Advertisment

ଅମାନିଆ ସ୍ତ୍ରୀ !! କୋର୍ଟ ଆଗରେ ସ୍ୱାମୀଙ୍କୁ ଜୋତାରେ ନିର୍ଧୁମ ଛେଚିଲେ..ଭିଡିଓ ଭାଇରାଲ

ଘରେ ଘରେ ସ୍ୱାମୀ ସ୍ତ୍ରୀ କଳି ଲାଗିବା ସାଧାରଣ କଥା। କିନ୍ତୁ ଏଠି ସ୍ଥିତି ପୂରା ଅଲଗା। ସ୍ୱାମୀ-ସ୍ତ୍ରୀ ଭିତରର ବିବାଦ ଦାଣ୍ଡରେ ପଡି ହାଟରେ ଗଡିଛି। ଖାଲି ଗଡିନି ଆଜ୍ଞା, ମାଡ ବି ଚପଲରେ ପଡିଛି, ପୁରା ସାଇଁ ସାଇଁ…

author-image
Manoranjan Behera
Wife Beats Husband

Wife Beats Husband

କୋର୍ଟରେ ପହଞ୍ଚିଲା ଘରୋଇ କଳି। ଅଦାଲତରେ ସୁଧରିବା ବଦଳରେ ବିଗିଡିଗଲା ସ୍ଥିତି। ଆଉ ରାଗରେ ନିୟନ୍ତ୍ରଣ ହରାଇ ସ୍ୱାମୀଙ୍କ ଉପରେ ବର୍ଷିଲେ ସ୍ତ୍ରୀ। କୋର୍ଟ ସାମ୍ନାରେ ଜୋତାରେ ପିଟିଛନ୍ତି ସ୍ତ୍ରୀ। ପୋଲିସ ଓ ଓକିଲ ଯେତେ ଅଟକାଇଲେ କି ବୁଝାଇଲେ ଜମା ବୁଝିଲେନି। ମହିଳା ଜଣକ କୋର୍ଟ ପରିସରରେ ନିଜ ସ୍ୱାମୀଙ୍କୁ ଜୋତାରେ ପିଟୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ପ୍ରାୟ ସମସ୍ତଙ୍କ ପରିବାରରେ ବେଳେ ବେଳେ ଛୋଟ ଛୋଟ କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗେ। କିଛି ଦମ୍ପତି ଆପୋଷ ବୁଝାମଣା କି ପରିବାର ଲୋକଙ୍କକ ହସ୍ତକ୍ଷେପରେ ମାମଲାର ରଫାଦଫା କରି ଦିଅନ୍ତି। ବେଳେ ବେଳେ ସ୍ଥିତି ଏତେ ବିଗିଡ଼ି ଯାଏ ଯେ ମାମଲା କୋର୍ଟକୁ ଟାଣି ହୋଇଯାଏ। ଭାଇରାଲ ହେଉଥିବା ଭିଡିଓଟି ହେଉଛି ଲକ୍ଷ୍ନୌର ଏକ ଫ୍ୟାମିଲି କୋର୍ଟର।

କୁହାଯାଉଛି ଯେ, ନିଜ ଘରୋଇ କଳିର ସମାଧାନ ପାଇଁ ସ୍ୱାମୀ ସ୍ତ୍ରୀ କୋର୍ଟକୁ ଆସିଥିଲେ। ହେଲେ କୌଣସି କଥାକୁ ନେଇ କୋର୍ଟ ପରିସରରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହେଲା, ଆଉ ଏଥିରେ ରାଗିଯାଇ ସ୍ତ୍ରୀ ସମସ୍ତଙ୍କ ସାମ୍ନାରେ ନିଜ ସ୍ୱାମୀଙ୍କୁ ଜୋତାରେ ପିଟିଲେ। ପୋଲିସ ଆଉ ଓକିଲ ତାଙ୍କୁ ଯେତେ ଅଟକାଇଲେ ବି ସେ ଅଟକିଲେ ନାହିଁ।

Advertisment

କୋର୍ଟ ପରିସରରେ ପତି ପତ୍ନୀଙ୍କ ଏହି ଝଗଡାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ‘ଘର କା କଲେସ’ ନାମକ ଏକ୍ସ ୟୁଜର ଏହାକୁ ସେୟାର କରିଛନ୍ତି। ଭିଡିଓକୁ ଏବେ ସୁଦ୍ଧା ୮୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହାକୁ ଦେଖି ସାରିଲେଣି।

Viral Video Wife Beats Husband
Advertisment
Advertisment