/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751285905.jpg)
Firozabad couple caught romancing on speeding bike
ପ୍ରେମରେ ପାଗଳ ହେବାର ଅନେକ ଉଦାହରଣ ଆପଣ ଜାଣିଥିବେ, କିନ୍ତୁ ଫିରୋଜାବାଦର ଏହି ଯୋଡିଙ୍କ ପ୍ରେମ ସବୁକୁ ଟପିଯିବ। ଏହା କୌଣସି ଫିଲ୍ମ ସୁଟିଂ ଠାରୁ ବି କମ ନୁହେଁ। ସେମାନେ ସବୁ ଲାଜ-ସରମ ଭୁଲି ଯାଇଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଏକ ପ୍ରେମୀ ଯୁଗଳ ଏକ ଚଳନ୍ତା ବାଇକ୍କୁ 'ରୋମାନ୍ସ ଜୋନ୍'ରେ ପରିଣତ କରିଦେଇଛନ୍ତି। ଏହି ଦୃଶ୍ୟ ଏତେ ବିପଦପୂର୍ଣ୍ଣ ଯେ ଦେଖଣାହାରୀମାନେ ମଧ୍ୟ ଭୟଭୀତ ହୋଇଯାଇଛନ୍ତି।
ଏହି ଭିଡିଓଟି ଫିରୋଜାବାଦ ଜିଲ୍ଲାର ଜାତୀୟ ରାଜପଥର। ରାତି ପ୍ରାୟ ୧୦ଟା ସମୟରେ ଜଣେ ପଥଚାରୀ ଏହି ଭିଡିଓଟିକୁ ସୁଟ୍ କରିଥିଲେ। ଯେତେବେଳେ ଏହି ଯୋଡି ରାଜରାସ୍ତାରେ ଖୁବ୍ ଦ୍ରୁତ ଗତିରେ ବିପଦପୂର୍ଣ୍ଣ ଭାବରେ ବାଇକ୍ ଚଲାଉଥିଲେ ସେତେବେଳେ ଏହି ସୁଟିଂ ହୋଇଛି। ଏଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଯୁବତୀ ଜଣଙ୍କ ଚଳନ୍ତା ବାଇକ୍ର ଟାଙ୍କି ଉପରେ ଶୋଇଛି ଆଉ ଯୁବକ ଜଣଙ୍କ ବାଇକ୍ ଚଲାଉଛି।
ଅଧିକ ପଢ଼ନ୍ତୁ: ରାସ୍ତା ଉପରେ ରୋମାନ୍ସ; ଯୁବକଙ୍କ କୋଳରେ ବସିଛି ସୁନ୍ଦରୀ, ଦ୍ରୁତ ଗତିରେ ଯାଉଛି ବାଇକ୍
ଦୁହେଁ ହାଇୱେରେ ବିନା ହେଲ୍ମେଟ୍ରେ ରୋମାନ୍ସ କରୁଛନ୍ତି ଯେପରି ରାସ୍ତାଟି ସେମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି। ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଆଉ କହୁଛନ୍ତି ଯେ ଏହା ବଡ ଭୁଲ ଏବଂ ବିପଦପୂର୍ଣ୍ଣ, କିନ୍ତୁ ଏହି ପ୍ରେମୀ ଯୁଗଳ ତାଙ୍କୁ ଅଣଦେଖା କରିଛନ୍ତି ଏବଂ ଓଲଟା ଏଥିରେ ମୁଣ୍ଡ ନ ପୂରେଇ ନିଜ କାମ କରିବାକୁ ପରାମର୍ଶ ଦେଇଛନ୍ତି।
ରିପୋର୍ଟ ଅନୁସାରେ, ଏହି ବାଇକ୍ ଫିରୋଜାବାଦରୁ ଆଗ୍ରା ଯାଉଛି। ଭିଡିଓଟି ସୋସିଆଲ୍ ମିଡିଆକୁ ଆସିବା ମାତ୍ରେ ଭାଇରାଲ୍ ହେବାରେ ଳାଗିଛି ଏବଂ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିସାରିଛନ୍ତି। ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ନିଜର କ୍ରୋଧ ପ୍ରକାଶ କରିଛନ୍ତି।
आगरा–कानपुर नेशनल हाईवे पर कपल के रोमांस का Video –
जिला फिरोजाबाद में रात 10 बजे के वक्त लड़का–लड़की चलती हुई बाइक पर ऐसे बैठे नजर आए। लड़की तेल की टंकी पर लेटी हुई थी और लड़का बाइक ड्राइव कर रहा था। किसी राहगीर ने Video बना लिया।
ब्रज भाषा में Conversation सुनिए इनका... pic.twitter.com/L23FroQi27
— Sachin Gupta (@SachinGuptaUP) June 28, 2025
ଜଣେ ଲେଖିଛନ୍ତି - ରାସ୍ତାକୁ ରୋମାନ୍ସ ଜୋନ୍ କର ନାହିଁ ଭାଇ, ପ୍ରେମ ତା' ଜାଗାରେ ଠିକ ଅଛି। ଆଉ ଜଣେ କହିଛନ୍ତି - ଏହା ଉପରେ ଭାରି ଜରିମାନା ଲଗାନ୍ତୁ, ଯାହା ଦ୍ୱାରା ପରବର୍ତ୍ତୀ ସମୟରେ କେହି ଏପରି କାମ କରିବା ପୂର୍ବରୁ ଶହେ ଥର ଭାବିବେ।
ଭିଡିଓଟି ଭାଇରାଲ୍ ହେବା ମାତ୍ରେ ଫିରୋଜାବାଦ ପୋଲିସ ଏହାକୁ ଗମ୍ଭୀରତାର ସହ ନେଇ ଭିଡିଓର ତଦନ୍ତ ଆରମ୍ଭ କରିଛି। ପୋଲିସ୍ କହିଛି ଯେ ଏହି ଯୋଡିଙ୍କୁ ଚିହ୍ନଟ କରି ଖୁବ୍ ଶୀଘ୍ର ଧରାଯିବ ଏବଂ ମୋଟର ଯାନ ଆଇନ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅଧିକ ପଢ଼ନ୍ତୁ: ଉଚ୍ଚ ବେଗରେ ଯାଉଛି ବାଇକ୍, ସର୍ବସାଧାରଣରେ ବାଇକ୍ ଉପରେ ଚାଲିଛି ରୋମାନ୍ସ
Viral Video: ଉଚ୍ଚ ବେଗରେ ଯାଉଛି ବାଇକ୍, ସର୍ବସାଧାରଣରେ ବାଇକ୍ ଉପରେ ଚାଲିଛି ରୋମାନ୍ସ

Viral Video: ଚଳନ୍ତା ବାଇକ୍ରେ ରୋମାଣ୍ଟିକ୍ ହେଲେ ପ୍ରେମୀ ଯୁଗଳ; କଲେ ଏମିତି କାରନାମା

Romantic Bike Stunt: ରାସ୍ତା ଉପରେ ରୋମାନ୍ସ; ଯୁବକଙ୍କ କୋଳରେ ବସିଛି ସୁନ୍ଦରୀ, ଦ୍ରୁତ ଗତିରେ ଯାଉଛି ବାଇକ୍

Viral Video: ଚଳନ୍ତା ବାଇକ୍ରେ ରୋମାଣ୍ଟିକ୍ ହେଲେ ଦୁଇ ଝିଅ; କଲେ ଚୁମ୍ବନ ଆଉ ଆଲିଙ୍ଗନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)