ବାୟା କରିଛି ସୋସିଆଲ ମିଡିଆ ! ଭ୍ୟୁ ପାଇଁ କଞ୍ଚା ଚିକେନ୍‌ ଲିଭର ଖାଇଲେ ଯୁବତୀ...

କଥାରେ ଅଛି ନା, ଯୋ ଦିଖ୍‌ତା ହେ ୱ ବିକ୍‌ତା ହେ । ଆଜି ଆମେ ଆପଣ ଏମିତି ହିଁ କିଛି କାହାଣୀ କହିବୁ, ଯାହା ଆପଣଙ୍କୁ ଚମକେଇଦେବ ।

Girl Ate Raw Chicken Liver

କରୋନା ମହାମାରୀ ପରେ ଲୋକମାନେ ଖାଦ୍ୟ ଏବଂ ପାନୀୟ କ୍ଷେତ୍ରରେ ଅଧିକ ସତର୍କ ହୋଇଛନ୍ତି । ଦର ସିଜା ଖାଦ୍ୟ ବା ଅଧା ରନ୍ଧା ଖାଦ୍ୟ ଖାଇବାକୁ ଆଉ ଭଲ ପାଉନାହାନ୍ତି । ଅର୍ଥାତ୍‌ ଯେଉଁ ଖାଦ୍ୟ ଭଲ ଭାବେ ରନ୍ଧା ଯାଇନଥିବ ବା ସିଝି ନଥିବ ତାକୁ ଲୋକେ ଖାଇବାକୁ ଆଉ ପସନ୍ଦ କରୁନାହାନ୍ତି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏବେ ବି ଦର ସିଝା ଖାଇବାକୁ ପସନ୍ଦ କରନ୍ତି । ଏହି ଖାଦ୍ୟ ଆମ ଶରୀର ପାଇଁ ହାନୀକାରକ ହୋଇଥାଏ । ଏହି ଖାଦ୍ୟକୁ ଆମ ଶରୀର ହଜମ ନକରିପାରିବା ସହ ଏଥିରୁ ନ୍ୟୁଟ୍ରେଣ୍ଟସ ମଧ୍ୟ ସଂଗ୍ରହ କରିପାରି ନଥାଏ ।

A Girl Food Blogger Ate Raw Chicken Liver

ହେଲେ କିଛି ଲୋକ ଏମିତି ଥାନ୍ତି, ଯେଉଁମାନେ ସୋସିଆଲ ମିଡିଆରେ ସାମାନ୍ୟ ଭ୍ୟୁ ପାଇଁ କଞ୍ଚା ମାଂସ ବି ଖାଇଥାନ୍ତି । କାରଣ ଏବେ ସୋସିଆଲ ମିଡିଆର ଯୁଗ ଚାଲିଛି । ସୋସିଆଲ ମିଡିଆରେ ଯାହାକୁ ଲୋକ ପସନ୍ଦ କଲେ ସେ ହିରୋ । କଥାରେ ଅଛି ନା, ଯୋ ଦିଖ୍‌ତା ହେ ୱ ବିକ୍‌ତା ହେ । ତେବେ ଆଜି ଆମେ ଆପଣ ଏମିତି ହିଁ କିଛି କାହାଣୀ କହିବୁ, ଯାହା ଆପଣଙ୍କୁ ଚମକେଇଦେବ ।

ନିକଟରେ ଜଣେ ଯୁବତୀ ସୋସିଆଲ ମିଡିଆରେ କଞ୍ଚା ମାଂସ ବା ଲିଭର ଖାଉଥିବା ଦେଖିବାକୁ ମିଳିଥିଲା । ଆଜ୍ଞା ହଁ କଥାଟା ସତ । ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଯୁବତୀ ଜଣକ ସମ୍ପୂର୍ଣ୍ଣ କଞ୍ଚା ଲିଭରକୁ ଚୋବାଇ ଖାଇ ଦେଉଛନ୍ତି । ବିଶେଷଜ୍ଞମାନେ କଞ୍ଚା ଚିକେନ୍ ଖାଇବାକୁ ମନା କରିଥାନ୍ତି । କାରଣ କଞ୍ଚା ଚିକେନ୍‌ ଖାଇଲେ ଅନେକ ପ୍ରକାର ରୋଗ ହେବାର ସମ୍ଭାବନା ଅଛି । ଏଥିରେ Salmonella, Campylobacter, E. coli ଭଳି ରୋଗ ସାମିଲ ରହିଛି । ଏହା ବ୍ୟତୀତ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଜଟିଳତା ମଧ୍ୟ ଦେଖାଦେଇଥାଏ । ଏସବୁ ସତ୍ତ୍ୱେ ବି ଯୁବତୀ ଜଣକ କଞ୍ଚା ଲିଭର ଚୋବାଇ ଖାଇଲେ ।

(Girl Food Blogger Ate Raw Chicken Liver)

ଫେମସ ହେବାକୁ ଏମିତି କଲେ

ମାଲେସିଆରେ ରହୁଥିବା ଏହି ଯୁବତୀ ଜଣକ ଭିଡିଓ ପ୍ରସ୍ତୁତ କରି ଟିକ୍‌ଟକ୍‌ ରେ ସେୟାର କରିଥିଲେ । ଏଥିରେ ଯୁବତୀ କଞ୍ଚା ଚିକେନ୍ ଲିଭର ଖାଉଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ଅନେକ ଲୋକଙ୍କ ଭୋକ ମରିଗଲା । ସେ ଭିଡିଓ ପୋଷ୍ଟ କରିବା ସହିତ କ୍ୟାପସନରେ ଲେଖିଛନ୍ତି ଯେ, ‘ଏହା ମୋର ପ୍ରିୟ ଖାଦ୍ୟ । ଆଉ କାହାକୁ କଞ୍ଚା ଲିଭର ଖାଇବାର ଅଛି କି ?

(Girl Food Blogger Ate Raw Chicken Liver)

ଲୋକମାନେ କଲେନି ପସନ୍ଦ 

ଯୁବତୀଙ୍କ ଏହି ଭିଡିଓକୁ ଲୋକମାନେ ବିଶେଷ ଭାବେ ପସନ୍ଦ କରି ନାହାନ୍ତି । ଏଭଳି ଫୁଡ୍‌ ଭିଡିଓ ବୋଧ ହୁଏ କେହି ଦେଖିବାକୁ ଚାହିଁବ ନାହିଁ । ଅନେକ ଲୋକ ଯୁବତୀଙ୍କ ଏଭଳି ଆଚରଣ ପାଇଁ ନାନା ସମାଲୋଚନା କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଏଭଳି ଯୁବତୀଙ୍କୁ ଗୁଣିଆ ପାଖକୁ ନେଇ ଚିକିତ୍ସା କରିବା କଥା । କାରଣ ୟାଙ୍କ ଦେହରେ ଭୁତ ଲାଗିଛି । ଅନ୍ୟପଟେ କିଛି ୟୁଜର ଯୁବତୀଙ୍କୁ ଏଭଳି ଖାଦ୍ୟଠାରୁ ନିବୃତ୍ତ ରିହିବାକୁ ପରାମର୍ଶ ଦେଇଛନ୍ତି । କଞ୍ଚା ମାଂସ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ମଧ୍ୟ ଅନେକ ୟୁଜର କହିଛନ୍ତି । ଏହା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ଜାତ ହୁଏ ।