Advertisment

Viral Video: କି ଅଜବ ଉପାୟ; କପଡା ଆଇରନ୍‌ରେ କରିଦେଲେ ହେୟାର ଷ୍ଟ୍ରେଟ୍!

ମହିଳାମାନେ ଫ୍ୟାଶନକୁ ନେଇ ଅଜବ ଏକ୍ସପେରିମେଣ୍ଟ୍ କରିଥାନ୍ତି। ଆଜିକାଲି ଏହିପରି ଏକ ଏକ୍ସପେରିମେଣ୍ଟ୍‌ର ଭିଡିଓ ଭାଇରାଲ ହେଉଛି। ଚୁଟିକୁ ସିଧା କରିବାର ଏହି ଅନନ୍ୟ ପଦ୍ଧତି ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।

author-image
Pramod Behera
ଅଦ୍ୟତନ ହୋଇଛି
Girl straightening hair with dress irons goes viral

Girl straightening hair with dress irons goes viral

ଯେତେବେଳେ ଫ୍ୟାଶନ କଥା ଆସେ, ଆମ ଦେଶର ଲୋକମାନେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ବିଶେଷକରି ମହିଳାମାନେ ଫ୍ୟାଶନକୁ ନେଇ ଅଜବ ଏକ୍ସପେରିମେଣ୍ଟ୍ କରିଥାନ୍ତି। ଆଜିକାଲି ଏହିପରି ଏକ ଏକ୍ସପେରିମେଣ୍ଟ୍‌ର ଭିଡିଓ ଭାଇରାଲ ହେଉଛି। ଚୁଟିକୁ ସିଧା କରିବାର ଏହି ଅନନ୍ୟ ପଦ୍ଧତି ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।

Advertisment

ଭାଇରାଲ୍ ଭିଡିଓରେ ଚୁଟିକୁ ସିଧା କରିବା ପାଇଁ ଜଣେ ଯୁବତୀଙ୍କ ଅଜବ ଅନନ୍ୟ ଉପାୟ ଦେଖି କିଛି ଲୋକ ହସୁଥିବାବେଳେ କେହି କେହି ଏମିତି କରିଥିବା ଭୁଲଗୁଡ଼ିକୁ ମନେ ପକଉଛନ୍ତି।

ଏହି ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରାଯାଇଛି, ଯେଉଁଥିରେ ଯୁବତୀ ଜଣଙ୍କ ଏକ ସୁନେଲି ରଙ୍ଗର ଅନାରକଲୀ ସୁଟ୍‌ ପିନ୍ଧିଛନ୍ତି। ଏଥିରୁ ଲାଗୁଛି ବୋଧହୁଏ ସେ କୌଣସି ଏକ ପାର୍ଟୀକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ପାର୍ଟି ପାଇଁ ଉପଯୁକ୍ତ ଲୁକ୍ ପାଇବା ପାଇଁ ସେ ନିଜ ଚୁଟିକୁ ମଧ୍ୟ ଷ୍ଟାଇଲ୍ କରୁଛନ୍ତି। ବୋଧହୁଏ ତାଙ୍କ ପାଖରେ ଚୁଟିକୁ ସିଧା କରିବାକୁ ହେୟାର୍ ଷ୍ଟ୍ରେଟ୍‌ନର୍ ନାହିଁ। ତେଣୁ ସେ ଚୁଟିକୁ ସିଧା କରିବା ନେଇ କପଡା ଇସ୍ତ୍ରୀ ବାଲା ଆଇରନ ବ୍ୟବହାର କରିନେଇଛନ୍ତି।

Advertisment

ଏହି ଭାଇରାଲ୍ ଭିଡିଓରେ ଦେଖାଯାଏ ଯେ ଯୁବତୀ ଜଣକ ଗୋଟିଏ ହାତରେ ନୀଳ କପଡା ଏବଂ ଅନ୍ୟ ହାତରେ ଆଇରନ୍ ଧରିଛନ୍ତି ଆଉ ଏକ ଭିନ୍ନ ଉଅପାୟରେ ତାଙ୍କ ଚୁଟିକୁ ସିଧା କରୁଛନ୍ତି। ଆପଣ କ’ଣ ଏମିତି ଉପାୟ ଦେଖିଛନ୍ତି?

ତେବେ ଏହି ଭିଡିଓକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। ଖବର ଲେଖା ହେବା ବେଳକୁ ଏହି ଭିଡିଓକୁ ସୋସିଆଲ ମିଡିଆରେ ୯୦ ମିଲିୟନରୁ ଅଧିକ ଥର ଦେଖାଯାଇଥିବାବେଳେ ପାଖାପାଖି ୧୨ ଲକ୍ଷରୁ ଏହାକୁ ପସନ୍ଦ କରିଛନ୍ତି। ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି, 'ମୁଁ ଏମିତି କରିବା ସମୟରେ ମୋର ଚୁଟି ପୋଡି ଦେଇଛି।' ଅନ୍ୟ ଜଣେ ଲେଖିଛନ୍ତି, 'ଏହା ମୋ ପତ୍ନୀଙ୍କ ଦୈନିକ ଡ୍ରାମା।' ତୃତୀୟ ଜଣଙ୍କ ଲେଖିଛନ୍ତି, ‘୯୦ ଦଶକର ଲୋକମାନେ ଏହା ବୁଝିପାରିବେ, ମୋ ଭଉଣୀ ଏମିତି କରୁଥିଲେ।’

Viral Video Ajab Gajab 'Desi Jugad' Fashion Tips
Advertisment
Advertisment