/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639107885.jpg)
fire golgappa
ବଜାରେ ‘ଫାୟାର ପାନ’ ଚାହିଦା ଅନେକ । କେହି କେହି ଏହି ‘ଫାୟାର ପାନ’ ବି ଖାଇଥିବେ। ଏବେ କିନ୍ତୁ ମାର୍କେଟରେ ମିଳିଲାନି ‘ଫାୟାର ଗୁପଚୁପ’ । ସୋସିଆଲ ମିଡିଆରେ ଏମିତି ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଫାୟାର ଗୁପଚୁପର ସ୍ୱାଦ ଚାଖିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ି ଯାଇଛି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ରାସ୍ତା ପାଖରେ ଏକ ଗୁପଚୁପ ଦୋକାନ ରହିଛି। ଏହି ଦୋକାନରେ ଜଣେ ଯୁବତୀ ଗୁପଚୁପ ଖାଇବା ପାଇଁ ଛିଡ଼ା ହୋଇଛନ୍ତି । ଏହି ସମୟରେ ଦୋକାନୀ ଗୁପଚୁପରେ ଲାଇଟର ସାହାଯ୍ୟରେ ନିଆଁ ଲଗାଉଥିବା ଦେଖିବାକୁ ମିଳୁଛି। ଏହା ପରେ ନିଆଁ ଲାଗିଥିବା ଗୁପଚୁପକୁ ଦୋକାନୀ ସିଧାସଳଖ ଯୁବତୀଙ୍କ ପାଟିରେ ପୂରାଇ ଦେଉଛନ୍ତି।
ଭିଡିଓଟିକୁ ଭଲ କରି ଦେଖିଲେ ଆପଣ ଯୁବତୀଙ୍କ ପ୍ରତିକ୍ରିୟା ସହଜରେ ଜାଣି ପାରିବେ। ଯଦିଓ ଭିଡିଓଟି ବହୁତ ଛୋଟ, ତେବେ ଖାଇବା ପରେ ଯୁବତୀ ବହୁତ ଖୁସି ହୋଇ ଯାଇଥିବା ଜଣାପଡୁଛି । ବର୍ତ୍ତମାନ ଭିଡିଓଟିକୁ ଲୋକମାନେ ଦେଖି ସାରିବା ପରେ ଭିଡିଓଟି କେଉଁଠିକାର ତାହା ଜାଣିବାକୁ ମନ ବଳାଇଛନ୍ତି। ଭିଡିଓ ଅହମ୍ମଦାବାଦର ବୋଲି କୁହାଯାଉଛି ।
ଫାୟାର ଗୁପଚୁପ ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ପ୍ରଶ୍ନ କରିଛନ୍ତି କି ଦୋକାନୀ ଗୁପଚୁପ ପାଣିରେ କିପରି ନିଆଁ ଲଗାଇ ପାରୁଛନ୍ତି । ନଭେମ୍ୱର ୨୬ ରେ କୃପାଲି ପଟେଲ ନାମକ ଜଣେ ଯୁବତୀ ଏହି ଭିଡିଓକୁ ନିଜ ଇନଷ୍ଟ୍ରାଗ୍ରାମରେ ଅପଲୋଡ କରିଛନ୍ତି । ଯାହାକୁ ୫୦ ହଜାରରୁ ଅଧିକ ଲୋକ ଲାଇକ କରି ସାରିଲେଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)