Advertisment

Viral Video: ବାପା ହେବା ସହଜ ନୁହେଁ; ଏହି ଭିଡିଓ ଆପଣଙ୍କ ଆଖିକୁ କରିଦେବ ଛଳଛଳ

ପିଲାଙ୍କୁ ପାଳିବା କେତେ ଯେ କଷ୍ଟ ଏହା ସବୁ ବାପା-ମା’ ବୁଝନ୍ତି। ତେବେ ବାପା ହେବା କେତେ କଷ୍ଟ ତାହା କେବଳ ଜଣେ ବାପା ହିଁ ବୁଝିପାରନ୍ତି। ନିଜ ପିଲା ପାଇଁ ସେ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଏହି ଭିଡିଓ ଏହାର ଜ୍ୱଳନ୍ତ ପ୍ରମାଣ। ଦେଖନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
handicapped person playing drum with artificial limbs

handicapped person playing drum with artificial limbs

ପ୍ରତି ମଣିଷର ଜୀବନରେ ଏମିତି ଦୁଇଟି ସମ୍ପର୍କ ଥାଏ ଯାହାର ସ୍ଥାନ କେହି ବି କେବେ ନେଇ ପାରିବେ ନାହିଁ କି ପିଲାମାନଙ୍କୁ ସେମାନଙ୍କ ଅପେକ୍ଷା ଅଧିକ କେହି ଭଲପାଇବା ଦେଇ ପାରିବେ ନାହିଁ। ଏତିକିରି ଆପଣ ନିଶ୍ଚିତ ବୁଝିସାରିବେଣି ଯେ ଆମେ ମା’ ଏବଂ ବାପାଙ୍କ ବିଷୟରେ କହୁଛୁ।

Advertisment

ଜଣେ ମା’ ନିଜ ପିଲାମାନଙ୍କୁ ନିଜ ମାତୃତ୍ୱ ପ୍ରେମର ଛାଇରେ ପାଳୁଥିବାବେଳେ ବାପା ଆଙ୍ଗୁଠି ଧରି ଜୀବନରେ ଆଗକୁ ଯିବାର ଶିଖାନ୍ତି। ବାପାମାନେ ନିଜ ପିଲାମାନଙ୍କ ପାଇଁ ଯାହା ବି କରିବାକୁ ପଡେ ତାହା ପ୍ରସ୍ତୁତ ଥାଆନ୍ତି। ଏହାର ପ୍ରମାଣ ହେଉଛି ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ଆଖିରୁ ଲୁହ ଆଣିଦେବ।

Zindagi.gulzar.h ଆକାଉଣ୍ଟରୁ ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ବ୍ୟକ୍ତିଙ୍କର ଦୁଇଟି ହାତ ନାହିଁ। ସେ ତାଙ୍କର କୃତ୍ରିମ ହାତ ସାହାଯ୍ୟରେ ଏକ ଡ଼୍ରମ୍ ବଜାଉଥିବା ଦେଖିବାକୁ ମିଳେ। ଏମିତି କରି ସେ ପରିବାର ପାଇଁ କିଛି ରୋଜଗାର କରନ୍ତି। ଏହି ଭାଇରାଲ୍ ଭିଡିଓର କ୍ୟାପ୍‌ସନ୍‌ରେ ଲେଖା ଅଛି, “ଜଣେ ବାପା ନିଜ ପରିବାର ଚଳାଇବା ପାଇଁ ବହୁତ କିଛି କରନ୍ତି।” ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିବା ପରେ ଲୋକମାନେ ଭାବପ୍ରବଣ ହେଉଥିବା ଦେଖାଯାଏ।

Advertisment

ଏହି ଭିଡିଓ ହେଉଛି ଏକ ପ୍ରମାଣ ଯେ ଯେତେ ଅସୁବିଧା କିମ୍ବା ସମସ୍ୟା ଆସୁ ନା କାହିଁକି, ବାପାମାନେ ନିଜ ପିଲାମାନଙ୍କ ପାଇଁ ସାହସର ସହିତ ପ୍ରତ୍ୟେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହି ଭିଡିଓରେ ଜଣେ ବାପାର ପିଲାମାନଙ୍କ ପ୍ରତି ଥିବା ଭଲପାଇବା ଏବଂ ସମର୍ପଣ ଭାବକୁ ଜାଣିହେବ ଯେ ଦୁଇ ହାତ ନଥିଲେ ମଧ୍ୟ ସେ ନିଜ ପରିବାର ପ୍ରତିପୋଷଣ ପାଇଁ କିପରି ଏକ ଉପାୟ ବାଛି ନେଇଛନ୍ତି।

ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୧୩୦ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ପାଖାଆଖି ହଜାରେ ଲୋକ ଏହା ଉପରେ ମତ ଦେଇଛନ୍ତି ଏବଂ ଏହି ଭିଡିଓକୁ ପାଖାପାଖି ୪୦୦ ଜଣ ଶେୟାର କରିଛନ୍ତି। ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ନିଜ ବାପାଙ୍କୁ ସ୍ମରଣ କରି ଭାବପ୍ରବଣ ମନ୍ତବ୍ୟ ଦେଇଛନ୍ତି।

ଜଣେ କହିଛନ୍ତି, “ବାପାଙ୍କ ଦାୟିତ୍ୱ ଯନ୍ତ୍ରଣାଠାରୁ ବଡ ହୋଇଥାଏ।” ଅନ୍ୟ ଜଣେ କହିଛନ୍ତି, “ମୋ ବାପା ଏହି ସମୟରେ ମୋ ସହିତ ଥାଆନ୍ତେ କି। ଆମେ ତୁମକୁ ମନେ ପକାଉଛୁ ବାପା।” ଅନ୍ୟ ଜଣେ ଲେଖିଛନ୍ତି, “ସେଥିପାଇଁ ବାପାଙ୍କୁ ଆକାଶଠାରୁ ବଡ ବୋଲି କୁହାଯାଏ।”

Social Media Viral Video
Advertisment
Advertisment