Advertisment

Viral Video: ବାହା ହେବାକୁ ଯାଉ ଯାଉ ବେକରୁ ଚୋରି ହୋଇଗଲା ଟଙ୍କା ମାଳ ! ତା'ପରେ ଯାହା ହେଲା ..

ସିନେମାରେ ଘଟିଥିବା ଦୃଶ୍ୟ ପରି ଘଟଣାଟି । ବର ବାହାରିଛି ବାହା ହେବାକୁ.. ଠିକ୍ ସେତିକି ବେଳେ ଚୋରି ହୋଇଯାଇଛି ମାଳ । ଆଉ ପୂରା ଫିଲ୍ମ ଷ୍ଟାଇଲ୍‌ରେ ବାହାଘର ଛାଡ଼ି ବର ଛୁ ...

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Groom Ditches Wedding

Groom Ditches Wedding

ବର ଯାଉଛି ବାହା ହେବାକୁ .. ଠିକ୍ ଘୋଡ଼ା ଚଢ଼ୁ ଚଢ଼ୁ ଚୋରି ହୋଇଯାଉଛି ମାଳ । ପୂରା ଫିଲ୍ମ ଷ୍ଟାଇଲ୍‌ରେ ଟଙ୍କା ପକା ହାରକୁ ଲୁଟି ନେଉଛନ୍ତି ଦୁର୍ବୃତ୍ତ । କିନ୍ତୁ ବର ବାହା ବଦଳରେ କ’ଣ କରୁଛି, ଜାଣନ୍ତି କି ଆପଣମାନେ .. ଗୋଡ଼ାଇ ଗୋଡ଼ାଇ ଚୋରକୁ ଧରୁଛି । କେବଳ ଏତିକି ନୁହେଁ, ଏଥିରେ ସଫଳ ମଧ୍ୟ ହେଉଛି । ନିଜ ବାହାଘର ଛାଡ଼ି ଚୋରି ମାଳ ପଛରେ ଗୋଡ଼ାଇବା ଦୃଶ୍ୟ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Advertisment

ସିନେମାରେ ଘଟିଥିବା ଦୃଶ୍ୟ ପରି ଘଟଣାଟି । ବର ବାହାରିଛି ବାହା ହେବାକୁ.. ଠିକ୍ ସେତିକି ବେଳେ ଚୋରି ହୋଇଯାଇଛି ମାଳ । ଆଉ ପୂରା ଫିଲ୍ମ ଷ୍ଟାଇଲ୍‌ରେ ବାହାଘର ଛାଡ଼ି ବର ଛୁ ... ଗୋଡ଼ାଇ ଗୋଡ଼ାଇ ଧରିଛି ଚୋରକୁ । ଘଟଣାଟି ଉତ୍ତର ପ୍ରଦେଶ ମିରଟର ରାଜପଥରେ ଘଟିଛି । ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଚୋରଟି ଗୋଟେ ମିନି ଟ୍ରକ୍‌ର ଡ୍ରାଇଭର୍ । ରାସ୍ତାରେ ବରଯାତ୍ରୀ ଯିବା ବେଳେ ଡ୍ରାଇଭରଟି ବର ବେକରୁ ଟଙ୍କା ମାଳ ଛିଣ୍ତାଇ ଆଣିଥିଲା । ପରବର୍ତ୍ତୀ ସମୟରେ ବର ସାଜିଥିବା ବ୍ୟକ୍ତି ଜଣକ ଡ୍ରାଇଭର୍‌କୁ କାବୁ କରିନେଇଥିଲେ ।

ଅଧିକ ପଢ଼ନ୍ତୁ: ଗିଫ୍ଟ ଦେବା ବେଳେ ଷ୍ଟେଜ୍‌ ଉପରେ ହେଲା ହୃଦଘାତ, ନବଦମ୍ପତିଙ୍କ ସାମ୍ନାରେ ଚାଲିଗଲା ସାଙ୍ଗର ଜୀବନ

Advertisment

ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଯେ, ବର ଜଣକ, ଧୂସର ସୁଟ ଏବଂ ନାଲି ପଗଡି ପିନ୍ଧି ଜଣେ ଯାତ୍ରୀଙ୍କ ବାଇକ ପଛରେ ବସି ମିନି ଟ୍ରକ ପଛରେ ଗୋଡାଉଛନ୍ତି । ଏହା ପରେ ସେ ବାଇକରୁ ଡେଇଁ ମିନି ଟ୍ରକ୍ ଉପରକୁ ଚଢ଼ିବାକୁ ଚେଷ୍ଟା କଲେ । ଭିଡିଓରେ, ବରଟି ଗାଡ଼ିର ଝରକା ବାଟେ ପ୍ରବେଶ କରୁଥିବା ଦେଖାଯାଉଛି ।

କିଛି ସମୟ ପରେ ବର ଡ୍ରାଇଭରକୁ ଗାଡିରୁ ବାହାର କରି ଛେଚୁଥିବାର ଦେଖାଯାଉଛି । ଅନ୍ୟମାନେ ମଧ୍ୟ ପର୍ଯ୍ୟାୟ କ୍ରମେ ଡ୍ରାଇଭର୍‌କୁ ମାଡ଼ ମାରୁଥିବାର ଦେଖିବାକୁ ମିଳୁଛି । ତେବେ ଘଟଣାକୁ ନେଇ ଡ୍ରାଇଭର ଜଣକ କହିଥିଲେ ଯେ, ଚୋରି କରିବାର କୌଣସି ଉଦ୍ଦେଶ୍ୟ ନଥିଲା । ସେ ଏପରି ମଜାରେ କରିଥିବା କହିଥିଲେ । ଭୁଲରେ ଟଙ୍କା ମାଳଟି ହାତକୁ ଆସିଯାଇଛି ବୋଲି ମଧ୍ୟ କହିଥିଲେ ।

ଅଧିକ ପଢ଼ନ୍ତୁ: ଡାକ୍ତରଖାନାରେ ବିଧାୟକଙ୍କ ଜୋତା ଉଠାଇଲେ ନର୍ସ ! ଭିଡିଓ ଭାଇରାଲ୍

Groom Wedding
Advertisment
Advertisment