• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଅର୍ଥାତ୍‌ ଭଗବାନ ଯାହାକୁ ରକ୍ଷା କରିବେ କେହି କିଛିବି ତାଙ୍କର କ୍ଷତି ପହଞ୍ଚାଇ ପାରିବେ ନାହିଁ । ପ୍ରାୟ ୨ ସପ୍ତାହ ଧରି ନିଖୋଜ ଥିବା ଜଣେ ମତ୍ସଜୀବୀଙ୍କୁ ଜୀବନ୍ତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର କରାଯାଇଛି । ଏକ ଜୀବନ ରକ୍ଷାକାରୀ ଛୋଟ ଡଙ୍ଗା ଭିତରୁ କିଛି ବ୍ୟକ୍ତିଙ୍କ ସହାୟତାରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । 

ସୂଚନା ଅନୁସାରେ, ଗ୍ରେସ୍‌ ହାର୍‌ବର୍‌ କାଉଣ୍ଟିରେ ଥିବା ୱେଷ୍ଟ୍‌ପୋର୍ଟରୁ ଛାଡ଼ିଥିବା ଏକ ଜାହାଜରେ ସମ୍ପୃକ୍ତ ମତ୍ସଜୀବୀ ଥିଲେ । ଯେଉଁଦିନ ନିଖୋଜ ହେଲେ, ଏହାର ୩ ଦିନ ପରେ ତାଙ୍କର ଫେରିବାର ଥିଲା ।

କିନ୍ତୁ ପ୍ରାୟ ୨ ସପ୍ତାହ ଧରି ମତ୍ସଜୀବୀଙ୍କ କୌଣସି ପତ୍ତା ମିଳିପାରିନଥିଲା । ଶେଷରେ ୧୪ ଦିନ ପରେ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ । ସେତେଦିନ ଯାଏ ସେମିତି ସେ ଡଙ୍ଗାରେ ଗଭୀର ସମୁଦ୍ରରେ ଥିଲେ । ତାଙ୍କୁ ବଞ୍ଚାଇବାକୁ କେହି ଥିଲେ ନା ଖାଇବା ପାଇଁ ତାଙ୍କ ପାଖରେ କିଛି ଥିଲା । ଭୋକ ଉପାସରେ ସେମିତି ସେ ଡଙ୍ଗା ଭିତରେ ଥିଲେ । 

କିଛିଦିନ ପୂର୍ବେ ଏହି ପୋଷ୍ଟକୁ USCG Pacific Northwest ପକ୍ଷରୁ ଶେୟାର କରାଯାଇଥିଲା । ଯାହା ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । 

କେମିତି ଉଦ୍ଧାର ହେଲେ ମତ୍ସଜୀବୀ ? 

ଅନ୍ୟ ଏକ ଡଙ୍ଗାରେ ଯାତ୍ରା କରୁଥିବା କିଛି ବ୍ୟକ୍ତି ଦେଖିବାକୁ ପାଇଥିଲେ ଯେ, ସମୁଦ୍ରରେ ଏକ ଜୀବନ ରକ୍ଷାକାରୀ ଛୋଟ ଡଙ୍ଗାଟି ଭାସୁଛି । ଏଥିରେ କେହି ଜଣେ ବ୍ୟକ୍ତି ଥାଇପାରନ୍ତି ବୋଲି ସେମାନେ ଅନୁମାନ କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ସେମାନେ ଉଦ୍ୟମ କରିଥିଲେ । ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର ମଧ୍ୟ କରିଥିଲେ । ଉଦ୍ଧାର ପରେ ମତ୍ସଜୀବୀ ଜଣକ ସେମାନଙ୍କୁ ଆଲିଙ୍ଗନ କରି ଭାବପ୍ରବଣ ହୋଇ ଧନ୍ୟବାଦ ଜଣାଇଥିଲେ ।