/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691256838.jpg)
Viral VIDEO
ରିଲ୍ସ ପ୍ରେମରେ ଆଜିକାଲିର ଯୁବପୀଢି ବାୟା । ରାସ୍ତାଘାଟ କିଛି ଦେଖୁନାହାନ୍ତି । ଯାହାର ଯେଉଁଠି ଇଚ୍ଛା ହେଲା ସିଏ ସେଇଠି ରିଲ୍ସ କରୁଛି । ଏହି ରିଲ୍ସ ସମୟରେ ଅନେକ ବାଧା ସାମ୍ନାକୁ ଆସୁଛି । ବେଳେବେଳେ ଦୁର୍ଘଟଣାମାନ ବି ଘଟୁଛି ହେଲେ ରିଲ୍ସ ମୋହରେ ପଡିଥିବା ଯୁବକ କି ଯୁବତୀ ସୁଧୁରିବାରେ ନା ଧରୁନାହାନ୍ତି । ରାସ୍ତାରେ ଯାଉଥିବା ବେଳେ ଯୁବକ-ଯୁବତୀ ରିଲ୍ସ କରୁଥିଲେ । ହେଲେ ଯୁବକ ଜଣକ ରିଲ୍ସ ମୋହରେ ଏମିତି ବାୟା ହୋଇ ରହିଥିଲେ କି ସ୍ଥାନକାଳ ପାତ୍ର କିଛି ଦେଖୁନଥିଲେ । ସେଇଥି ପାଇଁ ତ ଖତରନାକ ଷ୍ଟଣ୍ଟ କରୁକରୁ ପଛରୁ ଆସୁଥିବା ଯୁବତୀ ଜଣଙ୍କୁ ଏମିତି ଧକ୍କା ଦେଇଥିଲେ ଯେ ସେ ସିଧା ତଳେ ପଡିଯାଇଥିଲେ । ବାସ୍ ଏହାପରେ ଯାହା ହେଲା...
ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଯୁବକ ଓ ଯୁବତୀ ରିଲ୍ସ ବନାଉଛନ୍ତି । ହେଲେ ଦୁର୍ଘଟଣା ଘଟିବା ପରେ ପୂରା ପରିବେଶ ଭିନ୍ନ ପ୍ରକାରର ହୋଇଯାଉଛି । ତେବେ ଏହି ଭାଇରାଲ୍ କ୍ଲିପ୍କୁ ଇନଷ୍ଟାଗ୍ରାମରେ ସେୟାର୍ କରାଯାଇଛି । ଯାହାକୁ ୟୁଜର୍ସ ଅନେକ ପ୍ରକାର କମେଣ୍ଟ ଦେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)