/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684056999.jpg)
Elderly man sells lemonsoda
ମୋର କେହି ପୁଅ ନାହାନ୍ତି, ବୟୟ ହେଲାଣି ସତ କିନ୍ତୁ ମୁଁ ହାର ମାନିନି । ଭଗବାନ ଜନ୍ମ ଯେତେବେଳେ ଦେଇଛନ୍ତି ସେତେବେଳେ କର୍ମ କରି ବଞ୍ଚିବାକୁ ପଡିବ । ତେଣୁ ବୟସକୁ ମୁଁ ଖାତିର କରୁନି କି ଥକି ପଡୁନି । କିଛି ଏମିତି ଢଙ୍ଗରେ ନିଜର ଦୁଃଖ ବଖାଣୁଛନ୍ତି ବୃଦ୍ଧ ଜଣକ । ଆଉ ବୃଦ୍ଧଙ୍କ କଥା ଶୁଣିବା ପରେ ଆପଣଙ୍କ ଆଖିରୁ ଝରି ପଡିବ ଲୁହ ।
ପଂଜାବ ଅମୃତସରରେ ଥିବା ସ୍ବର୍ଣ୍ଣ ମନ୍ଦିର ପୂରା ବିଶ୍ବରେ ପ୍ରସିଦ୍ଧ । ଏଥିସହିତ ଏଠାରେ ବିଭିନ୍ନ ପ୍ରକାରର ଷ୍ଟ୍ରିଟଫୁଡ଼ ବି ମିଳିଥାଏ । ଯାହାକୁ ଖାଇବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼ ଜମେ । ଖାଲି ଖାଇବା କାହିଁକି? ବରଂ ଏହି ମନ୍ଦିର ପାଖରେ ମୃଦୁ ପାନୀୟ ବି ମିଳେ । ଆଉ ଏଇ ବୃଦ୍ଧ ଜଣକ ସ୍ୱର୍ଣ୍ଣମନ୍ଦିର ସାମ୍ନାରେ ବିକୁଛନ୍ତି ଲେମ୍ବୁ ସୋଢା ପାଣି । ହେଲେ ସେ କାହିଁକି ସୋଢା ବିକ୍ରି କରୁଛନ୍ତି? ତାହା ଜଣାପଡିବା ପରେ ଆପଣଙ୍କୁ ବି ନିଶ୍ଚୟ କଷ୍ଟ ଅନୁଭବ ହେବ ।
କାରଣ ବୃଦ୍ଧ ଜଣକ କହୁଛନ୍ତି, ୭୮ବର୍ଷ ମତେ ହେଲାଣି କିନ୍ତୁ ଏବେ ବି ମୁଁ କାମ କରୁଛି । ଭଗବାନଙ୍କ ଦୟାରୁ ମୋର ହାତଗୋଡ ସୁସ୍ଥ ଅଛି । ତେଣୁ ପରିଶ୍ରମ କରି ଯେତିକି ରୋଜଗାର କରୁଛି ସେତିକିରେ ଚଳୁଛି । ଆଉ ଆଗକୁ ବି ଯେତେ ଦିନ ପର୍ଯ୍ୟନ୍ତ ପାରୁଥିବି ସେତେଦିନ ଯାଏଁ କାମ କରୁଥିବି ବୋଲି କହିଛନ୍ତି । ତେବେ ସୋସିଆଲ ମିଡିଆରେ ଏହି ଭିଡିଓଟି ହତିନ୍ଦିର ସିଂହ ସେୟାର କରିଛନ୍ତି । ଭିଡିଓରେ ବୃଦ୍ଧଙ୍କ କଥା ଶୁଣିବା ପରେ ୟୁଜର୍ସ ଭାବବିହ୍ବଳ ହୋଇପଡ଼ିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)