Advertisment

ୱିଣ୍ଡୋ ସିଟ୍ ନମିଳିବାରୁ ସହଯାତ୍ରୀଙ୍କୁ ପିଟିଲେ ମହିଳା,୨ ଘଣ୍ଟା ବିଳମ୍ବରେ ଛାଡ଼ିଲା ବିମାନ...

ବସ୍‌ରେ ୱିଣ୍ଡୋ ସିଟ୍ ପାଇବା ପାଇଁ ଦୁଇ ପାସେଞ୍ଜର ଝଗଡ଼ା ଲାଗିବା କଥା ଆପଣ ନିଶ୍ଚୟ ଶୁଣିଥିବେ। ଟ୍ରେନ୍‌ରେ ମଧ୍ୟ ଏମିତି ଘଟଣା କିଛି ନୂଆ ନୁହେଁ ।  କିନ୍ତୁ ବିମାନରେ ଏମିତି ଘଟଣା ଘଟିବା ଏବଂ ଏଥିପାଇଁ ବିମାନ ୨ ଘଣ୍ଟା ବିଳମ୍ବରେ ଛାଡ଼ିବା କଥା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Flight Viral Video

Fight Breaks Out Over Window Seat In Flight

ବସ୍‌ରେ ୱିଣ୍ଡୋ ସିଟ୍ ପାଇବା ପାଇଁ ଦୁଇ ପାସେଞ୍ଜର ଝଗଡ଼ା ଲାଗିବା କଥା ଆପଣ ନିଶ୍ଚୟ ଶୁଣିଥିବେ। ଟ୍ରେନ୍‌ରେ ମଧ୍ୟ ଏମିତି ଘଟଣା କିଛି ନୂଆ ନୁହେଁ । କିଛି ଲୋକ ୱିଣ୍ଡୋ ସିଟ୍ ପାଇଁ ଅଯଥା ଗଣ୍ଡଗୋଳ କରିଥାନ୍ତି। କିନ୍ତୁ ବିମାନରେ ଏମିତି ଘଟଣା ଘଟିବା ଏବଂ ଏଥିପାଇଁ ବିମାନ ୨ ଘଣ୍ଟା ବିଳମ୍ବରେ ଛାଡ଼ିବା କଥା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। 

Advertisment

ଅଧିକ ପଢ଼ନ୍ତୁ: Vistara ଫ୍ଲାଇଟରେ ବୋବାଲ୍; ବିମାନ ଭିତରେ ପୋଷାକ ଖୋଲି କ୍ୟାବିନ୍‌ କ୍ରୁ ସହ ମାରପିଟ୍‌ କଲେ ମହିଳା

ଜଣେ ମହିଳା ତାଙ୍କ ପୁଅକୁ ନେଇ ବିମାନରେ ଯାଉଥାନ୍ତି। ତେବେ ସେ ତାଙ୍କ ଦିବ୍ୟାଙ୍ଗ ପୁଅ ପାଇଁ ୱିଣ୍ଡୋ ସିଟ୍ ଯୋଗାଡ଼ କରିବାକୁ ସେଇ ବିମାନରେ ଯାତ୍ରା କରୁଥିବା ଅନ୍ୟ ଜଣେ ସହଯାତ୍ରୀଙ୍କୁ ଅନୁରୋଧ କଲେ। ସିଟ୍ ଏକ୍ସଚେଞ୍ଜ କରି ସେ ସାଇଡ୍ ମାଗିବାରୁ ସଂପୃକ୍ତ ଯାତ୍ରୀ ଜଣଙ୍କ ସଫା ସଫା ମନା କରିଦେଇଥିଲେ। ଏହା ଶୁଣିବା ପରେ ସେ ଭୀଷଣ ରାଗିଯାଇ ପାଟିତୁଣ୍ଡ କରିବା ଆରମ୍ଭ କରିଦେଲେ। ଏପରିକି ସେ ସହଯାତ୍ରୀଙ୍କୁ ଟଣାଓଟରା କରିବା ସହ ମାଡ଼ ମାରିବା ଭିଡିଓ ଏବେ ଭାଇରାଲ ହେଉଛି। 

Advertisment

ଏକ ଛୋଟିଆ ଘଟଣାକୁ ନେଇ ବିମାନ ଭିତରେ ହାତାହାତି ସମସ୍ତଙ୍କୁ ତାଜୁବ୍ କରୁଛି। ବ୍ରାଜିଲ୍‌ର ଗୋଲ୍ ଏୟାରଲାଇନ୍ସରେ ଏଭଳି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି। ଏହି ଘଟଣାରେ ସହଯାତ୍ରୀଙ୍କ ପରିବାର ଲୋକ ହସ୍ତକ୍ଷେପ କରିବାରୁ ସେମାନଙ୍କୁ ମଧ୍ୟ ସଂପୃକ୍ତ ମହିଳା ମାଡ଼ ମାରିଥିଲେ।

ଏଭଳି କାଣ୍ଡ ଭିଆଇ ସେ ବିମାନ କର୍ମଚାରୀଙ୍କ ସହଯୋଗ ଲୋଡ଼ିଥିଲେ ମଧ୍ୟ ବିମାନ କର୍ମଚାରୀମାନେ କ’ଣ କରିବେ କିଛି ବୁଝିପାରନଥିଲେ। ଏଭଳି କାଣ୍ଡକାରନାମା ଭିତରେ ଅନ୍ୟ ଯାତ୍ରୀମାନେ ଏଥିରେ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିଥିଲେ ଏବଂ ୨ ଘଣ୍ଟା ବିଳମ୍ବ ବିମାନ ଛାଡ଼ିଥିଲା। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।  

Viral Video
Advertisment
Advertisment