Advertisment

ଷ୍ଟାଇଲ୍‌ ମାରିବା ଚକ୍କରରେ ରେଲିଂ ଭିତରେ ଫଶିଗଲା ‘ପାପା କି ପରୀ’ଙ୍କ ମୁଣ୍ଡ, ତା’ପରେ...

ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବତୀ ରେଲିଂ ଭିତରେ ପଶି ଆରପଟକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ପରେ ତାଙ୍କର ଏହି ଷ୍ଟାଇଲ୍‌ ନିଜ ଉପରେ ହିଁ ଭାରି ପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
girl stuck in railing video goes viral

girl stuck in railing video goes viral

ସାଧାରଣତଃ ଲୋକମାନେ ତରବରିଆ ହୋଇ ରାସ୍ତା ପାର୍‌ ହେଉଥିବା ଦେଖିବାକୁ ମିଳିଥାଏ। ସେମାନଙ୍କର ଏହି ଟିକିଏ ଭୁଲ୍‌ ଯୋଗୁ ଅକାଳରେ ଜୀବନ ଚାଲିଯାଏ। ଏଭଳି ଅନେକ ଘଟଣାରେ କିଛି ଲୋକ ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କ ଜୀବନ ମଧ୍ୟ ବିପଦରେ ପକାଇଥାନ୍ତି। ସୋସିଆଲ୍‌ ମିଡିଆରେ ଏମିତି ଅନେକ ଭିଡିଓ ଟ୍ରେଣ୍ଡ୍‌ କରୁଥିବା ଦେଖିବାକୁ ମିଳିଛି। ବେଳେବେଳେ ଏହା ଆଶ୍ଚର୍ଯ୍ୟ ଲାଗିଥାଏ ତ ଆଉ କେତେବେଳେ ଏହା ଦେଖିଲେ ଆପଣ ହସି ହସି ଗଡ଼ିଯିବେ। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବତୀ ରେଲିଂ ଭିତରେ ପଶି ଆରପଟକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ପରେ ତାଙ୍କର ଏହି ଷ୍ଟାଇଲ୍‌ ନିଜ ଉପରେ ହିଁ ଭାରି ପଡ଼ିଛି।

Advertisment

ଆପଣ ବି ଏହି ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ରାସ୍ତାରେ ରଖା ଯାଇଥିବା ରେଲିଂ ଭିତରେ ପଶି ଯୁବତୀ ଜଣକ ବାହାରିବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କ ମୁଣ୍ଡ ରେଲିଂ ଭିତରେ ପଶି ଯିବା ସହ ଆଉ ବାହାରି ନଥିଲା। ବହୁତ ଚେଷ୍ଟା ସତ୍ତ୍ୱେ ମଧ୍ୟ ଯୁବତୀ ଜଣକ ଏଥିରେ ବିଫଳ ହୋଇଥିଲେ। ଯାହାର ଦୃଶ୍ୟ ମୋବାଇଲରେ କଏଦ ହୋଇଛି। 

Advertisment

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ପରେ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଏ ‘ପାପା କି ପରୀ’ଙ୍କ ନୂଆ କାରନାମା କହୁଥିବା ବେଳେ ଆଉ କିଏ ଭଗବାନ ଜନ୍ମ ଦେଇଛନ୍ତି, ହେଲେ ମୁଣ୍ଡରେ ବୁଦ୍ଧି ଦେଇ ନାହାନ୍ତି ବୋଲି କହିଛନ୍ତି। ଆଉ ଜଣେ ୟୁଜର କହିଛନ୍ତି, ‘ଏବେ ପାପା କି ପରୀ’ଙ୍କ ମୁଣ୍ଡ ଗ୍ରୀଲ୍‌ ଭିତରେ ଫଶିଗଲା।’

Viral Video
Advertisment
Advertisment