/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712765359.jpg)
Sleeping Thief
ଆପଣମାନେ ବିଭିନ୍ନ ପ୍ରକାର ଚୋର ଦେଖିଥିବେ। କିନ୍ତୁ ଆଜି ଆମେ କହିବୁ ଜଣେ ଏମିତି ଚୋର ବିଷୟରେ ଯିଏ ଶୋଇ ଶୋଇ କି ଲୁଟ୍ କରୁଛି ଓ ଟାର୍ଗେଟ ସରିଗଲା ପରେ ଉଠି ଚାଲିଯାଉଛି। ଏହି ଚୋରକୁ କୁହାଯାଉଛି ସ୍ଲିପିଂ ଥିଫ୍ ବା ନିଦୁଆ ଚୋର।
ସାଧାରଣ ଭାବେ ଭିଡ଼ ସ୍ଥାନ ଯେପରିକି ବସ୍ ଷ୍ଟାଣ୍ଡ ହେଉ କି ରେଳଷ୍ଟେସନ । ଏଇଯାଗା ଗୁଡିକୁ ଟାର୍ଗେଟ କରିଥାନ୍ତି ଚୋରମାନେ। ଭିଡ଼ର ସୁଯୋଗ ନେଇ ହାତ ସଫାଇ କରନ୍ତି ଓ ଲୋକଙ୍କ ଜିନିଷ ଲୁଟି ପଳାଇ ଯାନ୍ତି। ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ମଥୁରା ରେଳଷ୍ଟେସନରେ। ଯେଉଁଠି ପ୍ଲାଟଫର୍ମରେ ଶୋଇଥିବାବେଳେ ଲୋକଙ୍କ ଜିନିଷ ଚୋରି କରୁଛି ଚୋର ।
ସିସିଟିଭି ଫୁଟେଜରା ପୂରା ସ୍ପଷ୍ଟ ଭାବେ ଜଣାପଡ଼ୁଛି ଚୋରି । କିଭଳି ଭାବେ ଚୋର ଜଣଙ୍କ ଲୋକଙ୍କ ସହ ଭିଡ଼ରେ ଶୋଇ ରହୁଛି। ସମୟ ସୁବିଧା ଦେଖି ପାଖରେ ଶୋଇଥିବା ଲୋକଙ୍କ ପକେଟରୁ ମୋବାଇଲ, ଟଙ୍କା ଓ ଅନ୍ୟ ମୂଲ୍ୟବାନ ଜିନିଷ ଲୁଟ୍ କରି ଉଠି ଚାଲିଯାଉଛି। ଷ୍ଟେସନରେ ଚୋରି ନେଇ ଯାତ୍ରୀମାନଙ୍କଠାରୁ ଅନେକ ଅଭିଯୋଗ ପାଇବା ପରେ ପୋଲିସ ସତର୍କ ହୋଇଥିଲା। ସିସିଟିଭି ଫୁଟେଜ ଯାଂଚ ପରେ ସାମ୍ନାକୁ ଆସିଛି ଏହି ଘଟଣା। ଯାହାକୁ ନେଇ ଲୋକଙ୍କୁ ସତର୍କ କରିଛି ଜିଆରପି।
ତେଣେ ସିସିଟିଭି ଫୁଟେଜ ଯାଂଚ ପରେ ରେଲୱେ ପୋଲିସ ସଂପୃକ୍ତ ଲୁଟେରାକୁ ଗିରଫ କରିବା ସହ କିଛି ଲୁଟ୍ ସମାଗ୍ରୀ ବି ଜବତ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)