Advertisment

Viral Video: ଯୌତୁକରେ ବାଇକ୍‌ ମାଗିଲା ପୁଅ, ସମସ୍ତଙ୍କ ସାମ୍ନାରେ ଚପଲରେ ପିଟିଲା ବାପା...

ଭିଡିଓରେ ଦେଖିବାକୁ ମିଳିଛି, ଯୌତୁକ ମାଗିବାରୁ ଜଣେ ବୟସ୍କ ବ୍ୟକ୍ତି ସର୍ବସମ୍ମୁଖରେ ଚପଲରେ ବରକୁ ପିଟୁଛନ୍ତି। ଏହି ସମୟରେ ଆଉ କିଛି ଲୋକ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି।

ଅଦ୍ୟତନ ହୋଇଛି
Viral Video

Groom hit with slippers by father for demanding bike in dowry

Advertisment

ଦୁନିଆ ଯେତେ ଆଗେଇଲେ ମଧ୍ୟ ଅର୍ଥ ଲୋଭି ମଣିଷର ମନରୁ ଯୌତୁକ ଲୋଭ ଯାଉନାହିଁ। ଯୌତୁକ ନିଶାରେ ମଣିଷ ଏତେ ନିଷ୍ଠୁର ହୋଇଯାଉଛି ଯେ, ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ। ଯୌତୁକ ପାଇଁ ଅନେକ ହସଖୁସିର ସଂସାର ମଧ୍ୟ ଭାଙ୍ଗି ଯାଉଛି। ଏପରିକି ଅନେକ ମହିଳା ଯୌତୁକ ନିର୍ଯାତନା ସହି ନପାରି ଜୀବନ ହାରୁଛନ୍ତି। ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି।

Advertisment

ଅଧିକ ପଢ଼ନ୍ତୁ: ବାହାଘର ବେଳେ ଖଣ୍ଡଯୁଦ୍ଧ, ଯିଏ ଯାହାକୁ ପାଇଲା ତାକୁ ଧରି ପିଟିଲା, କାହା ହାତରେ ବାସନ ତ ଆଉ କାହା ହାତରେ ଚେୟାର...

ହେଲେ ଭାରତରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଏବେବି ଯୌତୁକ ପ୍ରଥା ଚାଲିଛି। ଏହାକୁ ବିରୋଧ କରି କିଛି ଲୋକ ସ୍ୱର ଉଠାଉ ଥିବାବେଳେ ଆଉ କିଛି ଲୋକ ସବୁଦେଖି ଚୁପ୍‌ ରହୁଛନ୍ତି। ଯାହାର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ଯୌତୁକ ମାଗିବାରୁ ଜଣେ ବୟସ୍କ ବ୍ୟକ୍ତି ସର୍ବସମ୍ମୁଖରେ ଚପଲରେ ବରକୁ ପିଟୁଛନ୍ତି। ଏହି ସମୟରେ ଆଉ କିଛି ଲୋକ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ବରକୁ ପିଟୁଥିବା ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ବରଂ ତାଙ୍କ ବାପା ବୋଲି ଜଣାପଡ଼ିଛି। ପୁଅ ଯୌତୁକ ମାଗିବାରୁ ସର୍ବସମ୍ମୁଖରେ ବାପା ତାଙ୍କୁ ଚପଲରେ ପିଟିଥିଲେ।

Advertisment

ସେମାନଙ୍କ କଥାବାର୍ତ୍ତାରୁ ଜଣାପଡ଼ୁଛି, ବର ଯୌତୁକରେ ବାଇକ୍‌ ଦାବି କରିଥିଲା। ହେଲେ ଏଥିରେ ରାଗି ଯାଇ ବାପା ତାଙ୍କୁ ଚପଲରେ ପିଟିଥିଲେ। ଏହାପରେ ପୁଅକୁ ଚେତାବନୀ ଦେଇ ବାପା କହିଥିଲେ, ସ୍ତ୍ରୀକୁ ଖୁସିରେ ରଖିବୁ ନଚେତ୍‌ ଏହାର ଭୟଙ୍କର ପରିଣାମ ଭୋଗିବୁ। ସେ ଆହୁରି ମଧ୍ୟ କହିଥିଲେ, ‘ବିଲ ବିକ୍ରି କରି ମୁଁ ତୋତେ ମୋଟରସାଇକେଲ କିଣି ଦେବି। ହେଲେ ତୁ ମୋ ବୋହୂକୁ ଘରକୁ ନେଇ ଚାଲ୍‌।’  

Advertisment

ଶେଷରେ ବାପାଙ୍କ କଥାରେ ପୁଅ ରାଜି ହୋଇଥିଲା। ଆଉ କନିଆ ଘର ଲୋକ ଝିଅକୁ ବିଦାୟୀ ଦେଇଥିଲେ। Hasna Zaroori Hai ଟ୍ୱିଟରରେ ଏହି ଭିଡିଓ ଶେୟାର କରିଛି। ୟୁଜର୍ସ ଭିଡିଓଟିକୁ ପସନ୍ଦ କରିଥିବା ବେଳେ ସଙ୍ଗେସଙ୍ଗେ ବରର ବାପା ଯେଭଳି କାର୍ଯ୍ୟାନୁଷ୍ଠା ନେଲେ ତା’ର ପ୍ରଶଂସା କରିଛନ୍ତି।  

Dowry Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ