Advertisment

ଚାର୍ଜ ବେଳେ ଫାଟିଗଲା ଇ-ବାଇକ୍ ବ୍ୟାଟେରୀ; ଦେଖନ୍ତୁ ଭାଇରାଲ୍ ଭିଡିଓ

ଏହି ଭଡିଓ ପୋଷ୍ଟ ହେବାପରେ ୟୁଜର୍ସ ଏହାକୁ ନେଇ ଅନେକ ପ୍ରତିକ୍ରୟା ରଖିଛନ୍ତି। ଘର ଭିତରେ ଏପରି ଚାର୍ଜ କରିବା ଅନୁଚିତ ବୋଲି କିଛି ୟୁଜର୍ସ କମେଣ୍ଟ କରିଛନ୍ତି।

ଅଦ୍ୟତନ ହୋଇଛି
E-Bike Battery Explodes In Surat

E-Bike Battery Explodes

Advertisment

ଆଜିକାଲି ଇ-ବାଇକ୍ ଓ ସ୍କୁଟର ପ୍ରତି ଲୋକେ ଅଧିକ ଆକର୍ଷିତ ହେଉଛନ୍ତି। ହେଲେ ଅନେକ ସମୟରେ ଏହି ବାଇକର ବ୍ୟାଟେରୀ ସମସ୍ୟା ଦେଖାଦେବା ସହ ନିଆଁ ଲାଗିଯିବା ଖବର ସାମନାକୁ ଆସୁଛି। ଏପରି ଏକ ଭଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଠି ଚାର୍ଜରେ ଲଗାଯାଇଥିବା ଏକ ଇ-ବାଇକର ବ୍ୟାଟେରୀ ଫାଟିଯିବା ପରେ ଏହା ସଂପୂର୍ଣ୍ଣ ଜଳିଯାଇଛି। ସୋସିଆଲ ମିଡିଆ ଇନଷ୍ଟାଗ୍ରାମର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

Advertisment

ସୂଚନା ଅନୁଯାୟୀ, ଭିଡିଓଟି ଗୁଜୁରାଟ ସୁରଟ ଅଂଚଳର। ୬ଦିନ ପୂର୍ବେ ଭିଡିଓଟି ସେୟାର ହୋଇଥିଲା।ଏହାକୁ ଏବେ ଯାଏ ୧୬.୪ମିଲିୟନ ଲୋକ ଦେଖି ସାରିଲେଣି। ଭିଡିଓରେ ବାଇକର ବ୍ୟାଟେରୀ ଚାର୍ଜରେ ବସିଥିବା ଦେଖିବାକୁ ମିଳିଛି। ହଠାତ୍ ଘର ଭିତରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଗଲା। ଏହାପରେ କିଛି ସେକେଣ୍ଡ ମଧ୍ୟରେ ନିଆଁ ଲାଗିଗଲା। ଜଣେ ଲୋକ ଏହାର ଭିଡିଓ କରିବା ସହ ଚିତ୍କାର କରୁଥିଲେ। ତେବେ ଘର ଭିତରେ ବ୍ୟାଟେରୀ ଚାର୍ଜ ପରେ ନିଆଁ ଲାଗିଯାଇଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ: ଆପଣାନ୍ତୁ ଏହି ଉପାୟ, ବଢ଼ିବ ଆପଣଙ୍କ ଇ-ସ୍କୁଟର ମାଇଲେଜ୍

Advertisment

ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ iamsurattcity ଦ୍ୱାରା ସେୟାର କରାଯାଇଥିବା ଭିଡିଓର କ୍ୟାପସନରେ ଲେଖା ଅଛି,‘ ଚାର୍ଜ କରିବା ସମୟରେ ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା। ଘରେ ଇଲେକ୍ଟ୍ରିକ୍ ବାଇକ୍ ବ୍ୟାଟେରୀ ଚାର୍ଜ କରନ୍ତୁ ଏବେ ଫଳାଫଳ ଦେଖନ୍ତୁ’। ଏହି ଭଡିଓ ପୋଷ୍ଟ ହେବାପରେ ୟୁଜର୍ସ ଏହାକୁ ନେଇ ଅନେକ ପ୍ରତିକ୍ରୟା ରଖିଛନ୍ତି। ଘର ଭିତରେ ଏପରି ଚାର୍ଜ କରିବା ଅନୁଚିତ ବୋଲି କିଛି ୟୁଜର୍ସ କମେଣ୍ଟ କରିଛନ୍ତି। ଅନ୍ୟ କିଛି ଲୋକ ଭିଡିଓଗ୍ରାଫରଙ୍କୁ ପଳାଇବା ପରିବର୍ତ୍ତେ ସୁଟିଂ କରୁଥିବା ନେଇ ସମାଲୋଚନା କରିଛନ୍ତି।

ତେବେ ପ୍ରକୃତରେ ବିସ୍ଫୋରଣ ପୂର୍ବରୁ ଭିଡିଓ କରିବାର କାରଣ ହେଉଛି, ସେ ବ୍ୟାଟେରୀ କମ୍ପାନୀକୁ ଏହା ଦେଖାଇବା ପାଇଁ ସେ ରେକର୍ଡ କରିଥିଲେ । ଏଥିରୁ କିଛି ଅଦ୍ଭୁତ ଶବ୍ଦ ଆସୁଥିଲା। ଯେତେବେଳେ ଭିଡିଓ ସୁଟିଂ କରୁଥିଲେ, ତାଙ୍କ ମା’ ଘର ଭିତରେ ଥିବା ଅନ୍ୟ ସାମଗ୍ରୀ ସୁରକ୍ଷିତ ରଖିବା ସହ ପଡୋଶୀମାନଙ୍କୁ ଚିତ୍କାର କରି ଡାକିଥିଲେ। ପଡ଼ୋଶୀମାନେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ତୁରନ୍ତ ପହଞ୍ଚିଥିଲେ। ଦୟାକରି ମଜା କରିବା ବନ୍ଦ କରନ୍ତୁ ଏବଂ ଏଥିରୁ କିଛି ଶିଖନ୍ତୁ ବୋଲି କହିଛନ୍ତି। ସଚେତନତା ସୃଷ୍ଟି କରିବା ପାଇଁ ଏହି ଭିଡିଓକୁ ସେୟାର କରିଛନ୍ତି ବୋଲି ସେ ଲେଖିଛନ୍ତି।

Advertisment
Electric Bike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ