Advertisment

Viral Video: ହିଂସ୍ର ପଶୁଙ୍କ ସହ ନେଉଥିଲେ ସେଲ୍‌ଫି; ପଛରୁ ଧରିଲା ଭାଲୁ

ଆଜିକାଲି ଲୋକଙ୍କୁ ଘାରିଛି ସେଲ୍‌ଫି ନିଶା। କ୍ୟାମେରାରେ ସବୁକିଛି କ୍ୟାପ୍‌ଚର କରିବା ମୋହରେ ଲୋକେ ଅନେକ ବିପଦକୁ ମଧ୍ୟ ସାମ୍ନା କରୁଛନ୍ତି। ଦେଖନ୍ତୁ ଏହି ଭିଡିଓ…

ଅଦ୍ୟତନ ହୋଇଛି
Bear Attack Viral Video

Girl was about to become a victim of bear

Advertisment

ସେଲ୍‌ଫିର ଧାରା ଆଜିକାଲି ଲୋକଙ୍କୁ ପାଗଳ କରିଦେଇଛି। ସେଥିପାଇଁ କ୍ୟାମେରାରେ ସବୁକିଛି କ୍ୟାପ୍‌ଚର କରିବା ମୋହରେ ଲୋକେ ଅନେକ ବିପଦକୁ ମଧ୍ୟ ସାମ୍ନା କରୁଛନ୍ତି। ଏହି ପ୍ରକ୍ରିୟାରେ ଲୋକମାନେ ଭୟଙ୍କର ପ୍ରାଣୀମାନଙ୍କ ସାମ୍ନାରେ ଏତେ କାଜୁଆଲ୍ ହୋଇଯାଉଛନ୍ତି ଯେ ଟିକିଏ ଅସାବଧାନତା ଯେକୌଣସି ସମୟରେ ସେମାନଙ୍କ ଜୀବନ ପ୍ରତି ଭାରି ପଡିପାରେ।

Advertisment

କିଛି ନା କିଛି ବିପଜ୍ଜନକ ଏବଂ ବିରଳ ଜିନିଷକୁ କ୍ୟାପ୍‌ଚର୍ କରିବା ନେଇ, ଲୋକମାନେ ହିଂସ୍ର ପଶୁମାନଙ୍କୁ ମଧ୍ୟ ଖାତିର କରୁ ନାହାନ୍ତି। ଏହି କାରଣରୁ ସେମାନେ ସହଜରେ ସେମାନଙ୍କ ଶିକାର ହେବା ଅନୁମାନ କରାଯାଏ। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବରୀ ସେଲ୍‌ଫି ନେବା ଚକ୍କରରେ ହିଂସ୍ର ପ୍ରାଣୀମାନଙ୍କ ଏତେ ନିକଟତର ହୋଇଗଲେ ଆଉ ଟିକିଏ ଡେରି ହୋଇଥିଲେ ଚାଲିଯାଇଥାନ୍ତା ଜୀବନ।

ଅଧିକ ପଢ଼ନ୍ତୁ: କାଳ ହେଲା ସାପ ସହ ସେଲ୍‌ଫି...ଗୋଟିଏ ଚୋଟରେ ଚାଲିଗଲା ସେଲ୍‌ଫି ମ୍ୟାନ୍‌ଙ୍କ ଜୀବନ

Advertisment

ଇନଷ୍ଟାଗ୍ରାମ ଆକାଉଣ୍ଟ _hasret_kokulum_ରେ ଏହି ଭିଡିଓ ଶେୟାର ହୋଇଛି। ପିଞ୍ଜରା ଭିତରେ କିଛି ଭୟଙ୍କର ପଶୁ ଅଛନ୍ତି। ଏହି ସମୟରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଅଚାନକ ସେ ପିଞ୍ଜରା ପାଖକୁ ଚାଲିଯାଇଥିଲେ। ଏହି ସମୟରେ ଏକ ଭାଲୁ ତା’ର ପଞ୍ଝା ବାହାର କରି ଯୁବତୀଙ୍କୁ ଧରି ପକେଇଲା।

ଭାଗ୍ୟ ଭଲ ସେଠାରେ ଜଣେ ବ୍ୟକ୍ତି ଥିଲେ ଆଉ ସେ ତୁରନ୍ତ ଭାଲୁର ଶିକାରରୁ ତାଙ୍କୁ ରକ୍ଷା କରିଥିଲେ। ଭିଡିଓଟିକୁ ୭୪ ହଜାରରୁ ଅଧିକ ଲାଇକ୍ କରିଛନ୍ତି।

Advertisment

ଭାଇରାଲ ଭିଡିଓରେ ଯୁବତୀ ଜଣଙ୍କ ପିଞ୍ଜରା ଭିତରେ ଥିବା ଦୁଇଟି ଭୟଙ୍କର ପଶୁଙ୍କ ମଧ୍ୟରେ ବସି ସେଲ୍‌ଫି ନେଉଥିଲେ। ସେ ନିଜ କ୍ୟାମେରାରେ ଭାଲୁ ଏବଂ ବାଘଙ୍କ ସହିତ ନିଜକୁ କ୍ୟାପ୍‌ଚର୍ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ତାଙ୍କ ମୁହଁର ହସ ଫିକା ପଡିଗଲା ଯେତେବେଳେ ସେ ଅନୁଭବ କଲେ ଯେ କେହି ତାଙ୍କୁ ପଛରୁ ଟାଣି ନେଉଛି।

ସେଲ୍‌ଫି ସମୟରେ ସେ ପିଞ୍ଜରାରେ ଏତେ ପାଖରେ ପହଞ୍ଚିଗଲେ ଯେ ଏକ ଭାଲୁ ତା’ର ପଞ୍ଝା ବାହାର କରି ତାଙ୍କ ପୋଷାକକୁ ଧରି ନିଜ ଆଡକୁ ଟାଣିବାକୁ ଲାଗିଲା। ଏହା ପରେ ଯୁବତୀଙ୍କ ଅବସ୍ଥା ପୂରା ବିଗିଡି ଯାଇଥିଲା।

ଭାଗ୍ୟ ଭଲ ସେଠାରେ ଥିବା ଜଣେ ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ଟାଣି ଆଣିଥିଲେ ଆଉ ସେ ଭାଲୁ ଶିକାରରୁ ବଞ୍ଚିଯାଇଥିଲେ। ଏପରି କ୍ରେଜ୍ ବେଳେବେଳେ ଜୀବନ ପ୍ରତି ବିପଦ ହୋଇପାରେ, ତେଣୁ କ୍ୟାମେରାରେ ସବୁକିଛି କ୍ୟାପ୍‌ଚର୍‌ ଚେଷ୍ଟାରୁ ବାହାରିଆସିବା ଭଲ।

Viral Video Bear Attack Wild Animals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ