Advertisment

ପୁଅ ରାତିସାରା ଖେଳୁଥିଲା ଭିଡିଓ ଗେମ୍; ବାପା ନେଲେ ଏମିତି ପଦକ୍ଷେପ…

ଭିଡିଓ ଗେମ୍ ହାତରେ ପଡିଲେ ଦିନରାତି ଜଣାପଡୁ ନଥିଲା। ସବୁକିଛି ଭୁଲି ପୁଅ ବସିଯାଉଥିଲା ଏଇ ନିଶାରେ। ସାବାଡ୍ କରିବା ପାଇଁ ବାପା ନେଲେ ଏମିତି ପଦକ୍ଷେପ। ଖେଳିବା ତ ଛାଡ ପୁଅ ବିଳମ୍ବିତ ରାତିଯାଏ ଅନିଦ୍ରା ବି ହୋଇପାରୁନି।

ଅଦ୍ୟତନ ହୋଇଛି
Father Installed CCCTV Camera In Teenage Son Room

Father installed cctv camera in teenage son room

Advertisment

ଆଜିର ପିଲାମାନଙ୍କ ପାଖରେ କେବଳ ଗୋଟିଏ ସମସ୍ୟା। ତାହା ହେଉଛି, ଯଦି ସେମାନଙ୍କୁ ଭିଡିଓ ଗେମ୍ ମିଳିଗଲା, ତେବେ ସେମାନେ ସବୁକିଛି ଛାଡିଦିଅନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ। ଦିନରାତି କିଛି ବି ତାଙ୍କୁ ଜଣାପଡେନି। ଏଭଳି ପରିସ୍ଥିତିରେ ସେମାନଙ୍କ ଉପରେ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ।

Advertisment

ଏଭଳି କ୍ଷେତ୍ରରେ ସେମାନଙ୍କୁ ସୁଧାରିବା ପାଇଁ ଅଭିଭାବକମାନଙ୍କୁ କଠୋର ପଦକ୍ଷେପ ନେବାକୁ ପଡେ। ବେଳେବେଳେ ପିତାମାତାଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକ ଏତେ ସଠିକ୍‌ ହୁଏ ଯେ ସେମାନଙ୍କୁ ଦେଖିବା ପରେ ଲାଗେ ଯେ ବାପା-ବାପା ହୋଇଥାଏ, ଏବଂ ପୁଅ-ପୁଅ ହିଁ!

ଅଧିକ ପଢ଼ନ୍ତୁ: ଶିଶୁ-ଯୁବ ଗୋଷ୍ଠିଙ୍କୁ ବାୟା କରୁଛି ମୋବାଇଲ ଗେମ୍, ୟୁଜର୍ସ ସଂଖ୍ୟା ବୃଦ୍ଧିରେ ଦେଶରେ ୧ ନମ୍ବର ଓଡ଼ିଶା

Advertisment

ନିକଟରେ ସୋସିଆଲ୍ ମିଡିଆ ରେ ଜଣେ ପିଲା ନିଜର ଯନ୍ତ୍ରଣାକୁ ଶେୟାର କରିଛନ୍ତି। ଲୋକଙ୍କ ସହ ବାଣ୍ଟିଛନ୍ତି। R / IndianTeenagers / ନାମକ ଏକ ରେଡିଟ୍ ଚ୍ୟାନେଲରେ ଜଣେ ଯୁବକ କହିଛନ୍ତି ଯେ ସେ ରାତିସାରା ନିଜ କୋଠରୀରେ ଭିଡିଓ ଗେମ୍ ଖେଳୁଥିଲେ। ଏହା ଦେଖି ତାଙ୍କ ବାପା ଏକ କଠିନ ଆଉ ଚତୁର ପଦକ୍ଷେପ ନେଇଥିଲେ। ଏହା ପରେ ଖେଳିବା ତ ବହୁ ଦୂରର କଥା, ବିଳମ୍ବିତ ରାତିଯାଏ ସେ ଅନିଦ୍ରା ହୋଇପାରୁ ନାହାନ୍ତି।

ପିଲା ଜଣଙ୍କ ଲେଖିଛନ୍ତି- “ଯେଉଁ ଯୁବକମାନେ ଭାବନ୍ତି ଯେ ସେମାନଙ୍କ ବାପାମାଆ ସେମାନଙ୍କୁ ପ୍ରାଇଭେସୀ ଦେଉ ନାହାନ୍ତି, ସେମାନଙ୍କୁ ମୁଁ କହିଦିଏ ଯେ ମୋ ରୁମ୍‌ରେ ଏକ ସିସିଟିଭି କ୍ୟାମେରା ଲଗାଯାଇଛି। ଏହା ପରେ ସେ ଜଣକ କମେଣ୍ଟ ସେକ୍ସନ୍‌ରେ ନିଜର ଅତୀତର କିଛି କଥା କହିଛନ୍ତି।

Advertisment

ସେ କହିଛନ୍ତି ଯେ ପ୍ରାୟ ୧ ବର୍ଷ ପୂର୍ବେ, ୩ ଘଣ୍ଟା ପଢିବା ପରେ ସେ ତାଙ୍କ ଭାଇଙ୍କ ରୁମ୍‌ରେ ଭିଡିଓ ଗେମ୍ ଖେଳୁଥିଲେ। ରାତି ବହୁତ ହୋଇଯାଇଥିଲା। ହଠାତ୍ ବାପା ତାଙ୍କୁ ଏପରି କରୁଥିବା ଦେଖିଲେ। ତାଙ୍କୁ ଲାଗିଲା ଯେ ସେ ସବୁଦିନ ଏମିତି କରୁଛି ବୋଲି। ବାପା ପୁଣିଥରେ ଦେଖିଲେ ଯେ ସେ ତାଙ୍କ ଜନ୍ମଦିନରେ ଭିଡିଓ ଗେମ୍ ଖେଳୁଥିଲେ। ତେଣୁ ଜନ୍ମଦିନର ଦୁଇ ଦିନ ପରେ ବାପା ପୁଅର ରୁମ୍‌ରେ ଏକ ସିସିଟିଭି କ୍ୟାମେରା ଲଗାଇଦେଲେ।

ପିଲା ଜଣକ କୁହନ୍ତି ଯେ ସେ ଶ୍ରେଣୀର ଶ୍ରେଷ୍ଠ ୧୦ ପିଲାଙ୍କ ମଧ୍ୟରେ ଅଛନ୍ତି। ତାଙ୍କ ବାପା ଜାଣନ୍ତି ଯେ ସେ ଘରେ ପାଠ ପଢନ୍ତି, କିନ୍ତୁ ଏହା ପରେ ମଧ୍ୟ ତାଙ୍କ ସହ ଏମିତି କରାଯାଇଥିଲା। କମେଣ୍ଟ ବକ୍ସରେ ଅନେକ ଲୋକ ଯୁବକଙ୍କୁ ପରିହାସ କରିଛନ୍ତି ଏବଂ ତାଙ୍କୁ ଅଜବ ଉପଦେଶ ଦେଉଛନ୍ତି।
ପିଲାଜଣଙ୍କ ମଧ୍ୟ ଏକ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଯେତେବେଳେ ସ୍କୁଲ ଛାଡି କଲେଜ ଯିବେ ବେସ୍‌ବଲ୍‌ ବ୍ୟାଟ୍ ଦ୍ୱାରା ସେହି କ୍ୟାମେରାକୁ ଭାଙ୍ଗିଦେବେ। ସେ କହିଛନ୍ତି ଯେ ସେ କିପରି କ୍ୟାମେରା ତଳେ ଏକ ଗୁପ୍ତ ସ୍ଥାନ ପାଇଯାଇଛନ୍ତି ଯେଉଁଠାରେ ସେ ଲୋକଙ୍କ ସହ କଥାବାର୍ତ୍ତା କରନ୍ତି ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାମ ମଧ୍ୟ କରନ୍ତି।

Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ