା ଦୋକାନ ବିଭିନ୍ନ ସ୍ଥାନରେ ଖୋଲୁଛି ଆଉ ଲୋକ ଜାଣିଶୁଣି ସେଠାରୁ କ୍ୟାନ୍ସର କିଣୁଛନ୍ତି।

Cancer Viral Photo
Advertisment
Advertisment